Advertisment

ଚିଟ୍‌ଫଣ୍ଡ ଠକେଇ ମାମଲା: CBIକୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ଚିଟ୍‌ଫଣ୍ଡ ଠକେଇ ମାମଲାରେ CBIକୁ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି। ମାମଲାର ଅଗ୍ରଗତି ସମ୍ପର୍କରେ ସୋମବାର ସୁଦ୍ଧା ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Chit Fund Scam In Odisha

Chit fund scam: Supreme Court seeks status report from CBI

Advertisment

ଚିଟ୍‌ଫଣ୍ଡ ଠକେଇ ମାମଲାରେ CBIକୁ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି। ମାମଲାର ଅଗ୍ରଗତି ସମ୍ପର୍କରେ ସୋମବାର ସୁଦ୍ଧା ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ, ଚିଟ୍‌ଫଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା। ଜମାକାରୀ ସେମାନଙ୍କର ଟଙ୍କା ଫେରି ପାଇବା ଚାହୁଁଛନ୍ତି।ଯେଉଁଠି ସିବିଆଇ/ଇଡି ତଦନ୍ତ ଭାର ନେଉଛନ୍ତି, ସେଠି ବିଳମ୍ବ ହେଉଛି।କେବେ ସୁଦ୍ଧା ଲଜିକାଲ କନକ୍ଲୁଜନ୍‌ରେ ପହଞ୍ଚିବ ଜଣାଅ ବୋଲି ସୁପ୍ରିମକୋର୍ଟ କହିଥିଲେ।

Advertisment

ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର ହେବାକୁ ଥିବାବେଳେ ଆଜିର ଶୁଣାଣି ବେଳେ ସିବିଆଇକୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ। ସୂଚନାଥାଉ କି, ପୂର୍ବରୁ ଏହି ମାମଲାରେ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ ହୋଇଥିଲା।

ଅଧିକ ପଢ଼ନ୍ତୁ: ପୁଣି ମାତିଲେଣି ଚିଟ୍‌ଫଣ୍ଡ ଲୁଟେରା, ଅନ୍‌ଲାଇନ୍‌ରେ ଟାସ୍କ ଦେଇ ଲୁଟୁଛନ୍ତି

Advertisment

ସୂଚନାଥାଉ କି, ୨୦୧୪ରେ ରାଜ୍ୟରୁ ଠକିଥିବା ୪୪ଟି ଚିଟ୍‌ଫଣ୍ଡ କମ୍ପାନୀ ବିରୋଧରେ ତଦନ୍ତ ପାଇଁ ସିବିଆଇକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ମଧ୍ୟ ଏକ ତଦନ୍ତ କମିଶନ୍ ଗଠନ କରିଥିଲେ। ଚିଟ୍‌ଫଣ୍ଡ ଠକେଇକୁ ନେଇ ସାରା ରାଜ୍ୟରେ ହୁଲ୍‌ସ୍ତୁଲ୍‌ ପରେ ଚାପରେ ପଡି କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପାଇଁ ୨୦୧୩ ଜୁଲାଇ ୧୦ରେ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଥିଲେ ସରକାର। ଠକ ସଂସ୍ଥାଙ୍କ ସଂପତ୍ତି ନିଲାମ କରି ଟଙ୍କା ଫେରାଇବାକୁ ବି କହିଥିଲେ । ତେବେ ଏପର୍ଯ୍ୟନ୍ତ କେତେ ଜମାକାରୀ ଟଙ୍କା ଫେରସ୍ତ ପାଇଛନ୍ତି ସେ ହିସାବ କାହା ପାଖରେ ନାହିଁ ।

CBI Supreme Court Chit Fund Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ