Advertisment

ସତ ହେଲା ପିଲାଦିନ ବହିର କାହାଣୀ; ବାସ୍ତବ ହେଲା କଇଁଛ ଠେକୁଆ ଦୌଡ

ପିଲାଦିନେ ପ୍ରାୟ ସମସ୍ତେ କଇଁଛ ଓ ଠେକୁଆର କାହାଣୀ ନିଶ୍ଚୟ ପଢିଥିବେ କିମ୍ବା ଶୁଣିଥିବେ। ତେବେ ଭାବନ୍ତୁ ଥରେ ଯଦି ସେହି ଦୌଡ ପ୍ରତିଯୋଗିତା ଏବେ ବାସ୍ତବ ରୂପ ନିଏ ତେବେ କ’ଣ ହେବ। ଆପଣ ଭାବୁଥିବେ ଇତିହାସ ନିଜକୁ ପୁନରାବୃତ୍ତି କରିବ କାରଣ ଆଜିକାଲି ଇଣ୍ଟର୍‌ନେଟ୍‌ରେ କଇଁଛ ଓ ଠେକୁଆର ଭିଡିଓ ଭାଇରାଲ ହେବାରେ ଲାଗିଛି।

author-image
Pramod Behera
ଅଦ୍ୟତନ ହୋଇଛି
Childhood story came true rabbit and turtle race went viral

Childhood story came true rabbit and turtle race went viral

ସୋସିଆଲ ମିଡିଆ ଦୁନିଆରେ ଏମିତି କିଛି ମଜାଦାର ଭିଡିଓ ପ୍ରତିଦିନ ଲୋକଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଥାଏ। ଏହି ଭିଡିଓଗୁଡିକ ଦେଖିବା ଯେମିତି ମଜାଦାର ହୋଇଥାଏ ସେମିତି ଆମ ଦିନକୁ ମଧ୍ୟ ଖୁସି କରିଦେଇଥାଏ। ବର୍ତ୍ତମାନ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଏକ କାହାଣୀକୁ ସତ କରି ଦେଖେଇଛି। ଏହାକୁ ଦେଖିଲା ପରେ ସମସ୍ତଙ୍କର ସ୍କୁଲ ବେଳ ମନେପଡିଯିବ ଆଉ ମନେପଡିଯିବ ବହିର କଇଁଛ ଓ ଠେକୁଆର କାହାଣୀ।

Advertisment

ପିଲାଦିନେ ପ୍ରାୟ ସମସ୍ତେ କଇଁଛ ଓ ଠେକୁଆର କାହାଣୀ ନିଶ୍ଚୟ ପଢିଥିବେ କିମ୍ବା ଶୁଣିଥିବେ। ତେବେ ଭାବନ୍ତୁ ଥରେ ଯଦି ସେହି ଦୌଡ ପ୍ରତିଯୋଗିତା ଏବେ ବାସ୍ତବ ରୂପ ନିଏ ତେବେ କ’ଣ ହେବ। ଆପଣ ଭାବୁଥିବେ ଇତିହାସ ନିଜକୁ ପୁନରାବୃତ୍ତି କରିବ କାରଣ ଆଜିକାଲି ଇଣ୍ଟର୍‌ନେଟ୍‌ରେ କଇଁଛ ଓ ଠେକୁଆର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଆପଣ ଦେଖିପାରିବେ ଯେ ଠେକୁଆ ଓ କଇଁଛ ମଧ୍ୟରେ ଏକ ଜବରଦସ୍ତ ଦୌଡ଼ ପ୍ରତିଯୋଗିତା ଚାଲିଛି। ଏହି ଦୌଡ଼ରେ ମଧ୍ୟ ଠିକ୍ କାହାଣୀ ପରି ଠେକୁଆ ଦ୍ରୁତ ଗତିରେ ଦୌଡି ଅଧା ବାଟରେ ଅଟକିଯାଉଛି। କିନ୍ତୁ ଦେଖାଯାଏ ଯେ କଇଁଛ ଧୀରେ ଧୀରେ ଚାଲୁଛି। ଏହି ଭିଡିଓ ଦେଖିବା ପରେ, ଆପଣ ନିଶ୍ଚିତ କହିବେ ଯେ ପିଲାଦିନେ ଶୁଣିଥିବା ଗପ ବାସ୍ତବରେ ମଧ୍ୟ ସତ୍ୟ ବୋଲି ପ୍ରମାଣିତ ହୋଇଛି।

Advertisment

ସୋସିଆଲ ମିଡିଆରେ ଏହି ଭିଡିଓରେ ଲୋକଙ୍କୁ ବହୁତ ପସନ୍ଦ କରାଯାଉଛି। ଲୋକମାନେ ଏହି ଭିଡିଓରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି, “ଆଜିଯାଏ କେବଳ ପଢିଥିକି ଯେ ଇତିହାସ ନିଜକୁ ପୁନରାବୃତ୍ତି କରେ, କିନ୍ତୁ ଆଜି ଏହି ଭିଡିଓ ମାଧ୍ୟମରେ ଏହା ସତ ହୋଇଗଲା।” ସେହିପରି ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, “ଏହା ଦେଖି ମୋର ପିଲାଦିନରେ ପଢିଥିବା ଠେକୁଆ ଓ କଇଁଛର ଗପ ମନେ ପଡିଗଲା।” ଅନ୍ୟ ଜଣେ ବ୍ୟକ୍ତି ଭିଡିଓ ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି, “ଏହି ଭିଡିଓ ମୋ ଦିନକୁ ଖୁସି କରିଦେଲା।” ଏହା ଛଡା ଅନ୍ୟମାନେ ଏହି ଭିଡିଓରେ ମଜାଳିଆ ମନ୍ତବ୍ୟ ଦେଇଥିଲେ।

ଏହି ଭିଡିଓ ଟ୍ୱିଟରରେ @haverkamp_wiebe ନାମକ ଏକ ଆକାଉଣ୍ଟ ଦ୍ୱାରା ଶେୟାର କରାଯାଇଛି। ଖବର ଲେଖା ହେବା ବେଳକୁ ଏହି ଭିଡିଓକୁ ୨୨ ହଜାରରୁ ଅଧିକ ଭ୍ୟୁ ଏବଂ ଶହ ଶହ ଲାଇକ୍ ମିଳି ସାରିଥିଲା। ଆପଣମାନେ ବି ଥରେ ଏହି ଭିଡିଓକୁ ଦେଖି ନିଅନ୍ତୁ, ମନେପଡିଯିବ ଆପଣଙ୍କ ସେହି ବହିର କାହାଣୀ।

Viral Video
Advertisment
Advertisment