Advertisment

ବିଜୁ ସେତୁ ଯୋଜନାରେ ବ୍ୟାପକ ଅନିୟମିତତା ! ବିରାଟ ଗଫଲତି ଧରିଲେ ସିଏଜି

୨୭ଟି ପ୍ରକଳ୍ପ କ୍ଷେତ୍ରରେ ନିର୍ଦ୍ଧାରିତ ୨୫ ମିଟର ଠାରୁ କମ୍ ଥିଲା ସେତୁ ଦୈର୍ଘ୍ୟ।

ଅଦ୍ୟତନ ହୋଇଛି
Biju Setu Yojana

CAG finds massive irregularities in Biju Setu Yojana

Advertisment

ବିଜୁ ସେତୁ ଯୋଜନାରେ ହୋଇଛି ବ୍ୟାପକ ଅନିୟମିତତା। ବିରାଟ ଗଫଲତି ଧରିଲେ ସିଏଜି। ରାଜ୍ୟ ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ବିଜୁ ସେତୁ ଯୋଜନା ଥିବା ବେଳେ ୨୦୧୭ରୁ ୨୧ ମଧ୍ୟରେ ବିଜୁ ସେତୁ ପାଇଁ ୨୫୭୦ କୋଟି ବଜେଟ ଥିଲା କିନ୍ତୁ ୨୨୫୫ କୋଟି ବିନିଯୋଗ ହୋଇଥିଲା। ୭୯୩ଟି ସେତୁ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୪୭୩ଟି ସଂପୂର୍ଣ୍ଣ ହୋଇଛି।

Advertisment

ଏଥିପାଇଁ ଟେଣ୍ଡରରେ ବିଳମ୍ବ, ସର୍ବେକ୍ଷଣରେ ତ୍ରୁଟି, ଜମି ମାମଲାକୁ ଦାୟୀ କରାଯାଇଛି। ୨୭ଟି ପ୍ରକଳ୍ପ କ୍ଷେତ୍ରରେ ନିର୍ଦ୍ଧାରିତ ୨୫ ମିଟର ଠାରୁ କମ୍ ଥିଲା ସେତୁ ଦୈର୍ଘ୍ୟ। ସେତୁକୁ ସଂଯୋଗ ରାସ୍ତା ପାଇଁ ଜମି ଅଧିଗ୍ରହଣ କାମ ବି ସରିନଥିବା କୁହାଯାଇଛି। ତା ସହିତ ରାଜ୍ୟରେ କର୍ମଜୀବୀ ମହିଳାଙ୍କ ହଷ୍ଟେଲ ନିର୍ମାଣରେ ବ୍ୟାପକ ଅପବ୍ୟୟ ହୋଇଥିବାର ଏଜି ତାଙ୍କ ରିପୋର୍ଟରେ କହିଛନ୍ତି।

ସେହିପରି ରାଜ୍ୟରେ ଶିଶୁ ଯତ୍ନ ପାଇଁ ପ୍ରତିଷ୍ଠାନ ପାଇଁ ଉଦ୍ଦିଷ୍ଟ ପାଣ୍ଠିର ବିନିଯୋଗ ହୋଇପାରିନଥିବା ଏଜି ତାଙ୍କ ରିପୋର୍ଟରେ କହିଛନ୍ତି।  

Advertisment
Biju Setu Yojana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ