Advertisment

ପୁଲିସ ବାବୁଙ୍କ ବେଳା ଖରାପ : ଡ୍ୟୁଟି କରିବା ବେଳେ ମୁଣ୍ଡିଆ ମାରି କଚାଡ଼ି ପକାଇଲା ଷଣ୍ଢ

କିଏ ଜାଣିଥିଲା ଏମିତି ହେବ ବୋଲି। ହଠାତ୍ କୋଉଠି ଥିଲା ଏହି ମାରଣା ଷଣ୍ଢ। ରାସ୍ତା ମଝିରେ ଡ୍ୟୁଟି କରୁଥିବା ପୋଲିସ ବାବୁଙ୍କ ପାଖକୁ ଆସିଲା। ଶିଙ୍ଗରେ ଟେକି କଚାଡ଼ି ଦେଲା। ଆଉ ତା’ପରେ କ’ଣ ହେଲା ଦେଖନ୍ତୁ.

author-image
Prangyan Parimita
police

police

ରାସ୍ତା ମଝିରେ ହଟହଟା ହେଲେ ପୁଲିସ ବାବୁ। ଡିୟୁଟି କରିବା ସମୟରେ ପଛପଟୁ ଆସିଲା ମାରଣା ଷଣ୍ଢ। ମୁଣ୍ଡିଆ ମାରି ପୁଲିସ ବାବୁଙ୍କୁ ଶିଙ୍ଗରେ ଟେକି କଚାଡ଼ି ଦେଲା। ଦିଲ୍ଲୀ ଶେରପୁର ଚୌକରେ ଥିବା ଦୟାଲପୁରରେ ଏପରି ଘଟଣା ଘଟିଛି । ପୁଲିସ କନଷ୍ଟେବଲ ଜ୍ଞାନ ସିଂହଙ୍କୁ କଚାଡ଼ି ପକାଇଛି ଷଣ୍ଢ। ରାସ୍ତା ମଝିରେ ଠିଆ ହୋଇ ଡିୟୁଟି କରୁଥିବା ବେଳେ ହଠାତ୍ ଷଣ୍ଢଟି ପଛପଟୁ ଆସିଲା। ଆଉ ଆଗପଛ କିଛି ନ ଭାବି ଜ୍ଞାନଙ୍କୁ ଟେକି କଚାଡ଼ି ଦେଇଥିଲା। ସିସିଟିଭିରେ କଏଦ ହୋଇଥିବା ଏହି ଭିଡିଓଟି ଏବେ ଭାଇରାଲ ହେଉଛି।

Advertisment

ଷଣ୍ଢ ଆକ୍ରମଣର ଶିକାର ହୋଇ ରାସ୍ତା ଉପରେ ଛଟପଟ ହେଉଥିବା କନଷ୍ଟେବଲ ଜ୍ଞାନ ସିଂହଙ୍କୁ ଅନ୍ୟ ଜଣେ ପୁଲିସ କର୍ମୀ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଏବେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟପଟେ ବୁଲା ଷଣ୍ଢ ଧରା ଅଭିଯାନକୁ ଜୋରଦାର କରିଛି ଭାବନଗର ମହାନଗର ନିଗମ। ରାସ୍ତାରୁ ମାରଣା ଷଣ୍ଢ ଏବଂ ଗାଈମାନଙ୍କୁ ହଟାଇବା ସବୁ ପ୍ରକାର ଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି ଭାବନଗର ମେୟର କିର୍ତ୍ତୀ ଦାନିଧରିଆ।

ଦେଶରେ ଏହା ପ୍ରଥମ ଘଟଣା ନୁହେଁ। ଗତ ବର୍ଷ ଗୁଜୁରାଟର ଭାବନଗରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ଏକ ବୁଲା ଷଣ୍ଢ ଭାବନଗରର ଜଣେ ଯୁବକଙ୍କୁ ଆତର୍କିତ ଆକ୍ରମଣ କରିଥିଲା।

Advertisment
Special Story
Advertisment
Advertisment