Advertisment

ଜେସିବି ମେସିନ୍‌କୁ ଟାଣୁଛି ଖେଳନା ଟ୍ରାକ୍ଟର୍‌!

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ସେୟାର କରିଛନ୍ତି ଯାହା ଖୁବ୍ ଜୋର୍ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିବା ବେଳେ ଆପଣ ଦେଖିଲେ ବି ଚକିତ ହୋଇଯିବେ।

author-image
Pramod Behera
Child pulling excavator with his toy tractor

Child pulling excavator with his toy tractor

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଭାଇରାଲ୍ ଅନେକ ସମୟରେ ସୋସିଆଲ୍ ମିଡିଆରେ ଫଟୋ କିମ୍ବା ଭିଡିଓ ପୋଷ୍ଟ କରି ତାଙ୍କ ଅନୁଗାମୀମାନଙ୍କୁ ମନୋରଞ୍ଜନ କରନ୍ତି। ସେ ବର୍ତ୍ତମାନ ସେମିତି କିଛି କାମ କରିଛନ୍ତି। ଏଥର ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଏଭଳି ଏକ ଭିଡିଓ ସେୟାର କରିଛନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଜଣେ ଛୋଟ ପିଲା ତା’ର ଏକ ଖେଳନା ଟ୍ରାକ୍ଟର ଦ୍ୱାରା ମାଟି ରାସ୍ତାରେ ଫସିଥିବା ଏକ ଜେସିବି ମେସିନ୍‌କୁ ବାହାରକୁ ଆଣିବା ପାଇଁ ଚେଷ୍ଟା କରୁଥିବାର ଭିଡିଓ ସେୟାର କରିଛନ୍ତି। ଏହା ସୋସିଆଲ୍‌ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ଭିଡିଓ ସେୟାର କରି ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତ ଯେ "ଆପଣଙ୍କ ପିଲାଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହା ଏକ ଉତ୍ତମ ଉପାୟ। କିନ୍ତୁ ଯଦି ଆପଣଙ୍କ ମଧ୍ୟରୁ କେହି ଏହାକୁ ଆମର ଖେଳନା ମହିନ୍ଦ୍ରା ଟ୍ରାକ୍ଟର ସହିତ ଆପଣାନ୍ତି ତେବେ ଦୟାକରି ମନେରଖନ୍ତୁ, ଏହି ପିତାମାତାଙ୍କ ପାରି ସାବଧାନ ରହିବେ !!"

ଡିସେମ୍ବର ୧୨ ରେ ପୋଷ୍ଟ୍‌ ହୋଇଥିବା ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୪ ଲକ୍ଷରୁ ଅଧିକ ଥର ଦେଖାଯାଇଛି, ଲୋକମାନେ ମଧ୍ୟ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଉଛନ୍ତି। ଏହାଛଡା ଭିଡିଓଟି ୨ ହଜାର ୫ ଶହରୁ ଅଧିକ ରିଟ୍ୟୁଟ୍ ହୋଇଥିବା ବେଳେ ଏହାକୁ ୨୮ ହଜରରୁ ଅଧିକ ଲାଇକ୍ ମିଳିସାରିଛି।

Advertisment

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ, ଆପଣ ଦେଖିପାରିବେ ଯେ ଏକ କାଦୁଅ ମାଟି ରାସ୍ତାରେ ଜେସିବି ମେସିନ୍ ଠିଆ ହୋଇଛି। ଏହା ଏକ ଦଉଡି ସାହାଯ୍ୟରେ ପିଲାଙ୍କ ଖେଳନା ଟ୍ରାକ୍ଟରରେ ବନ୍ଧା ହୋଇଛି। ପିଲାଟି ତା’ର ଖେଳନା ଟ୍ରାକ୍ଟରରେ ଜେସିବି ମେସିନକୁ ଭିଡୁଛି ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଜେସିବି ମେସିନ୍‌ଟି ମଧ୍ୟ ଟାଣି ହୋଇ ବାହାରକୁ ଆସୁଛି।

ତେବେ ଏ ସବୁ କେବଳ କୁନି ପିଲାଟିକୁ ଖୁସି କରିବା ନେଇ କରାଯାଇଛି। ବାସ୍ତବରେ ଦେଖିବାକୁ ଗଲେ ଏତେ ବଡ ଭାରୀ ଯନ୍ତ୍ରଟିକୁ କେବେବି ଏକ ଖେଳନା ଟ୍ରାକ୍ଟର ଟାଣି ପାରିବ ନାହିଁ। ଦେଖନ୍ତୁ, ପିଲାଟି ଯେମିତି ଖେଳନା ଟ୍ରାକ୍ଟରଟିକୁ ଆଗକୁ ଆଗକୁ ନେଉଛି ଜେସିବି ଡ୍ରାଇଭର ମଧ୍ୟ ଧୀରେ ଧୀରେ ମେସିନ୍ ଚଳାଇବା ଆରମ୍ଭ କରୁଛନ୍ତି ଏବଂ ପିଲାଟି ଅନୁଭବ କରୁଛି ଯେ ସେ ନିଜେ ଏତେ ବଡ ଜେସିବିକୁ ଟାଣିନେଉଛି।

ଆପଣ ଯଦି ଆଉଟିକେ ଧ୍ୟାନରେ ଦେଖିବେ ତେବେ ଜାଣିପାରିବେ ଯେ କାଦୁଅରେ ପିଲାଟିର ଖେଳନା ଟ୍ରାକ୍ଟରର ସାମ୍ନାପାଖ ଉଠିଯାଉଛି। ଏହା ଏକ ପେଡାଲ୍ ମରା ଗାଡି ହୋଇଥିବା ବେଳେ କାଦୁଅରେ ଏହାକୁ ଏକ ଛୋଟ ପିଲା ମଧ୍ୟ ଚଲେଇବା କଷ୍ଟକର। ତେଣୁ ଏହାର ଆଗରେ ଏକ ରସି ଲଗାଯାଇଛି ଆଉ ଆଗପଟୁ କେହି ଜଣେ ଏହାକୁ ଟାଣୁଥିବା ଜଣାଯାଉଛି।

Viral Video
Advertisment
Advertisment