Advertisment

ହେତୁବାଦୀଙ୍କୁ ଲିଗାଲ୍ ନୋଟିସ୍; ସାତ ଦିନରେ ଜବାବ ଦିଅ

ଗ୍ରହଣରେ ଚିକେନ ବିରିୟାନୀ ଖାଇବା ଘଟଣାକୁ ନେଇ ବିବାଦ ପୁଣି ତେଜିଲା।  ମାମଲା ଏବେ ପହଞ୍ଚିଲାଣି କୋର୍ଟରେ।  ହେତୁବାଦୀ ପ୍ରତାପ ରଥଙ୍କୁ ଦିଆଯାଇଛି ଲିଗାଲ୍ ନୋଟିସ୍ ।

ଅଦ୍ୟତନ ହୋଇଛି
 legal notice to rationalists

legal notice to rationalists

Advertisment

ଗ୍ରହଣରେ ଚିକେନ ବିରିୟାନୀ ଖାଇବା ଘଟଣାକୁ ନେଇ ବିବାଦ ପୁଣି ତେଜିଲା।  ମାମଲା ଏବେ ପହଞ୍ଚିଲାଣି କୋର୍ଟରେ।  ହେତୁବାଦୀ ପ୍ରତାପ ରଥଙ୍କୁ ଦିଆଯାଇଛି ଲିଗାଲ୍ ନୋଟିସ୍ । ନିର୍ଦ୍ଦିଷ୍ଟ ଜାତି ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଲିଗାଲ୍ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ ଆଇନଜୀବୀ ସନ୍ଦିପନ ମିଶ୍ର । କାହିଁକି ତାଙ୍କ ବିରୋଧରେ ମାମଲା ରୁଜୁ କରାନଯିବ ବୋଲି ପ୍ରତାପ ରଥଙ୍କୁ ଜବାବ ତଲବ ହୋଇଛି । ୭ ଦିନ ମଧ୍ୟରେ ନିର୍ଦ୍ଦିଷ୍ଟ ଉତ୍ତର ନ ଦେଲେ ମାମଲା ରୁଜୁ ହେବ ବୋଲି ଲିଗାଲ୍ ନୋଟିସ ଜାରି କରିଥିବା ଆଇନଜୀବୀ କହିଛନ୍ତି।

Advertisment

ଏଠି ମନେ ପକେଇ ଦେବାକୁ ଚାହିଁବୁ, ଗତ ୨୫ ତାରିଖ ସୂର୍ଯ୍ୟୋପରାଗରେ ପାକନିଷେଧ ଥିବାବେଳେ  ଅଧିକାଂଶ ଲୋକ ଅନ୍ନ ଭୋଜନ ଓ ରନ୍ଧାଖାଦ୍ୟରୁ ବିରତ ରହିଥିଲେ। ହେଲେ ଏହାକୁ ଅନ୍ଧବିଶ୍ୱାସ କହି  କିଛି ହେତୁବାଦୀ  ଚିକେନ୍ ବିରିୟାନୀ ଖାଇଥିଲେ। ଏହାକୁ ନେଇ ଦେଖାଦେଇଥିଲା ବିବାଦ । ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣରେ ଏହି ବିଧିକୁ ଅନ୍ଧବିଶ୍ୱାସ କହି ଏହା ପଛରେ କୌଣସି ବିଜ୍ଞାନ ସମତ କାରଣ ନଥିବା ବାରମ୍ବାର ଦାବି କରି ଆସୁଛନ୍ତି ହେତୁଦେବୀ । ପରାଗ ଓ ଗ୍ରହଣ ସହ ଖାଦ୍ୟର କୌଣସି ସମ୍ପର୍କ ନଥିବା ଦର୍ଶାଇ ଗତ ମଙ୍ଗଳବାର ସୂର୍ଯ୍ୟୋପରାଗରେ ଭୁବନେଶ୍ୱର ଓ ବ୍ରହ୍ମପୁରରେ ଆୟୋଜିତ ହୋଇଥିଲା ସାମୁହିକ ଭୋଜନ ଉତ୍ସବ । ଯେଉଁଥିରେ ହେତୁବାଦୀଙ୍କ ସହ ଶହ ଶହ ଲୋକ ସାମିଲ ହୋଇ ଚିକେନ୍ ବିରିୟାନୀ ଭୋଜନ କରିଥିଲେ । ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ଲାଗି ସେମାନେ ଏଭଳି ପଦକ୍ଷେପ ନେଇଥିବା ବେଳେ ଆଗକୁ ମଧ୍ୟ ଏ ଅଭିଯାନ ଜାରି ରହିବ ବୋଲି କହିଛନ୍ତି ।

ଅନ୍ୟପକ୍ଷେ ଆଇନଜୀବୀ ସନ୍ଦିପନ ମିଶ୍ର ଅଭିଯୋଗ କରିଛନ୍ତି, ସୂର୍ଯ୍ୟୋପରାଗ ବେଳେ ଟିଭି ଡିବେଟରେ  ପ୍ରତାପ ରଥ ଯେଉଁ ଭାଷା ପ୍ରୟୋଗ କରିଛନ୍ତି ତାହା ନିର୍ଦ୍ଦିଷ୍ଟ ଜାତିର ଭାବନାକୁ ବାଧା ଦେଇଛି । ଏଭଳି କହିବା ଆଇନ ବିରୋଧୀ ଅଟେ। ଏଥିଲାଗି ସେ ପ୍ରତାପ ରଥଙ୍କୁ ଲିଗାଲ୍ ନୋଟିସ୍ ଜାରି କରିଥିବା କହିଛନ୍ତି। ତେବେ ନୋଟିସ ସଂପର୍କରେ ପ୍ରଫେସର ପ୍ରତାପ ରଥଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ଏହା ପୂର୍ବରୁ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ପକ୍ଷରୁ କଟକ ସିଡିଏର ମର୍କତନଗର ଥାନାରେ ହେତୁବାଦୀ ସଂଗଠନ ବିରୋଧରେ ଏତଲା ଦିଆଯାଇଛି। ବ୍ରାହ୍ମଣ ସମାଜ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ଏଥିରେ ଉଲ୍ଲେଖ କରାଯାଇଛି। ଜୟ ଜଗନ୍ନାଥ ଚାରଣ ସମିତି ଏହାକୁ ସମର୍ଥନ କରିଛି। ହେତୁବାଦୀ ସଂଗଠନର ସଦସ୍ୟ ଦେବେନ୍ଦ୍ର ସୂତାର ଓ ପ୍ରତାପ ରଥଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ସାମାଜିକ ଶୃଙ୍ଖଳା ଭଙ୍ଗ ଓ ଧର୍ମୀୟ ଭାବନାକୁ ଆଘାତ ଅଭିଯୋଗ କରାଯାଇଛି । ଅନ୍ୟପକ୍ଷେ ଏ ନେଇ ହେତୁବାଦୀଙ୍କୁ ଅଜଣା ନମ୍ବରରୁ ହତ୍ୟା ଧମକ ଆସୁଥିବା ନେଇ ମଧ୍ୟ ଥାନାରେ ଅଭିଯୋଗ ହୋଇଛି।

Solar Eclipse Orissa High Court Legal Notice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ