Advertisment

ଏଣିକି ମାଗଣାରେ ମିଳିବ ରଥ ଚକ

ଏଣିକି ଶ୍ରୀମନ୍ଦିର ମରାମତି ପାଇଁ ୫ ବର୍ଷୀୟା ଯୋଜନା ହେବ। ୫ ବର୍ଷୀୟା ସଂରକ୍ଷଣ ନେଇ ASI ଠାରୁ ପ୍ଲାନ ଆହ୍ୱାନ କରାଯିବ। ସଂରକ୍ଷଣ ପ୍ରସଙ୍ଗରେ ASI- ମନ୍ଦିର ପ୍ରଶାସନ ମିଳିତ ନିଷ୍ପତ୍ତି ନେବେ। ସଂରକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ପଡ଼ିଲେ ସରକାର ବହନ କରିବେ।

ଅଦ୍ୟତନ ହୋଇଛି
Ratha Chaka

Ratha Chaka

Advertisment

ପୁରୀ: ଶ୍ରୀମନ୍ଦିର ସେବାୟତ ପରିବାରକୁ ମିଳିବ ଘର। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪ଶହ ସେବାୟତ ପରିବାରକୁ ଘର ମିଳିବ। ୮ ଏକର ଜମିରେ ବ୍ୟବସ୍ଥା ହୋଇଛି। ପରିବାର ପିଛା ୬ଶହ ବର୍ଗଫୁଟ ମିଳିବ। ଏଥିପାଇଁ ସେବାୟତଙ୍କ ଠାରୁ ଆବେଦନ ପତ୍ର ଆହ୍ବାନ କରାଯିବ। ଆବେଦନପତ୍ର ବିଚାରକୁ ନିଆଯାଇ ଘର ପାଇଁ ପ୍ଲଟ ଦିଆଯିବ। ଘର କରିବା ପାଇଁ ପରିବାର ପିଛା ୨ ଲକ୍ଷ ଟଙ୍କା ଦିଆଯିବ। ୨ ଲକ୍ଷ ସହ ସେବାୟତମାନେ ନିଜ ଅର୍ଥ ଲଗାଇ ଘର ବଢ଼ାଇ ପାରିବେ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ସୂଚନା ଦେଇଛନ୍ତି। 

Advertisment

ଆସନ୍ତା ଶିକ୍ଷାବର୍ଷ ଠାରୁ ଶ୍ରୀମନ୍ଦିର ଗୁରୁକୁଳ  ଆରମ୍ଭ ହେବ। ଏଥିପାଇଁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ଗଠନ ହେବ। ସୋସାଇଟିର ଅଧ୍ୟକ୍ଷ ଗଜପତି, ବିଶିଷ୍ଟ ବ୍ୟକ୍ତିମାନେ ବି ରହିବେ। ମାଟିତୋଟାରେ ୧୭ ଏକର ଜମିରେ ହେବ, ଗୁରୁକୁଳ ପାଣ୍ଠି ଗଠନ ହେବ। ଗୁରୁକୁଳ ନିର୍ମାଣ ପାଇଁ ସବୁ ଖର୍ଚ୍ଚ ରାଜ୍ୟ ସରକାର ଦେବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ସୂଚନା ଦେଇଛନ୍ତି।

ଏଣିକି ଶ୍ରୀମନ୍ଦିର ମରାମତି ପାଇଁ ୫ ବର୍ଷୀୟା ଯୋଜନା ହେବ। ୫ ବର୍ଷୀୟା ସଂରକ୍ଷଣ ନେଇ ASI ଠାରୁ ପ୍ଲାନ ଆହ୍ୱାନ କରାଯିବ। ସଂରକ୍ଷଣ ପ୍ରସଙ୍ଗରେ ASI- ମନ୍ଦିର ପ୍ରଶାସନ ମିଳିତ ନିଷ୍ପତ୍ତି ନେବେ। ସଂରକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ପଡ଼ିଲେ ସରକାର ବହନ କରିବେ।

Advertisment

ଆଗ୍ରହୀ ଶ୍ରଦ୍ଧାଳୁଙ୍କୁ ଏଣିକି ମାଗଣାରେ ମିଳିବ ରଥ ଚକ। ରଥ ଯାତ୍ରା ପରେ ଆଗ୍ରହୀ ଶ୍ରଦ୍ଧାଳୁଙ୍କୁ ମାଗଣାରେ ଦିଆଯିବ। ଏଥିପାଇଁ ଏକ ସବ୍‌କମିଟିକୁ ଦାୟିତ୍ୱ ଦିଆଯିବ। କେଉଁ ବ୍ୟକ୍ତି ବା ଅନୁଷ୍ଠାନକୁ ଚକ ଦିଆଯିବ କମିଟି ଚୟନ କରିବ। ଅଧିକ ଆବେଦନକାରୀ ହେଲେ  ଲଟେରୀ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ସୂଚନା ଦେଇଛନ୍ତି। 

Odisha News Puri Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ