• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବନ୍ଦ ଡାକରାକୁ ନେଇ ବସ୍ ମାଲିକ ଓ ଡ୍ରାଇଭର ସଂଘ ମୁହାଁମୁହିଁ । ୧୦ଦଫା ଦାବି ନେଇ ଆସନ୍ତାକାଲି ଷ୍ଟିୟରିଂ ଛାଡ ଡାକରା ଦେଇଛି ଓଡିଶା ଡ୍ରାଇଭର ମିଳିତ ମଞ୍ଚ । ଓଡିଶା ମୋଟର ଚାଳକ ସଂଘ, ପରିବହନ ସଂଘ, ଡ୍ରାଇଭର ମହାସଂଘ ଭଳି ବିଭିନ୍ନ ସଂଘ ମିଳିତ ଭାବରେ ଏହି ବନ୍ଦ ଡାକରା ଦେଇଛନ୍ତି ।

ହଳଦିଆ ନମ୍ବର ପ୍ଲେଟ ଥିବା ସମସ୍ତ ଗାଡି ବନ୍ଦ କରିବାକୁ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ସମସ୍ତ ବ୍ଲକ ଏବଂ ସଦର ମହକୁମାରେ ଆନ୍ଦୋଳନ କରିବ ମିଳିତ ମଞ୍ଚ। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ଚେତାବନୀ ଦେଇଛି । ..

ସେପଟେ ଡ୍ରାଇଭରଙ୍କ ଆନ୍ଦୋଳନ ସତ୍ତ୍ୱେ  ଆସନ୍ତାକାଲି ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ ଚାଳିବ ବୋଲି ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଆସନ୍ତାକାଲି ହେବାକୁ ଥିବା ଆନ୍ଦୋଳନରେ ସହଯୋଗ କରିବ ନାହିଁ ବୋଲି ନିଖିଳ ଓଡିଶା ଅଟୋ ମହାସଂଘ ସାଧାରଣ ସମ୍ପାଦକ କହିଛନ୍ତି । ..