Advertisment

ହାଇକୋର୍ଟ ମୁଖ୍ୟ ବିଚାରପତି ଓ 5T ସଚିବଙ୍କ ଫଟୋ ଭାଇରାଲ୍ ପ୍ରସଙ୍ଗ: ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରିର ସ୍ପଷ୍ଟୀକରଣ

ଓଡ଼ିଶା ହାଇକୋର୍ଟର ଜଣେ ଆଇନଜୀବୀଙ୍କ ପ୍ରରୋଚନାରେ ମନ୍ଦ ଉଦ୍ଦେଶ୍ୟରେ ଏହି ଫଟୋକୁ ଭାଇରାଲ୍ କରାଯାଇଥିବା ଏଥିରେ ଦର୍ଶାଯାଇଛି।

Odisha High Court

Odisha High Court

Advertisment

ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧରନଙ୍କ ସହ ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନ୍ ଏକାଠି ବସିଥିବାର ଫଟୋ ଭାଇରାଲ୍ ପରେ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ ଦର୍ଶାଯାଇଛି ଯେ, ଗତ ମାର୍ଚ୍ଚ ୧୨ ତାରିଖରେ ସତ୍ୟସାଇ ସେବା ସଂସ୍ଥା ପକ୍ଷରୁ ନିଶୁଃଳ୍କ ମେଗା ହାର୍ଟ କ୍ୟାମ୍ପର ଆୟୋଜନ କରାଯାଇଥିଲା। ଯେଉଁଥିରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏମ୍.ଆର୍. ଶାହ ମୁଖ୍ୟ ଅତିଥି ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧରନ ସମ୍ମାନିତ ଅତିଥି ଓ ଓଡ଼ିଶା ସରକାରଙ୍କ ସହଯୋଗରେ ହେଉଥିବାରୁ ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନ୍ ଅତିଥି ଭାବେ ଯୋଗ ଦେଇଥିଲେ।

Advertisment

ଶ୍ରୀ ସତ୍ୟ ସାଇ ହାର୍ଟ ହସ୍ପିଟାଲର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ଭୀମାନି, ବିଚାରପତି ଜଷ୍ଟିସ୍ ମୁରଲୀଧରନ୍ ଓ ଫାଇଭ୍ ଟି ସଚିବ ପାଣ୍ଡିଆନ୍ ଜଷ୍ଟିସ୍ ଶାହାଙ୍କୁ ଅପେକ୍ଷା କରି ରହିଥିଲା ବେଳେ ଭାଇରାଲ୍ ହେଉଥିବା ଫଟୋଟି ଉଠାଯାଇଥିଲା। ଏହା କୌଣସି ରୁଦ୍ଧଦ୍ୱାର ବୈଠକ ନଥିଲା, ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ଆୟୋଜିତ ଏକ ସର୍ବସାଧାରଣ କାର୍ଯ୍ୟକ୍ରମ ଥିଲା ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥିସହ ସେତେବେଳେ ଏନେଇ ଛପାଯାଇଥିବା ନିମନ୍ତ୍ରଣ ପତ୍ରକୁ ମଧ୍ୟ ଜାରି କରାଯାଇଛି।

ଓଡ଼ିଶା ହାଇକୋର୍ଟର ଜଣେ ଆଇନଜୀବୀଙ୍କ ପ୍ରରୋଚନାରେ ମନ୍ଦ ଉଦ୍ଦେଶ୍ୟରେ ଏହି ଫଟୋକୁ ଭାଇରାଲ୍ କରାଯାଇଥିବା ଏଥିରେ ଦର୍ଶାଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଓ ନ୍ୟାୟପାଳିକାର ଛବି ମଳିନ କରିବାକୁ ଏହା ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଇଛି। ସେହିପରି ଘଟଣାର ସତ୍ୟାସତ୍ୟ ନଜାଣି କିଛି ଗଣମାଧ୍ୟମ ଏହାକୁ ଖବର ଭାବେ ପ୍ରକାଶ କରିବା ଦୁର୍ଭାଗ୍ୟଜନକ ବୋଲି ସ୍ପଷ୍ଟୀକରଣରେ ଦର୍ଶାଯାଇଛି।

Advertisment
High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ