Advertisment

ଆଜିଠୁ ବଜେଟ୍ ଅଧିବେଶନ: ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବା ତାଲିକା

୨୯ ତାରିଖରେ ଅଫିସିଆଲ ବିଜନେସ ଓ ୩୦ ତାରିଖରେ ୨୦୨୨-୨୩ର ବଜେଟ ଉପସ୍ଥାପନ ହେବ।

ଅଦ୍ୟତନ ହୋଇଛି
Odisha Assembly

Odisha Assembly

Advertisment

ଆଜିଠାରୁ ପୁଣି କମ୍ପିବ ବିଧାନସଭା। ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ୍ ଅଧିବେଶନ। ୭ ଦିନ ଭିତରେ ଗୋଟିଏ ଦିନ ଛୁଟି ଥିବାରୁ ଏଥର ୬ଟି କାର୍ଯ୍ୟ ଦିବସ ରହିଛି। ଅଧିବେଶନର ଆଜି ପ୍ରଥମ ଦିନରେ ବିଧାନସଭାରେ ଅଭିଭାଷଣ ରଖିବେ ରାଜ୍ୟପାଳ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୨୬ ଓ ୨୮ ତାରିଖରେ ଆଲୋଚନା ହେବ। 

Advertisment

୨୯ ତାରିଖରେ ଅଫିସିଆଲ ବିଜନେସ ଓ ୩୦ ତାରିଖରେ ୨୦୨୨-୨୩ର ବଜେଟ ଉପସ୍ଥାପନ ହେବ। ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ। ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କଠୁ ଆରମ୍ଭ କରି ସମସ୍ତ ସଦସ୍ୟଙ୍କ କୋଭିଡ୍ ପରୀକ୍ଷା କରାଯାଇଛି। ତେବେ ଅଧିବେଶନରେ ହାତରେ ଏକାଧିକ ପ୍ରସଙ୍ଗ ଥିବାରୁ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ହଲାପଟା କରିପାରନ୍ତି।

କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାଠୁ ନିର୍ବାଚନୀ ହିଂସା, ନାରୀ ନିର୍ଯାତନା, ବିଦ୍ୟୁତ କାଟ୍, ଆବାସ କେଳେଙ୍କାରୀ ଆଦି ପ୍ରସଙ୍ଗକୁ ବିଜେପି ଅସ୍ତ୍ର କରିଛି। ଗତକାଲି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏଭଳି ରଣନୀତି ପ୍ରସ୍ତୁତ କରିଛି ବିଜେପି। କଂଗ୍ରେସ ମଧ୍ୟ ନିର୍ବାଚନୀ ହିଂସା, ବେକାରୀ ସମସ୍ୟାକୁ ପ୍ରସଙ୍ଗ କରିଛି। ତେବେ ଏହି ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହିଛି ବିଜେଡି।

Advertisment

୨୦୨୨ର ଏହା ପ୍ରଥମ ଅଧିବେଶନ। ଏଥିପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଧାନସଭା ଏବଂ ତା ଆଖପାଖ ଅଞ୍ଚଳକୁ ପୋଲିସ ସୁରକ୍ଷା ବଳୟରେ ରଖାଯିବ। ଧାରଣାସ୍ଥଳ ଏବଂ ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଉପରେ ରହିବ ପୋଲିସର ନଜର। ୬ ଜଣ ଅତିରିକ୍ତ ଡିଏସପି, ୧୧ ଜଣ ଆସିଷ୍ଟାଣ୍ଟ ଡିଏସପି, ୧୩ ଇନସ୍‌ପେକ୍ଟର, ୬୫ରୁ ଅଧିକ ଅଫିସରଙ୍କ ସହ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏମର୍ଜେନ୍ସି ପାଇଁ ୨ଟି ୟୁନିଟ୍ ମଧ୍ୟ ରଖାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି।

BJD BJP Congress Budget Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ