ଛତିଶଗଡ଼ରେ ମାଓ ହମଲା ପରେ ଓଡ଼ିଶାର ସବୁ ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ

ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡରୁ ହିଁ ଆସିଥା’ନ୍ତି । ତେଣୁ ଘଟଣା ପରେ ଛତିଶଗଡରୁ କିଭଳି ମାଓବାଦୀ ମାନେ ରାଜ୍ୟକୁ ନଆସିବେ ସେନେଇ ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ କରି ଦିଆଯାଇଛି ।

ଓଡ଼ିଶାରେ ହାଇଆଲର୍ଟ

ଛତିଶଗଡ଼ରେ ମାଓ ହମଲା ପରେ ଓଡ଼ିଶାର ସବୁ ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ହାଇଆଲର୍ଟ କରାଯାଇଥିବା ବେଳେ ଏବେ ବରଗଡ଼ ଓ କଳାହାଣ୍ଡିରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଡିଜି ଅମିତାଭ ଠାକୁର ।

ରାଜ୍ୟକୁ ୯୦ ପ୍ରତିଶତ ମାଓବାଦୀ ଛତିଶଗଡରୁ ହିଁ ଆସିଥା’ନ୍ତି । ତେଣୁ ଘଟଣା ପରେ ଛତିଶଗଡରୁ କିଭଳି ମାଓବାଦୀ ମାନେ ରାଜ୍ୟକୁ ନଆସିବେ ସେନେଇ ସମସ୍ତ ସୀମାନ୍ତ ଜିଲ୍ଲାକୁ ସିଲ କରି ଦିଆଯାଇଛି । ସୀମାନ୍ତ ଜିଲ୍ଲାର ଏସପି ମାନଙ୍କ ସହ ଭିଡିଓ କନ୍‌ଫରେନ୍ସି ଜରିଆରେ ସ୍ଥିତିର ଅନୁଧ୍ୟାନ କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ଶୋଷଣ କରାଯାଉଛି । ଯେତେବେଳେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରୁଛନ୍ତି ସେମାନେ ଏହିଭଳି କାହାଣୀ ପୋଲିସ ଆଗରେ କହୁଛନ୍ତି । ତେଣୁ ସମସ୍ତ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ଅପିଲ କରିଛନ୍ତି ।