• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶେଷ କିସାନ ବଖାଣିଲେ ନିଜ ସଂଘର୍ଷର କାହାଣୀ । ରୋମ୍‌ରେ ପ୍ରବାସୀ ଓଡିଆଙ୍କ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିସାନ ନିଜର ପୁରୁଣା ସଂଘର୍ଷର ସ୍ମୃତି ବଖାଣିଛନ୍ତି । ସେ ଏହା କହିବା ବେଳେ ଭାବବିହ୍ୱଳ ହୋଇ ପଡିଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀ ତାଙ୍କୁ ଚିହ୍ନିପାରିବେ ବୋଲି ସେ ଭାବି ପାରିନଥିଲେ ବୋଲି ମଧ୍ୟ କହିଛନ୍ତି ଶେଷ କିସାନ । 
ଶେଷ କିସାନ ହେଉଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବଲାସିଂଘା ଗାଁର ଆଦିବାସୀ ଯୁବକ । ତାଙ୍କୁ ୭ବର୍ଷ ହୋଇଥିବା ବେଳେ ବାପାମାଆଙ୍କୁ ହରାଇ ଅନାଥ ହୋଇଯାଇଥିଲେ । ଦାରିଦ୍ର୍ୟର ସ୍ଥିତିକୁ ପଛରେ ପକାଇ ମୂଲମଜୁରୀ କରି ନିଜର ଶିକ୍ଷାର ସାଧନାରେ ୨୦୧୮ରେ ଜର୍ମାନୀର ଜର୍ଜ ଅଗଷ୍ଟ ବିଶ୍ୱବିଦ୍ୟାଳୟରେ ଗବେଷଣା କରିବାକୁ ଯୋଗ୍ୟତା ହାସଲ କରିଥିଲେ ।

ତେବେ ଜର୍ମାନୀରେ ରହୁଥିବା ଯୁବ ବୈଜ୍ଞାନିକ ଓଡ଼ିଆ ଗରିବ ଆଦିବାସୀ ଯୁବକ ଶେଷ କିସାନଙ୍କ କଥା ଶୁଣି ରୋମ୍‌ରେ କାନ୍ଦି ପକାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

 

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଅଛନ୍ତି । ୧୩ ଦିନଆ ଗସ୍ତ ପାଇଁ ଆଜି ଭୁବନେଶ୍ୱର ଛାଡିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ନବୀନଙ୍କ ଦ୍ୱିତୀୟ ବିଦେଶ ଗସ୍ତ। ଏହାସହ ଅନେକ କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗ ଦେଇଛନ୍ତି । ସେହିପରି ୨୦୧୨ ମେରେ ମୁଖ୍ୟମନ୍ତ୍ରୀ ଲଣ୍ଡନ ଗସ୍ତରେ ଯାଇଥିଲେ। ସେତେବେଳେ ପ୍ୟାରୀମୋହନ ମହାପାତ୍ରଙ୍କ ମିଡନାଇଟ୍ ଅପରେସନ୍‌ରେ ନେଇ ବିଜେଡି ରାଜନୀତିରେ କଂପନ ସୃଷ୍ଟି ହୋଇଥିଲା।