Advertisment

ବିପଦ ବି ଏମିତି ଆସେ ! ବ୍ରିଜ୍ ପାର ହେଉଥିବା ବେଳେ ଖସି ପଡିଲା ଦୁଇଟି କାର

ଦୈନିକ ବହୁ ଗାଡ଼ି ଯାତାୟତ କରୁଥିବା ବେଳେ, ବ୍ରିଜ ଗଳିପଡିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ଭୁଶୁଡିଲା ବ୍ରିଜ, ତଳକୁ ଖସିଲା କାର। କଳାହାଣ୍ଡିି ଥୂ.ରାମପୁର ରାସ୍ତା ସାଇଧାମ ନିକଟରେ ଘଟିଛି ଏ ଅଘଟଣ। ଭବାନୀପାଟଣାରୁ ଥୂ.ରାମପୁର ରାସ୍ତାରେ ଥିବା ଏହି ବ୍ରିଜ ଦେଇ ୨ଟି କାର ଯାଉଥିବା ବେଲେ, ଅଚାନକ ବ୍ରିଜଟି ଖସିପଡିଥିଲା। ଫଳରେ କାର ଭିତରେ ଜଣେ ଶିଶୁଙ୍କ ସମେତ ୫ଜଣ ଯାତ୍ରୀ ଫସିରହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି। ଭବାନୀପାଟଣାରୁ ଥୂ.ରାମପୁର ରାସ୍ତାର ଏହି ବ୍ରିଜ ଉପରେ ଦୈନିକ ବହୁ ଗାଡ଼ି ଯାତାୟତ କରୁଥିବା ବେଳେ, ବ୍ରିଜ ଗଳିପଡିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ଭବାନୀପାଟଣାରୁ ଥୂ.ରାମପୁର ରାସ୍ତାର ଏହି ବ୍ରିଜ ଉପରେ ଦୈନିକ ବହୁ ଗାଡ଼ି ଯାତାୟତ କରିଥାଏ। ଏଠାରେ ଅନ୍ୟ ବିକଳ୍ପ ରାସ୍ତା ନାହିଁ। ବ୍ରିଜ ଗଳିପଡିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭବାନୀପାଟଣା ଠାରୁ ୩ କିଲୋମିଟର ଦୂରରେ ରହିଛି ଏହି ବ୍ରିଜ୍। ଏହି ପୁରୁଣା ବ୍ରିଜ୍‌ କିଛିଦିନ ତଳେ ମରାମତି କରାଯାଇଥିଲା। ନୂଆ ବ୍ରିଜ୍‌ ନିର୍ମାଣ କରିବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଥିଲେ ହେଁ ପ୍ରଶାସନ ଶୁଣି ନ ଥିଲା। ଏହାଛଡ଼ା ବ୍ରିଜ୍ ମରାମତି କାମ ନିମ୍ନମାନର ହୋଇଥିବାରୁ ଏଭଳି ଏକ ଦୁର୍ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି।

Advertisment

ସେପଟେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଜେସିବି ଜରିଆରେ ଦୁର୍ଘଟଣାଗ୍ରସ୍ତ କାର୍‌ଗୁଡ଼ିକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି। ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମୋଟର ଠିଆ ହୋଇ ରହିଛି। ଲୋକଙ୍କ ପ୍ରବଳ ଭିଡ଼ ଜମିବା ସହ ଅସନ୍ତାଷ ପ୍ରକାଶ ପାଇଛି।

Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ