Advertisment

ମଝି ଆକାଶରେ ଉଡୁଥିଲେ, ହଠାତ୍‌ ଯାତ୍ରୀଙ୍କ ଦେହରେ ବାଜିଲା ଗୁଳି

ପୁରାଣର କାହାଣୀଟିଏ ସମସ୍ତଙ୍କର ମନେ ଥିବ। ଦ୍ରୌପଦୀଙ୍କ ବିବାହ ସମୟରେ ପିତା ଦ୍ରୁପଦ ରଖିଥିଲେ ଅଦ୍ଭୂତ ସର୍ତ୍ତ। ଶ୍ରେଷ୍ଠ ଧନୁର୍ଦ୍ଧରଙ୍କୁ ବିବାହ ଦେବାପାଇଁ ଏମିତି କିଛି କଠୋର ପରୀକ୍ଷାର ଆୟୋଜନ କରିଥିଲେ। ଉପରେ ବୁଲୁଥିବ ଏକ ଚକ ।

ଅଦ୍ୟତନ ହୋଇଛି
bullet hit to Flight

bullet hit to Flight

Advertisment

ପୁରାଣର କାହାଣୀଟିଏ ସମସ୍ତଙ୍କର ମନେ ଥିବ। ଦ୍ରୌପଦୀଙ୍କ ବିବାହ ସମୟରେ ପିତା ଦ୍ରୁପଦ ରଖିଥିଲେ ଅଦ୍ଭୂତ ସର୍ତ୍ତ। ଶ୍ରେଷ୍ଠ ଧନୁର୍ଦ୍ଧରଙ୍କୁ ବିବାହ ଦେବାପାଇଁ ଏମିତି କିଛି କଠୋର ପରୀକ୍ଷାର ଆୟୋଜନ କରିଥିଲେ। ଉପରେ ବୁଲୁଥିବ ଏକ ଚକ । ଚକରେ ଥିବ ଏକ ମୀନର ଚତ୍ର। ତଳେ ଥିବା ପାଣିରେ ଏହି ଦୃଶ୍ୟ ପ୍ରତିବିମ୍ବିତ ହେଉଥିବ। ସେଇ ଦୃଶ୍ୟକୁ ଦେଖି ଯୋଦ୍ଧା ମୀନର ଚକ୍ଷୁକୁ ତୀର ମାରିବେ। ଏ ପରୀକ୍ଷା ଥିଲା କଠୋର। ତଥାପି ଅର୍ଜୁନ ଜିତି ଶ୍ରେଷ୍ଠ ଧନୁର୍ଦ୍ଧର ବୋଲି ନିଜକୁ ପ୍ରମାଣିତ କରିଥିଲେ। ହେଲେ କିଏ ଏହି ସାର୍ପ ସୁଟର ?  ଏତେ ତୀକ୍ଷ୍‌ଣ ତାଙ୍କୁ ଲକ୍ଷ୍ୟ ! ୩,୫୦୦ ଫୁଟ ଉପରେ ଉଡୁଥିବା ବିମାନକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲା ଆଉ ଏହି ଗୁଳି ବି ଲକ୍ଷ୍ୟଭେଦ କରିଥିଲା।

Advertisment

୩,୫୦୦ ଫୁଟ ଉଚ୍ଚରେ ଉଡୁଥିଲା ବିମାନ। ହେଲେ ଉଡ଼ନ୍ତା ଫ୍ଲାଇଟ ଉପରକୁ ହେଲା ଗୁଳିମାଡ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମ୍ୟାମାଁରରେ। ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଏହି ଗୁଳି ସିଧା ବିମାନ ଭେଦି ଭିତରକୁ ଯାଇଛି। ଯାହାଫଳରେ ବିମାନରେ ବସିଥିବା ଜଣେ ଯାତ୍ରୀ ଆହତ ହୋଇଛନ୍ତି। ମ୍ୟାମାଁର ନାଶନାଲ ଏୟାରଲାଇନ୍ସର ଏହି ବିମାନଟି ମ୍ୟାମାଁରରୁ ଲୋଇକାବ ଯାଉଥିଲା। ସେଠାରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ହଠାତ୍‌ ଗୁଳି ଘଟିବା ପରେ ଯାତ୍ରୀଙ୍କ ଶରୀର ରକ୍ତରେ ଭିଜି ଯାଇଥିଲା। ଏହାପରେ ଉକ୍ତ ଲାଇନରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିମାନ ଚଳାଚଳକୁ ବାତିଲ କରିଛନ୍ତି ମ୍ୟାମାଁର ସରକାର।

ନିଉଜ ଏଜେନ୍ସିରୁ ମିଳିଥିବା ତଥ୍ୟ ଅନୁସାରେ, ବିମାନଟି ୬୩ ଜଣ ଯାତ୍ରୀଙ୍କୁ ନେଇ ଲୋଇକାବ ଯାଉଥିଲା। ୩, ୫୦୦ ଫୁଟ ଉପରକୁ ଉଠିବା ପରେ ହଠାତ୍‌ ୨୭ ବର୍ଷ ବୟସ୍କ ଜଣେ ଯାତ୍ରୀ ଯନ୍ତ୍ରଣାରେ ଚିତ୍କାର କରିଥିଲେ। ପରେ ଜଣାପଡିଥିଲା ତାଙ୍କ ଶରୀରରେ ଗୁଳି ବାଜିଛି। ସେ ଲହୁଲୁହାଣ ହୋଇ ଯାଇଥିଲେ। ଶେରେ ବିମାନଟି ଅବତରଣ କରବା ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

Advertisment

ମ୍ୟାମାଁର ସୈନ୍ୟ ପରିଷଦ ଏହି ଘଟଣାକୁ ନେଇ କରେନି ନାଶନାଲ ପ୍ରେଗ୍ରେସିଭ ପାଟି ଏବଂ ପିପୁଲ୍ସ ଡିଫେନ୍ସ ଫୋର୍ସକୁ ଦାୟୀ କରିଛି। ତେବେ ଉଭୟ ସଂଗଠନ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି ଏବଂ ଏହି ଘଟଣାରେ ସେମାନଙ୍କର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି।

Flight Services Myanmar National Airlines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ