Advertisment

ଟି-ଶାର୍ଟ ଏବଂ ଟ୍ରାକ ପ୍ୟାଣ୍ଟ ପିନ୍ଧି ଷ୍ଟାଡିୟମରେ ନବୀନ

ଷ୍ଟାଡିୟମ ପରିସରରେ ର୍ନିମାଣାଧୀନ ଇଣ୍ଡୋର ଆଥଲେଟିକ୍ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ।

CM Naveen Pattnaik

CM Naveen Pattnaik

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ପୁଣି ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଥିଲା। ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଯାଇ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ। ଏକ ଟି-ଶାର୍ଟ ଏବଂ ଟ୍ରାକ ପ୍ୟାଣ୍ଟ ପିନ୍ଧି ଷ୍ଟାଡିୟମର ଭିତ୍ତିଭୂମି ଦେଖିବା ସହ ସିନ୍ଥେଟିକ ଟ୍ରାକରେ ଚାଲିଥିବା ଦେଖିବାକୁ ମିଳିଥିଲା।

Advertisment

ଷ୍ଟାଡିୟମ ପରିସରରେ ର୍ନିମାଣାଧୀନ ଇଣ୍ଡୋର ଆଥଲେଟିକ୍ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ୧୨୦ କୋଟି ଟଙ୍କା ବିନିଯୋଗରେ ର୍ନିମାଣ କରାଯାଉଥିବା ଏହି ଷ୍ଟାଡିୟମ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି  ସୂଚନା ଦିଆଯାଇଛି। ଏଥି ସହିତ ର୍ନିମାଣାଧୀନ ଟେନିସ ସେଣ୍ଟର ପ୍ରକଳ୍ପ ମଧ୍ୟ ପ୍ରଦର୍ଶନ କରିଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ଷ୍ଟାଡିୟମର ମୁଖ୍ୟ ଫୁଟବଲ୍ ପଡିଆରେ ଅନୁଷ୍ଠିତ ଓଡିଶା ମହିଳା ଫୁଟବଲ ଲିଗ ମ୍ୟାଚ କିଛି ସମୟ ଦେଖିଥିଲେ ଏବଂ ଖେଳାଳି ମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ସେ ହକି ଷ୍ଟାଡିୟମ ପରିଦର୍ଶନ କରିଥିଲେ। ଏହି ଅବସରରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମର ଖେଳାଳିମାନଙ୍କୁ ଭେଟି  ପ୍ରୋ-ଲିଗ୍ ଚାମ୍ପିୟନଶିପ ପାଇଁ ଶୁଭେଚ୍ଛା ଜଣାଇଥିଲେ।

Advertisment
Kalinga Stadium CM Review
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ