BSE orders correction in faulty mention of Machkund Project in class X book
ଦଶମ ଶ୍ରେଣୀ ଭୂଗୋଳ ବହିରେ ମାଛକୁଣ୍ଡକୁ ନେଇ ଉପୁଜିଥିବା ବିବାଦର ସମାଧାନ ହୋଇଛି। ବହିରେ ସଂଶୋଧନ କରି ପଢ଼ାଇବାକୁ ମାଧ୍ୟମିକ ଶିକ୍ଷା ପରିଷଦ ଜିଲ୍ଲା ଶିକ୍ଷାଧିକାରୀଙ୍କୁ କହିଛି।ରାଜ୍ୟର ସମସ୍ତ ଡିଇଓଙ୍କୁ ଚିଠି କରାଯାଇଥିବାବେଳେ ଠିକ୍ କରାଇ ପଢାଇବାକୁ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଦଶମ ଶ୍ରେଣୀ ଭୂଗୋଳ ବହିର ୬୯ ନମ୍ବର ପୃଷ୍ଠାରେ ମାଛକୁଣ୍ଡ ଜଳ ବିଦ୍ୟୁତ୍ ଶକ୍ତି କେନ୍ଦ୍ର ଉଭୟ ଆନ୍ଧ୍ର ଓ ଓଡ଼ିଶା ରେ ଥିବା ନେଇ ପଢାଇବାକୁ ନିର୍ଦ୍ଦେଶ ରହିଛି। ସେହିପରି ପୃଷ୍ଠା ନମ୍ବର ୬୫ରେ ବାଲିମେଳାକୁ ତାପଜ ବିଦ୍ୟୁତ କେନ୍ଦ୍ର ପରିବର୍ତ୍ତେ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର ପଢାଇବାକୁ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟ ୨୬ରେ ବିଏସଇ ପକ୍ଷରୁ କରାଯାଇଥିବା ଏହି ଚିଠିରେ ସବୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ରହିଥିବା ସ୍କୁଲରେ ଠିକ୍ ଭାବେ ପଢାଇବାକୁ କୁହାଯାଇଛି।
ମାଛକୁଣ୍ଡ ଜଳପ୍ରପାତ ଓଡ଼ିଶାରେ ନୁହେଁ ବରଂ ଆନ୍ଧ୍ର ପ୍ରଦେଶର ବୋଲି ପୁସ୍ତକରେ ପ୍ରକାଶ ପାଇଥିଲା। ୨୦୧୮ରେ ପ୍ରକାଶିତ ପୁସ୍ତକରେ ଏହି ତ୍ରୁଟି ହୋଇଥିଲେ ମଧ୍ୟ ଚଳିତ ବର୍ଷ ବି ଏଥିରେ ସଂଶୋଧନ ହୋଇନଥିଲା। ଫଳରେ ଏନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ପରିତାପର ବିଷୟ ଯେ, ଦୀର୍ଘ ୪ ବର୍ଷ ହେଲା ପିଲା ଓଡ଼ିଶାର ଭୌଗୋଳିକ ସ୍ଥିତି ସମ୍ପର୍କରେ ଭୁଲ୍ ତଥ୍ୟ ପଢ଼ି ଆସୁଥିଲେ। ଏହି ଭୁଲ୍ କିନ୍ତୁ ଧରିଥିଲେ ଖୋଦ୍ କୋରାପୁଟ ବ୍ଲକର ମହାଦେଇପୁଟ ଉଚ୍ଚ ବିଦ୍ୟାଳୟର ଭୂଗୋଳ ଶିକ୍ଷକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662606061.jpg)