Advertisment

ରାଜ୍ୟରେ ସୋମବାର ଠାରୁ ଚାଲିବ ବସ୍

ଘରୋଇ ବସ୍ ମାଲିକ ସଂଘର ଦାବି ଥିଲା- ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେବା ଯାଏଁ ବସ୍ ଗଡ଼ିବନି। ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍ ନଚଳାଇବାକୁ ନିଷ୍ପତ୍ତି ନେଇଥିଲା ସଂଘ।

ଅଦ୍ୟତନ ହୋଇଛି
ରାଜ୍ୟରେ ସୋମବାର ଠାରୁ ଚାଲିବ ବସ୍

Bus Stand

Advertisment

ଭୁବନେଶ୍ୱର: ରାଜ୍ୟରେ ସୋମବାର ଠାରୁ ଚାଲିବ ବସ୍। ସ୍ୱାଭାବିକ ହେବ ବସ୍ ଚଳାଚଳ। ଏନେଇ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଂପାଦକ ସୂଚନା ଦେଇଛନ୍ତି। ଘରୋଇ ବସ୍ ମାଲିକ ସଂଘ ସହ ସରକାରଙ୍କ ଆଲୋଚନା ସଫଳ ହୋଇଛି। ସଂଘର ଦାବି ଉପରେ ସରକାର ଶୀଘ୍ର ନିଷ୍ପତ୍ତି ନେବେ ବୋଲି ସଂପାଦକ କହିଛନ୍ତି।

Advertisment

ଦେବେନ୍ଦ୍ର ସାହୁ କହିଛନ୍ତି, ଅଗଷ୍ଟ ଓ ସେପ୍ଟେମ୍ବର  ମାସର ଟିକସ ଛାଡ଼ ପାଇଁ ବିଚାର କରିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଗାଡ଼ି ପିଛା ଲକ୍ଷେ ଟଙ୍କାର ସୁଧ ବିହୀନ ଋଣ ମିଳିବ। ଇନ୍ସ୍ୟୁରାନ୍ସ ଅବଧି ବୃଦ୍ଧି କରିବାକୁ ରାଜ୍ୟର ଅର୍ଥ ସଚିବ IRDA ସହ କଥା ହେବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଦେବେନ୍ଦ୍ର ସାହୁ।

ସେହିପରି ଜୁଲାଇ ୧୯ରୁ ଭୁବନେଶ୍ୱରର ୧୬ଟି ରୁଟ୍‌ରେ ମୋ ବସ୍  ଗଡ଼ିବ। ସୋମବାରରୁ ଶୁକ୍ରବାର ସକାଳ ୭ରୁ ସଂଧ୍ୟା ୬ଟା ଯାଏଁ ଗଡ଼ିବ। ୧୬ଟି ରୁଟ୍‌ରେ ମୋଟ୍ ୮୭ଟି ବସ୍ ଗଡ଼ିବା ନେଇ କ୍ରୁଟ୍ ପକ୍ଷରୁ ସୂଚନା ମିଳିଛି। ମାସ୍କ ବାଧ୍ୟତାମୂଳକ କରାଯାଇଛି। ଠିଆ ହୋଇ ଯାତ୍ରୀ ଯାଇପାରିବେ ନାହିଁ।

Advertisment

ତାଲାବନ୍ଦର ପ୍ରାୟ ତିନି ମାସ ପରେ ଆଂଶିକ ଲକଡାଉନ୍ ଆଶ୍ୱସ୍ତି ଆଣିଛି।  ଅଗଷ୍ଟ ୧ ଯାଏଁ ନୂଆ ଗାଇଡଲାଇନ୍ ପରେ ବସ୍‌ ଚଳାଚଳକୁ ଅନୁମତି ମିଳିଥିଲେ ବି ବସ୍ ଗଡିନଥିଲା।  ଘରୋଇ ବସ୍ ମାଲିକ ସଂଘର କହିବା କଥା ଥିଲା, ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେବା ଯାଏଁ ବସ୍ ଗଡ଼ିବନି। ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍ ନଚଳାଇବାକୁ ନିଷ୍ପତ୍ତି ନେଇଥିଲା ସଂଘ।

Advertisment

କାରଣ ୧୮ ମାସ ଧରି ବନ୍ଦ ହୋଇ ପଡି ରହିଥିବା ବସ ଚାଲିବା ଅବସ୍ଥାରେ ନାହିଁ। ଏଭଳି ସ୍ଥିତିରେ ଡିଜେଲ ଦର ବୃଦ୍ଧି ପାଇଥିବାବେଳେ ଯାତ୍ରୀ ବି ଆସୁନାହାଁନ୍ତି।ତେଣୁ କିଭଳି ଭାବେ ସମ୍ପୂର୍ଣ୍ଣ ବସ୍ ଚଳାଚଳ କରିବ ବୋଲି ଓଡ଼ିଶା ବସ୍ ଆସୋସିଏସନ୍ ପ୍ରଶ୍ନ ଉଠାଇବା ସହ ବସ୍ ସେବା ସ୍ୱାଭାବିକ ହେବାକୁ କିଛିଦିନ ଲାଗିବ ବୋଲି କହିଥିଲା।  

Odisha News Odisha Government COVID-19 Lockdown
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ