Astrospeak
  • Live TV
  • Read In English

ଛତ୍ରବଜାର ପୋଲ ଭୁଶୁଡିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ପୋଲ କାମ ଚାଲିଥିବା ବେଳେ ଆଜି ହଠାତ୍ ସାଇଡ୍ ଓ୍ବାଲ୍ ଭୁଶୁଡ଼ି ପଡ଼ିଥିଲା।

Bridge Collapsed
Bridge Collapsed

କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଭୁଶୁଡି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲାଗି ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଏଥିସହ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର RDC ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ମୃତକ ହେଲେ କେନ୍ଦୁଝର ଗମାଡିହ ଗାଁର କୀର୍ତ୍ତନ ଦେହୁରୀ ଏବଂ ଅଜିତ ଦେହୁରୀ । ଗୁରୁତର ଆହତ ଜଣକ ହେଲେ ଚନ୍ଦ୍ର ଦେହୁରୀ । ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ କାମ ଚାଲିଥିବା ବେଳେ ଆଜି ହଠାତ୍ ସାଇଡ୍ ଓ୍ବାଲ୍ ଭୁଶୁଡ଼ି ପଡ଼ିଥିଲା।

ଫଳରେ ପୋଲ ତଳେ ୩ ଜଣ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଚଳାଇଥିଲା ଓଡ୍ରାଫ୍ ଟିମ୍। ପରେ ଭଗ୍ନାଂଶ ତଳୁ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି ଏସସିବି ମେଡିକାଲ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।