Advertisment

କ୍ୟାନ୍ସର ରୋଗୀଙ୍କ ଜୀବନ ସହ ଖେଳ, ୧୦ ମାସ ଧରି କର୍କଟ ରୋଗୀଙ୍କୁ ମିଳୁନି ବାୟୋପ୍ସି ରିପୋର୍ଟ

ବଲାଙ୍ଗିର ବଡ଼ ମେଡିକାଲ ନିଦାନ କେନ୍ଦ୍ରର ଏ କି ଦାୟିତ୍ୱହୀନତା?

Cancer patient awaits biopsy report for 10 months, treatment delayed

Cancer patient awaits biopsy report for 10 months, treatment delayed

Advertisment

ମାତ୍ର ୧୦ ଦିନରେ ମିଳିବାକୁ ଥିବା ରିପୋର୍ଟ ପାଇଁ ବିତିଲାଣି ୧୦ ମାସ। ଥରେ ବଦଳରେ ଦୌଡ଼ିଲେଣି ୧୦୦ ଥର କିନ୍ତୁ ଆଜିଯାଏଁ ରିପୋର୍ଟ ଆସୁନି,  କି ଚିକିତ୍ସା ଆରମ୍ଭ ହୋଇପାରୁନି। ସରକାରୀ ବିଧି ବ୍ୟବସ୍ଥା ଉରେ ଭରସା କରି କଷ୍ଟ ଯନ୍ତ୍ରଣା ପାଉଥିବା ସୋନପୁର ଅଞ୍ଚଳର କର୍କଟ ରୋଗୀ କସ୍ତୁରୀ ରଥଙ୍କ ଦୁର୍ଦ୍ଦଶା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ ଖାଲି ଆଶ୍ଚର୍ଯ୍ୟ ହେବନି, ବରଂ 5T ଅଧୀନରେ ଆସୁଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱହୀନତାକୁ ତିରସ୍କାର ନ କରି ରହିବ ନାହିଁ।

Advertisment

ସ୍ତନ କର୍କଟରେ ପୀଡ଼ିତା କସ୍ତୁରୀଙ୍କର ଗତ ଜାନୁଆରୀ ୧୭ ତାରିଖରେ ଭୀମ ଭୋଇ ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଅସ୍ତ୍ରୋପଚାର ହୋଇଥିଲା। ଏହା ପୂର୍ବରୁ ରୋଗ ସମ୍ପର୍କରେ ଅଧିକ ଜାଣିବାକୁ ଜାନୁଆରୀ ୧୨ରେ ତାଙ୍କ ବାୟୋପ୍ସି ଟେଷ୍ଟ ଲାଗି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲା ସାମ୍ପୁଲ। ଅପରେସନ କରିଥିବା ଡାକ୍ତର କହିଥିଲେ, ରିପୋର୍ଟ ଆସିଲେ ଚିକିତ୍ସା ଆରମ୍ଭ ହେବ କିନ୍ତୁ ୧୦ ଦିନରେ ଆସିବାକୁ ଥିବା ରିପୋର୍ଟ ଏଯାଏଁ ପାଇ ନାହାନ୍ତି କସ୍ତୁରବା। ସେବେଠାରୁ ସୋନପୁରରୁ ବଲାଙ୍ଗିର ଦୌଡ଼ି ଦୌଡ଼ି ନିରାଶ ହେବା ପରେ ମେଡିକାଲ ମୁଖ୍ୟ, ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀ, ଜିଲ୍ଲାପାଳ ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଛନ୍ତି ହେଲେ ସବୁ ପରେ ବି ତାଙ୍କ ରିପୋର୍ଟ ଆସିନି, କି ଠିକରେ ଚିକିତ୍ସା ଆରମ୍ଭ ହୋଇପାରୁନି।

ଅଭାବ ଓ ଗରିବୀ ପାଇଁ ସରକାରୀ ବିଧି ବ୍ୟବସ୍ଥା ଉପରେ ଭରସା କରି କସ୍ତୁରୀ ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲରେ ଅପରେସନ କରିବା ପରେ ଏଇ ହସ୍ପିଟାଲରେ ଥିବା ସରକାରୀ ପରୀକ୍ଷାଗାର ନିଦାନରେ ତାଙ୍କ ସାମ୍ପୁଲ ଦିଆଯାଇଥିଲା। ଏଠାରୁ ସମ୍ବଲପୁର ଦେଇ ଭୁବନେଶ୍ୱରରେ ଟେଷ୍ଟ ପରେ ସର୍ବାଧିକ ୨ ସପ୍ତାହ ଭିତରେ ରିପୋର୍ଟ ମିଳିବା କଥା କିନ୍ତୁ କସ୍ତୁରୀଙ୍କ ରିପୋର୍ଟ ଆଜି ପର୍ଯ୍ୟନ୍ତ କାହିଁକି ମିଳିପାରୁନି ତାର ଉତ୍ତର କାହା ପାଖରେ ନାହିଁ। ଏପଟେ ଟେଷ୍ଟିଂ ପାଇଁ ନିୟୋଜିତ ଘରୋଇ ସଂସ୍ଥା ଟେକ୍ ମ଼େଡକୁ ବଲାଙ୍ଗିର ADMO ଚିଠି ଲେଖିବା ପରେ ବି ତାର ଜବାବ ମିଳିନି। ଏପଟେ ରିପୋର୍ଟ ଅଭାବରୁ କସ୍ତୁରୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଉପଯୁକ୍ତ ନିଦାନ କରିପାରୁନଥିବା କହିଛନ୍ତି ଫଳରେ କସ୍ତୁରୀଙ୍କ ଯନ୍ତ୍ରଣା ଦିନକୁ ଦିନ ବଢ଼ି ଚାଲିଛି।

Advertisment

ଏଠାରେ ପ୍ରଶ୍ନ ଉଠୁଛି ଏହି ୧୦ ମାସ ଭିତରେ ଅନ୍ୟମାନଙ୍କ ରିପୋର୍ଟ ଆସୁଥିଲେ ବି କସ୍ତୁରୀଙ୍କ ରିପୋର୍ଟ କାହିଁକି ମିଳିପାରୁନି? ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳାରୁ ଯଦି ରିପୋର୍ଟ ହଜିଛି କିମ୍ବା ପ୍ରସ୍ତୁତ ହୋଇନି, ତେବେ ତାହା ତାଙ୍କୁ ସ୍ପଷ୍ଟ କରାନଯାଇ ୧୦ ମାସ ଧରି କାହିଁକି ମିଳୁଛି ମିଥ୍ୟା ପ୍ରତିଶ୍ରୁତି? 

(ରିପୋର୍ଟ: ମନରଞ୍ଜନ ଯୋଶୀ)

ADMO Cancer Patient
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ