• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜଧାନୀରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଜାଳିଦେଲେ ସ୍କୋର୍ପିଓ କାର । ଗତକାଲି ରାତିରେ ଡେଲଟା ଛକରେ ଥିବା ଟ୍ରାଫିକ ପୋଷ୍ଟ ଉପରେ ଏହି ଘଟଣା ଘଟିଛି । ବିଚ୍ ରାସ୍ତାରେ ହୁତ ହୁତ ହୋଇ ଜଳିଯାଇଥିଲା କାର । ହେଲେ କିଏ ଓ କାହିଁକି ନିଆଁ ଲଗାଇଲା ତାହା ସ୍ପଷ୍ଟ ଜଣାପଡିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କିଛି ଦୁର୍ବୃତ୍ତ କାରରେ ନିଆଁ ଲଗାଇ ଦେଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ସ୍କର୍ପିଓରେ ନିଆଁ ଲାଗିବା ପୂର୍ବର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ପ୍ରାୟ ୧୦ ଜଣ ଦୁର୍ବୃତ୍ତ ଗାଡି ପାଖକୁ ଆସି ହୋହାଲ୍ଲା କରୁଥିବା ଦେଖିବାକୁ ମିଳିଛି । ଏହାପରେ ଆତଙ୍କ ଖେଳାଇବା ସହ ଗାଡିକୁ ଭଂଗାରୁଜା କରିଥିଲେ । ଜଣେ ଯୁବକ ରାସ୍ତା କଡ଼ରୁ ଏକ ପଥର ଆଣି ଗାଡିର ପଛ କାଚକୁ ଭାଂଗିବା ଭିଜୁଆଲରେ ଦେଖିବାକୁ ମିଳିଛି ।

ସେହିପରି ଅନ୍ୟ ଜଣେ ଯୁବକ ଏକ ପଥର ଧରି ଗାଡି ଉପରକୁ ଫିଙ୍ଗୁଛି । ତେବେ ଏହି ଯୁବକମାନେ କିଏ ଓ କାହିଁକି ଗାଡିକୁ ଭାଂଗୁଛନ୍ତି ଏହାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

ଘଟଣାସ୍ଥଳର ମାତ୍ର କିଛି କିଲୋମିଟର ଦୂରରେ ଦୁଇ ଦୁଇଟି ଥାନା ରହିଛି । ନୟାପଲ୍ଲୀ ଥାନା ଓ ଖଣ୍ଡଗିରି ଥାନା ପୋଲିସ ପାଟ୍ରୋଲିଂ ଟିମ୍ ମଧ୍ୟ ମୁତୟନ ଅଛି । ତଥାପି ଘଟଣାକୁ ରୋକାଯାଇପାରିନଥିଲା, ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାସହ ଏତେ ସବୁ ଘଟଣା ପରେ ବି ପୋଲିସ ଜାଣିପାରିଲାନି କେମିତି ନା ସବୁ ଜାଣି ମଧ୍ୟ ଚୁପଚାପ୍ ରହିଥିଲା ତାକୁ ନେଇ ପ୍ରଶ୍ନ ଉଠିଛି ।