Advertisment

ଜିମ୍‌ରେ ଝାଳ ବୁହାଇଲା ବିଲେଇ; ମାରିଲା ୨୦ ସିଟ୍-ଅପ୍ସ

ଆଜିକାଲି ନିଜକୁ ଫିଟ୍ ରଖିବା ନେଇ ପିଲା ଠାରୁ ବୁଢା ପ୍ରାୟ ସମସ୍ତେ କିଛି ନା କିଛି ବ୍ୟାୟାମ କରୁଥିବା ଦେଖାଯାଏ। ଏ କ୍ଷେତ୍ରରେ ପଶୁମାନେ ବି ପଛରେ ପଡି ନାହାନ୍ତି। ଏକ ବିଲେଇ ଜିମ୍‌ରେ ୨୦ଟି ସିଟ୍-ଅପ୍ସ ମାରି ଏହାକୁ ପ୍ରମାଣିତ କରିଦେଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Cat was seen sweating in the gym

Cat was seen sweating in the gym

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏମିତି ଭିଡିଓ ଦେଖିଲା ପରେ ଲୋକଙ୍କ ଦିନ ଖୁସି ହୋଇଯାଏ। ଲୋକମାନେ ଆଜିକାଲି ସୋସିଆଲ ମିଡିଆରେ ପଶୁମାନଙ୍କ ସହ ଜଡିତ ଯେ କୌଣସି କୌତୁକିଆ ଓ ମଜାଳିଆ ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି। ଏଭଳି ପରିସ୍ଥିତିରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜିମ୍ ଫ୍ରିକ୍ ନାମକ ଏକ ବିଲେଇକୁ ଦେଖିବାକୁ ମିଳିଛି। ବିଲେଇଟି ଜିମ୍‌ରେ ଝାଳ ବୁହାଉଛି। ବିଲେଇର ଏହି ବ୍ୟାୟାମ ଅନେକଙ୍କୁ ପ୍ରେରଣା ଦେଉଥିବା ଦେଖାଯାଏ।

Advertisment

ସାଧାରଣତଃ ନୂଆବର୍ଷର ଆରମ୍ଭରେ, ଲୋକମାନେ ଭଲ ସ୍ୱାସ୍ଥ୍ୟ ଓ ସୁସ୍ଥ ଶରୀର ପାଇଁ ନୂଆବର୍ଷର ସଂକଳ୍ପ ନେଇଥିବାର ଦେଖାଯାଏ। ଏଥିରେ ସେମାନେ ନିଜକୁ ପ୍ରତିଜ୍ଞା କରିଥାନ୍ତି ଯେ ନିଜକୁ ଫିଟ୍ ରଖିବା ପାଇଁ ସେମାନେ ପ୍ରତ୍ୟେକ ପଦକ୍ଷେପ ନେବେ। କେହି କେହି ଏହାକୁ ପାଳନ କରୁଥିବା ବେଳେ ଅନେକ ଭୁଲି ଯାଆନ୍ତି। ତେବେ ବର୍ତ୍ତମାନ ଏକ ବିଲେଇ ଲୋକମାନଙ୍କୁ ଫିଟ୍ ରହିବା ନେଇ ଉତ୍ସାହିତ କରୁଥିବା ଦେଖାଯାଉଛି। ଲକ୍ଷ ଲକ୍ଷ ଲୋକ ସୋସିଆଲ ମିଡିଆରେ ଜିମ୍‌ ଫ୍ରିକ୍‌ ନାମରେ ଜଣାଶୁଣା ଏହି ବିଲେଇର ଭିଡିଓକୁ ଦେଖିଛନ୍ତି।

ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଏକ ବିଲେଇ ଜିମ୍ ଭିତରେ ଝାଳ ବୁହାଉଥିବା ଦେଖିବାକୁ ମିଳେ। ପ୍ରଥମେ ବିଲେଇଟି ଯେତେବେଳେ ତା’ର ମାଲିକ ସହ ଜିମ୍‌ରେ ଦେଖାଯାଏ ସେ ଖୁବ ମୋଟା ଥାଏ। ଏହି ଭିଡିଓରେ ସେ ମାଟି ଉପରେ ଶୋଇ ସିଟ୍-ଅପ୍ସ କରୁଥିବା ଦେଖାଯାଏ। ଏଠାରେ ଜଣେ ବ୍ୟକ୍ତି ତାଙ୍କୁ ଏହା କରିବାକୁ ପ୍ରେରଣା ଦେଉଥିବା ଦେଖିବାକୁ ମିଳେ। ଏହି ସମୟରେ ବିଲେଇଟି କ୍ରମାଗତ ଭାବରେ ୨୦ ଟି ସିଟ୍-ଅପ୍ସ କରୁଥିବା ମଧ୍ୟ ଦେଖାଯାଏ।

Advertisment

ତେବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଥିବା ଏହି ବିଲେଇ ଜିମ୍ ମାନିଆ ହେବାର ଭିଡିଓ, ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ପ୍ରେରଣା ଭାବରେ କାମ କରୁଛି। ବର୍ତ୍ତମାନ, ଏହି ଭିଡିଓ ସୋସିଆଲ ମିଡିଆ ସାଇଟ୍‌ ଫେସ୍‌ବୁକ୍‌ରେ ଭାଇରାଲ ହେଉଥିବା ବେଳେ ଏହାକୁ ୧୨ ମିଲିୟନରୁ ଅଧିକ ଭ୍ୟୁ ମିଳିସାରିଛି। ଏହା ସହିତ ୨୪ ହଜାର ଲୋକ ଏହା ଉପରେ ବିଭିନ ପ୍ରତିକ୍ରିୟା ଦେଇଥିବା ଦେଖାଯାଏ।

Viral Video
Advertisment
Advertisment