Advertisment

ପରାଗରେ ଚିକେନ୍ ବିରିୟାନୀକୁ ନେଇ ହରଡ଼ଘଣାରେ ହେତୁବାଦୀ

ସେମାନଙ୍କ ବିରୁଦ୍ଧରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହି ଖଣ୍ଡନ କରିଛି ହେତୁବାଦୀ ସମାଜ।

Chicken biryani on solar eclipse

Chicken biryani on solar eclipse

Advertisment

ଧର୍ମ କୁଆଡ଼ୁ ଆସିଲା..ଏଗୁଡ଼ା ସବୁ ଭାଣ୍ଡାମୀ.. ରାହୁ ଖାଇଲା, କେତୁ ବାନ୍ତି କଲା.. ହିନ୍ଦୁ ଧର୍ମ କାହିଁକି ଅଛି.. ଟିଭି ଚ୍ୟାନେଲ ସାକ୍ଷାତକାରରେ ଏଭଳି ମନ୍ତବ୍ୟ ଆଇନ୍ ବିରୋଧୀ ହିନ୍ଦୁ ଓ ବ୍ରାହ୍ମଣ ସମାଜ ପ୍ରତି ଅପମାନ। ଏହା ଦର୍ଶାଇ ହେତୁବାଦୀ ପ୍ରତାପ ରଥଙ୍କୁ କାଠଗଡ଼ାକୁ ଟାଣିଛନ୍ତି ଆଇନଜୀବୀ ସନ୍ଦୀପନ ମିଶ୍ର। ପ୍ରତାପଙ୍କୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସ୍‌ରେ ତାଙ୍କ ବିରୁଦ୍ଧରେ କାହିଁକି ମାମଲା ରୁଜୁ ନହେବ ଜବାବ ଦେବାକୁ କୁହାଯାଇଛି। ୭ ଦିନ ଭିତରେ ଉତ୍ତର ନରଖିଲେ ମାମଲା ରୁଜୁ କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ ରହିଛି।

Advertisment

ଏପଟେ ବ୍ରାହ୍ମଣ ସମାଜ ପ୍ରତି ଅଶାଳୀନ ମନ୍ତବ୍ୟ ଅଭିଯୋଗରେ ଗତକାଲି କଟକ ସିଡିଏ ମର୍କତନଗର ଥାନାରେ ହେତୁବାଦୀ ଦେବେନ୍ଦ୍ର ସୂତାର ଓ ପ୍ରତାପ ରଥଙ୍କ ବିରୋଧରେ ଏତଲା ଦେଇଥିଲା ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ। ସେହିପରି ସୂର୍ଯ୍ୟୋପରାଗ ପରେ ଆଗାମୀ ଚନ୍ଦ୍ରଗ୍ରହଣରେ ବି ଆମିଷ ଭୋଜନ ବାଣ୍ଟିବାକୁ ଯୋଜନା ରଖିଥିବାରୁ ହେତୁବାଦୀଙ୍କ ବିରୋଧରେ ସ୍ବର ଉଠାଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ। ହେତୁବାଦୀ ନିଜ ଟିଆରପି ବଢ଼ାଇବାକୁ ଏମିତି କରୁଥିବା କହିଛି ସଂଘ। ଆଗାମୀ ଦିନରେ ଏଭଳି କଲେ ଦୃଢ଼ ବିରୋଧ କରାଯିବା ବୋଲି ସଂଘ ଚେତାଇ ଦେଇଛି।

ଏପଟେ ସେମାନଙ୍କ ବିରୁଦ୍ଧରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହି ଖଣ୍ଡନ କରିଛି ହେତୁବାଦୀ ସମାଜ। ଅନ୍ୟପକ୍ଷରେ ତାଙ୍କୁ ଅଜଣା ବ୍ୟକ୍ତି ଫୋନ୍‌ରେ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ହେତୁବାଦୀ ଦେବେନ୍ଦ୍ର ସୂତାର। ଏନେଇ ସେ ପୋଲିସକୁ ଜଣାଇଛନ୍ତି। ସୂର୍ଯ୍ୟୋପରାଗରେ ବିରିଆନୀ ଖାଇବା ଓ ବାଣ୍ଡିବାକୁ ନେଇ ଚାରିଆଡ଼ୁ ସମାଲୋଚିତ ହେବା ସହ ଆଇନ୍ ଜାଲରେ ଛନ୍ଦି ହୋଇପଡିଥିବା ହେତୁବାଦୀଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେଉଛି ଏବେ ତା ଉପରେ ନଜର।

Advertisment
Solar Eclipse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ