Advertisment

ନିଜ ପୋଷା ବିଲେଇଙ୍କ ସହାୟତାରେ କର୍କଟକୁ ମାତ୍ ଦେଲେ ଏହି ଯୁବତୀ

ସ୍ତନ କର୍କଟ ଯୋଗୁଁ ଅସ୍ତ୍ରୋପଚାର ହେଲା ଏବଂ କେମୋଥେରାପି କରାଗଲା। ସେ ଭଲ ହେବେ ବା ନ ହେବେ ଏମିତି ଚିନ୍ତାରେ ଥିଲେ। ଏପରି କଷ୍ଟକର ସମୟରେ ସେ ତାଙ୍କ ପୋଷା ବିଲେଇଙ୍କ ସମର୍ଥନ ପାଇଥିଲେ। ଆସନ୍ତୁ ଜାଣିବା ଏହାକୁ ନେଇ କ’ଣ କହୁଛନ୍ତି ଏହି ଯୁବତୀ।

author-image
Pramod Behera
ଅଦ୍ୟତନ ହୋଇଛି
Cats Helped Breast Cancer Survivor

Cats helped breast cancer survivor through diagnosis treatment

ଗତ ବର୍ଷ ମାର୍ଚ୍ଚରେ, କରୋନା ଭାଇରସ୍‌ ସମୟରେ ହଂକଂର ବାସିନ୍ଦା ସିଣ୍ଡି ଚେଙ୍ଗ ଜାଣିବାକୁ ପାଇଲେ ଯେ ତାଙ୍କର ଷ୍ଟେଜ୍-୨ ସ୍ତନ କର୍କଟ ହୋଇଛି। ଏହା ଜାଣି ସେ ଦୁଃଖି ହୋଇଗଲ। ପରବର୍ତ୍ତୀ ୧୨ ମାସ ମଧ୍ୟରେ, ଚେଙ୍ଗ୍ କେମୋଥେରାପି କଲେ, ତାଙ୍କ ବାମ ସ୍ତନରେ ଥିବା ଗୋଟିଏ ଅଂଶକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର ହେଲା ଏବଂ କେମୋଥେରାପି କରାଗଲା। ଏହି ସମୟ ମଧ୍ୟରେ, ଚିକିତ୍ସା ତାଙ୍କୁ କିପରି ପ୍ରଭାବିତ କରିବ ଏବଂ ତାଙ୍କ ଅବସ୍ଥା ଆହୁରି ଖରାପ ହେବ କି ନାହିଁ ଏମିତି ଚିନ୍ତାରେ ସେ ଥିଲେ।

Advertisment

ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟ୍‌ ସହିତ କଥାବାର୍ତ୍ତା କରି ହଂକଂରେ ରହୁଥିବା ଏହି ଇଂରାଜୀ ଶିକ୍ଷୟିତ୍ରୀ କହିଛନ୍ତି, “ମୁଁ ଜାଣିଥିଲି କର୍କଟ ରୋଗର ଚିକିତ୍ସା କରାଯାଇପାରିବ, କିନ୍ତୁ ମୋ ସହିତ କ’ଣ ହେବ ତାକୁ ନେଇ ମୁଁ ଭୟ କରୁଥିଲି।”

ସେ ବ୍ୟକ୍ତିଗତ ସମ୍ପର୍କ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଥିଲେ ଏବଂ ତାଙ୍କ ବୀମା କମ୍ପାନୀ ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଥିଲେ, ଯାହା ତାଙ୍କୁ ନିରାଶ ଏବଂ କ୍ରୋଧିତ କରିଥିଲା। ନିଜ ଭାବପ୍ରବଣତାର ଦୁର୍ବଳ ଅବସ୍ଥା ସତ୍ତ୍ୱେ, ସେ ଚ୍ୟାଲେଞ୍ଜ୍‌ ସମୟ ଦେଇ ଗତି କରିବାକୁ ନିଜକୁ ଦୃଢ ରହିବାକୁ ଚେଷ୍ଟା କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଏମିତି ଏକ ଗାଁ, ଯେଉଁଠି ଖଟରେ ଶୁଅନ୍ତିନାହିଁ ଲୋକେ

ପୋଷା ବିଲେଇଙ୍କ ସହଯୋଗ:

ଏପରି କଷ୍ଟକର ସମୟରେ ଚେଙ୍ଗ ତାଙ୍କ ପୋଷା ବିଲେଇଙ୍କ ସମର୍ଥନ ପାଇଥିଲେ। ସେମାନେ କେବଳ ତାଙ୍କୁ ଏହି ରୋଗକୁ ପରାସ୍ତ କରିବାକୁ ଶକ୍ତି ଦେଇନଥିଲେ, ବରଂ ପୁନରୁଦ୍ଧାର ପାଇଁ ସଂଗ୍ରାମ କରିବାକୁ ମଧ୍ୟ ପ୍ରେରଣା ଦେଇଥିଲେ। ସେ କହିଛନ୍ତି, “ମୋର ସ୍ୱାମୀ, ପରିବାର, ବନ୍ଧୁ ଏବଂ ଚାକର ମୋତେ ସମର୍ଥନ କରିଥିଲେ, କିନ୍ତୁ ମୋର ୪ ବିଲେଇ ମୋତେ ଆରାମ ଦେଇଥିଲେ।”

ବିଲେଇମାନଙ୍କ ଭଲ ପାଇବା:

ସେ କହିଛନ୍ତି ଯେ “କେମୋଥେରାପି ପରେ ଯନ୍ତ୍ରଣା ଅସହ୍ୟ ଥିଲା। ମୋ ପାଟିରେ ୩୦ରୁ ଅଧିକ ଫୋଟକା ହୋଇଯାଇଥିଲା ଏବଂ ମୋ ଗଣ୍ଠିରେ ଆଘାତ ଲାଗିଥିଲା। ମୁଁ ମଧ୍ୟ ଦୁର୍ବଳ ଏବଂ କ୍ଳାନ୍ତ ଅନୁଭବ କରୁଥିଲି। ଏସବୁ ମଧ୍ୟରେ ମୁଁ ମୋର ବିଲେଇମାନଙ୍କର ସମର୍ଥନ ପାଇଥିଲି। ସେମାନଙ୍କୁ ଧରିବା, ଚୁମ୍ବନ ଦେବା ଏବଂ ଆଲିଙ୍ଗନ କରିବା, ଏହା ମୋର ଚାପକୁ ହ୍ରାସ କରିଥିଲା ଏବଂ ମୋର ଶାରୀରିକ ଯନ୍ତ୍ରଣାକୁ ହ୍ରାସ କରିଥିଲା। କେମୋଥେରାପି ସମୟରେ ଯେତେବେଳେ ମୋର କେଶ ଝଡିଗଲା, ମୋର ବିଲେଇମାନଙ୍କ ସେ ଦିଗରେ ଧ୍ୟାନ ନଥିଲା ଯେ ମୁଁ କେମିତି ଦେଖାଯାଉଛି।”

ପୋଷା ପଶୁମାନଙ୍କ ଦ୍ୱାରା ଲାଭ:

ଟର୍ମିନାଲ୍ କିମ୍ବା କ୍ରନିକ୍ ରୋଗ ସମୟରେ ଗୃହପାଳିତ ପଶୁମାନେ ସହାୟକ ହୋଇପାରନ୍ତି ବୋଲି ଉଦାହରଣ ଅଛି। ୨୦୧୯ରେ ଏକ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ହୃଦ୍‌ରୋଗ ପରେ ଏକ କୁକୁରର ମାଲିକ ଉନ୍ନତ ଫଳ ପାଇଥିଲେ। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ କୁକୁର ରଖିବା ଦ୍ୱାରା ରୋଗୀଙ୍କୁ ଶାରୀରିକ ଆରାମ ମିଳିବା ସହ ବଂଚିବା ପାଇଁ ପ୍ରେରଣା ମିଳିଥାଏ।

ସୋସିଆଲ ସାଇନ୍ସ ପତ୍ରିକାରେ ୨୦୧୮ରେ ପ୍ରକାଶିତ ଏକ ଛୋଟ କାନାଡିୟ ଅଧ୍ୟୟନରୁ ଜଣାପଡିଛି ଯେ ଗୃହପାଳିତ ପଶୁଙ୍କ ସହିତ ରହିବା ଦ୍ୱାରା ପୁରୁଣା ରୋଗରେ ପିଡୀତ ଲୋକଙ୍କୁ ଅଧିକ ଶୋଇବା ଏବଂ ସଠିକ ଦିନଚର୍ଯ୍ୟା କରିବାରେ ସାହାଯ୍ୟ ମିଳିଯାଏ।

Animal Lover Ajab Gajab
Advertisment
Advertisment