Advertisment

ଏବର୍ଷ ଚିଲିକାକୁ ଆସିଛନ୍ତି କମ୍ ସଂଖ୍ୟକ ବିଦେଶୀ ପକ୍ଷୀ

ଚିଲିକାର ୫ଟି ରେଂଜ୍ ଯଥା ରମ୍ଭା, ବାଲୁଗାଁ, ଟାଙ୍ଗି, ଚିଲିକା ଓ ସାତପଡାରେ ପକ୍ଷୀଗଣନା କରାଯାଇଛି।

Chilika lagoon

Chilika lagoon

Advertisment

ବାଲୁଗାଁ: ଏବର୍ଷ ଚିଲିକାକୁ ଆସିଛନ୍ତି କମ୍ ସଂଖ୍ୟକ ବିଦେଶୀ ପକ୍ଷୀ। ଚଳିତବର୍ଷ ଲାଗି ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଥିବା ବେଳେ ଏବର୍ଷ ଚିଲିକାକୁ ଆସିଛନ୍ତି ମୋଟ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ପକ୍ଷୀ। ନଳବଣକୁ ଅାସିଛନ୍ତି ସର୍ବାଧିକ ୯୭ ପ୍ରଜାତିର ୩ ଲକ୍ଷ ୫୮ ହଜାର ୮୮୯ ପକ୍ଷୀ। ଚିଲିକା ପକ୍ଷୀ ଗଣନା ନେଇ DFO ଜ୍ୟୋତି କୋଟଲା ସୂଚନା ଦେଇଛନ୍ତି ଯେ, ଗତବର୍ଷ ଅପେକ୍ଷା ୧ ଲକ୍ଷ ୬୮ ହଜାର ୬୫୩ ପକ୍ଷୀ କମ୍ ଆସିଛନ୍ତି।

Advertisment

ଗତବର୍ଷ ଚିଲିକାକୁ ମୋଟ ୧୯୦ ପ୍ରଜାତିର ୧୨ ଲକ୍ଷ ୪୨ ହଜାର ୮୨୬ ପକ୍ଷୀ ଆସିଥିଲେ। ଚିଲିକା ଦ୍ରଦରେ ପକ୍ଷୀ ଗଣନା ସକାଳ ୬ରୁ ଦିନ ୧୨ଟା ଯାଏଁ ଚାଲିଥିଲା ଗଣନା ପ୍ରକ୍ରିୟା। ଏଥିରେ ୨୧ଟି ଟିମ୍ ଓ ୧୦୫ ଜଣ ଗଣନାକାରୀ ନିୟୋଜିତ ହୋଇଥିଲେ। ୩ଟି ଟିମ୍ ସ୍ଥଳ ଭାଗରେ ଏବଂ ୧୮ଟି ଟିମ୍ ଜଳଭାଗରେ ଗଣନା କରିଛନ୍ତି।

ଚିଲିକାର ୫ଟି ରେଂଜ୍ ଯଥା ରମ୍ଭା, ବାଲୁଗାଁ, ଟାଙ୍ଗି, ଚିଲିକା ଓ ସାତପଡାରେ ପକ୍ଷୀଗଣନା କରାଯାଇଛି। ଗଣନାକାରୀଙ୍କ ଦଳରେ ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି, ଓ୍ୱାଇଲ୍ଡ ଓଡ଼ିଶା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଗ୍ରୋ ୱିଥ୍ ନେଚର, ଏଲିଫାଣ୍ଟ ଟ୍ରଷ୍ଟ ଓ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ସାମିଲ ହୋଇଥିଲେ।

Advertisment

ସୁନ୍ଦରଗଡ ବଣାଇ ଓ ରାଉରକେଲା ଡିଭିଜନର ବାଙ୍କି ଅଂଚଳରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ୭୦ଟି ଟିମ୍ ବିଭିନ୍ନ ଜଳାଶୟ ନିକଟରେ ପକ୍ଷୀମାନଙ୍କୁ ନିରୀକ୍ଷଣ କରିବା ସହ କେଉଁ ପ୍ରଜାତିର ପକ୍ଷୀ ଅଛନ୍ତି ସେ ନେଇ ଗଣନା କରୁଛନ୍ତି। ସେପଟେ ମୟୂରଭଂଜ ଜିଲ୍ଲାରେ ମଧ୍ୟ ପକ୍ଷୀ ଗଣନା ଚାଲିଛି। ଶିମିଳିପାଳ ଅଭୟାରଣ୍ୟ, ବାରିପଦା, କରଞ୍ଜିଆ, ରାଇରଂଗପୁର ବନଖଣ୍ଡ ଅଧିନରେ ଥିବା ବିଭିନ୍ନ ଜଳାଶୟ ଓ ଆଦ୍ରଭୂମିରେ ପକ୍ଷୀଗଣନା ଚାଲିଛି।

Khordha Chilika Birds
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ