/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656662390.jpg)
Special story
ଢେଙ୍କାନାଳ ସହରର ଭେଣ୍ଡିଂଜୋନରେ ଝୁଲୁଛି ତାଲା ।ରାସ୍ତା କଡରେ ବ୍ୟବସାୟୀ । ଢେଙ୍କାନାଳ ମ୍ୟୁନିସିପାଲିଟିର ଉଦାସୀନତା ପାଇଁ ବଢୁଛି ଅସନ୍ତୋଷ ।ଖୁବଶୀଘ୍ର କାର୍ଯ୍ୟକ୍ଷମ କରି ଭେଣ୍ଡିଂଜୋନ ବଣ୍ଟନ ପାଇଁ ଜୋର ଧରିଲା ଦାବି ।ପଦକ୍ଷେପ ନହେଲେ ବ୍ୟବସାୟୀଙ୍କ ଆନ୍ଦୋଳନ ଜୋରଦାର ଚେତାବନୀ ।
ରାସ୍ତା କଡର ଉଠା ଦୋକାନୀଙ୍କ ସୁବିଧା ପାଇଁ ତିଆରି ହୋଇଥିଲା ଭେଣ୍ଡିଂଜୋନ । ଦେଢ ବର୍ଷ ତଳେ ପୌରପାଳିକା ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବାଜିଚୌକ ନିକଟରେଏହା ନିର୍ମାଣ ହୋଇଥିଲା । ଉଠା ଦୋକାନୀଙ୍କୁ ଥଇଥାନ କରିବା ତ ଦୂରର କଥା ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଏହି ଭେଣ୍ଡିଂଜୋନର ତାଲାରେ ଏବେ ଲାଗି ଗଲାଣି କଳଙ୍କି । ସନ୍ଧ୍ୟା ହେଲେ ଏଠି ନିଶାଖୋର ଯୁବକଙ୍କ ଆରମ୍ଭ ହେଉଛି ଆଡ୍ଡା । କିଛି ବ୍ୟକ୍ତି ବିଶେଷ ଭେଣ୍ଡିଂଜୋନ କାମରେ ଆସିପାରୁ ନଥିବାରୁ ଏହାର ସୁଯୋଗ ନେଇ ଏଠାରେ ମିନି ବସଷ୍ଟାଣ୍ଡ ଭାବରେ ଏହାକୁ ବ୍ୟବହାର କଲେଣି ।
ବାଜିଚୌକ ଅଞ୍ଚଳର କିଛି ଉଠା ବ୍ୟବସାୟୀ ଜୋର ଜବରଦସ୍ତ ଭେଣ୍ଡିଂଜୋନର କିଛି ଘର ମାଡି ବସିଥିବା ମଧ୍ୟ ଅଭିଯୋଗ ହୋଇଛି । ଏପଟେ ଢେଙ୍କାନାଳ ମ୍ୟୁନିସିପାଲିଟିର ଅଜବ ନିୟମ । ବାଜିଚୌକ ନିକଟରେ ଥିବା ଏହି ୩୦ବଖରା ଭେଣ୍ଡିଂଜୋନ କୌଣସି ବ୍ୟବସାୟୀଙ୍କୁ ବଣ୍ଟା ଯାଇ ନଥିବା ବେଳେ ସହରର ଜୁବୁଲୀଟାଉନ ଓ କୁଞ୍ଜକାନ୍ତ ନିକଟରେ ମ୍ୟୁନିସିପାଲିଟି ନୂଆ ଦୋକାନ ଘର କେଉଁ ଦୋକାନୀଙ୍କ ପାଇଁ ତିଆରି କରୁଛି ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ।
ରାଜଶ୍ରୀ ଶତପଥୀ, ଢେଙ୍କାନାଳ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)