Advertisment

ବଦଳିଗଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ ! ଜାଲରେ ପଡ଼ିଲା ୩୨ କିଲିଆ ତେଲିଆ ମାଛ

ତେଲିଆ ମାଛକୁ ୩ ଲକ୍ଷ ୧୦ ଟଙ୍କାରେ କଲେ ବିକ୍ରି । କୋଲକାତାର ଏକ କମ୍ପାନି ମାଛକୁ କିଣିଲା ।

ଅଦ୍ୟତନ ହୋଇଛି
Costly Fish

Costly Fish

Advertisment

ଭଦ୍ରକ ଜିଲ୍ଲା ଧାମରା ଚନ୍ଦନୀପାଳ ଅଞ୍ଚଳରେ ଲକ୍ଷପତି ହେଲେ ମତ୍ସ୍ୟଜୀବୀ । ଜାଲରେ ପଡିଲା ୩୨ କିଲୋ ଓଜନର ତେଲିଆ ମାଛ । ଏହାକୁ ସେ ୩ ଲକ୍ଷ ୧୦ହଜାର ଟଙ୍କାରେ ବିକ୍ରି କରିଛନ୍ତି । ଚନ୍ଦିନୀପାଳ ମତ୍ସ୍ୟ ପୋତାଶ୍ରୟର ତାଳଛୁଆ ଅଂଚଳର ହାଫିଜ୍ ଉଲ୍ଲାଙ୍କ ମାଛଧରା ବୋଟରେ ୩୨ କେଜି ଓଜନରେ ତେଲିଆ ମାଛ ପଡିଥିଲା l ମାଛ ଧରାଯିବା ପରେ ଏହାକୁ କଲିକତାର ଏକ କମ୍ପାନୀ ୩ ଲକ୍ଷ ୧୦ହଜାର ଟଙ୍କାରେ କିଣିଛି । ଲକ୍ଷାଧିକ ଟଙ୍କାରେ ମାଛ ବିକ୍ରି କରିଥିବାରୁ ମତ୍ସ୍ୟଜୀବୀଙ୍କ ଖୁସି କହିଲେ ନସରେ । ଏହି ମାଛର ଚାହିଦା ଅଧିକ ରହିଥିବାରୁ ଏହାକୁ ବିଦେଶକୁ ରପ୍ତାନି କରାଯାଇଥାଏ ।

Advertisment
Dhamara Costly Fish
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ