Advertisment

‘କାଳବୈଶାଖୀ ପରେ ବିଦ୍ୟୁତ୍‌ କାମ ମନ୍ଥର ହେଲେ ବାତ୍ୟା ପରିସ୍ଥିତିରେ କ’ଣ ହେବ’

ଗତକାଲି ଅପରାହ୍ନରେ ରାଜଧାନୀରେ ବର୍ଷା ପବନ ହୋଇଥିଲା। ଏହାପରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା

ଅଦ୍ୟତନ ହୋଇଛି
Chief Secretary unsatishfied with tata power work

Chief Secretary unsatishfied with tata power work

Advertisment

କାଳବୈଶାଖୀ ପରେ ଭୁବନେଶ୍ୱରରେ ଟାଟା ପାୱାରର ମନ୍ଥର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ବିଦ୍ୟୁତ ପୁନରୁଦ୍ଧାରକୁ ନେଇ ଟ୍ୱିଟ୍ କରି ଖୋଲାଖାଲି ଅସନ୍ତୋଷ ଜାହିର କରିଛନ୍ତି। କହିଛନ୍ତି, କାଳବୈଶାଖୀ ପରେ ଏମିତି ମନ୍ଥର ହେଲେ, ବାତ୍ୟା ପରିସ୍ଥିତିରେ କଣ ହେବ। ଏଭଳି ମନ୍ଥର କାମକୁ ଲୋକେ ପ୍ରଶଂସା କରିବେନି ବୋଲି ମଧ୍ୟ ରୋକ୍ ଠୋକ୍ ଶୁଣାଇଛନ୍ତି ମୁଖ୍ୟ ଶାସନ ସଚିବ।

Advertisment

କାଳବୈଶାଖୀ ପରେ ଭୁବନେଶ୍ବରରେ ଟାଟା ପାୱାରର ମନ୍ଥର କାର୍ଯ୍ୟକୁ ନେଇ ମୁଖ୍ୟ ଶାସନ ସଚିବ ତାଗିଦ କରିବା ପରେ ଟାଟା ପାୱାର କହିଛି- ଗତକାଲିର କାଳବୈଶାଖୀ ଥିଲା ୧୫ ବର୍ଷରେ ସବୁଠୁ ବଡ଼ କାଳବୈଶାଖୀ । ଏଥିରେ ବିଦ୍ୟୁତ କ୍ଷେତ୍ରର ବ୍ୟାପକ କ୍ଷତି ହୋଇଛି । ତେଣୁ ମରାମତି କରିବାକୁ ସମୟ ଲାଗିଲା। ଏବେ ଭୁବନେଶ୍ୱରର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ଠିକ୍ ଅଛି । ଆଗରୁ କିଭଳି ବିଦ୍ୟୁତ ସରବରାହ ଠିକ୍ ରହିବ, ତା ଉପରେ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ଟିପିସିଓଡିଏଲର ସିଇଓ ଅରବିନ୍ଦ ସିଂହ।

ଗତକାଲି ଅପରାହ୍ନରେ ରାଜଧାନୀରେ ବର୍ଷା ପବନ ହେବା ପରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା। ରାଜଧାନୀରେ ଅଧଘଣ୍ଟା ଧରି ତାଣ୍ଡବ ରଚିଥିଲା କାଳବୈଶାଖୀ। କିଛି ସମୟ ଧରି ବାତ୍ୟାର ଭ୍ରମ ସୃଷ୍ଟି କଲା ରାଜଧାନୀ। ଫଳରେ କେଉଁଠି ଭାଙ୍ଗିପଡ଼ିଥିଲା ବିରାଟକାୟ ଗଛ ତ ଆଉ କେଉଁଠି ବର୍ଷା ମାଡ଼ରେ ଉବୁଟୁବୁ ଅବସ୍ଥା।

Advertisment

କେବଳ ସେତିକି ନୁହେଁ, ଏହାର ପ୍ରଭାବରେ ଉଡ଼ିଯାଇଥିଲା ସର୍କସର ଟେଣ୍ଟ। ପ୍ରଦର୍ଶନୀ ପଡ଼ିଆରେ ଆଜିଠୁ ଆରମ୍ଭ ହୋଇଥିବା ଅଜନ୍ତା ସର୍କସର ଟେଣ୍ଟ ପ୍ରବଳ ଝଡ଼ ବର୍ଷାରେ ଭାଙ୍ଗିଯାଇଥିଲା। ଏହାବ୍ୟତୀତ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ରହିଥିଲା। ଭୁବନେଶ୍ୱର ଓଏମସି ପାର୍କିଂ ଏରିଆରେ ଏକ ବିରାଟକାୟ ଗଛ ଉପୁଡ଼ିବାରୁ କିଛି ବାଇକ୍ ତା ଭିତରେ ରହିଯାଇଥିଲା।

ସେହିପରି ରାଜଧାନୀରେ କେଉଁଠି ବିଜ୍ଞାପନ ହୋର୍ଡିଂ ଉଡ଼ିଯାଇଥିଲା ତ ଆଉ କେଉଁଠି ଛିନଛତ୍ର ହୋଇଯାଇଥିଲା ଅସ୍ଥାୟୀ ଜଳଛତ୍ର ଟେଣ୍ଟ। କାଳବୈଶାଖୀର ଏଭଳି ତାଣ୍ଡବ ଯୋଗୁ ପ୍ରଭାବିତ ହୋଇଥିଲା ଯାନବାହନ ଚଳାଚଳ। ତା’ସହ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତା ଉପରେ ପାଣି ଚାଲୁଥିବାରୁ ପ୍ରଭାବିତ ହୋଇଥିଲା ଯାତାୟାତ ବ୍ୟବସ୍ଥା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ