ବଦଳିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କ୍ରିଷନ କୁମାରଙ୍କୁ ଆସିଲା କେନ୍ଦ୍ରରୁ ଡାକରା

କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗକୁ ଦେଖିବାକୁ ବାକି ରହିଲା ଯେ, କ୍ରିଷନ କୁମାର ଓଡ଼ିଶା ଛାଡ଼ି ଯାଉଛନ୍ତି ନା ନାହିଁ । 

IAS Krishan Kumar

ବଦଳିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କାରଣ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ଆଇଏଏସ୍ ଅଫିସର କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ । କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇ କେନ୍ଦ୍ର ବାଣିଜ୍ୟ ବିଭାଗ ଯୁଗ୍ମ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ କ୍ରିଷନ କୁମାର । ସେ ଏବେ ରାଜ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ତେବେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗକୁ ଦେଖିବାକୁ ବାକି ରହିଲା ଯେ, କ୍ରିଷନ କୁମାର ଓଡ଼ିଶା ଛାଡ଼ି ଯାଉଛନ୍ତି ନା ନାହିଁ ।