Advertisment

ନିଜ ବିବାହରେ କନ୍ୟାର ଅଶ୍ଳୀଳ ନାଚ ଦେଖି ଲୋକେ କଲେ ଛିଛାକର

ଭାଇରାଲ ହେଉଥିବା ଏହି ଭିଡିଓରେ କନ୍ୟାଟି ବର ଆଗରେ ଅଶ୍ଳୀଳ ଭାବେ ନାଚୁଥିବାର ନଜର ଆସୁଛି। କନ୍ୟା ଯେତେବେଳେ ବର ସାମ୍ନାରେ ନାଚୁଥିଲେ ସେତେବେଳେ ଅତିଥିମାନେ ମଧ୍ୟ ଏହାକୁ ଦେଖୁଥିଲେ। କିନ୍ତୁ ସୋସିଆଲ୍ ମିଡିଆରେ କନ୍ୟାକୁ ନିନ୍ଦା କରାଯାଇଛି।

author-image
Pramod Behera
Bride vulgar dance in revealing clothes on her wedding

Bride vulgar dance in revealing clothes on her wedding

ଭାରତରେ ଏବେ ଚାଲିଛି ବିବାହର ଋତୁ। ବର୍ତ୍ତମାନ ଓମିକ୍ରନର ଭୟ ମଧ୍ୟ ସାରା ଦେଶକୁ ଘାରିଛି। କାଳେ କାଗକୁ ଏନେଇ ଲକଡାଉନ ହେବା ସହ କଟକଣା ଜାରି ହୋଇଯିବେ ସେନେଇ ଧୂମଧାମ୍ ବାହାଘର ଚାଲିଛି। ବିବାହିତମାନେ ମଧ୍ୟ ସେମାନଙ୍କ ଉତ୍ସାହକୁ ସମସ୍ତଙ୍କ ସହ ବାଣ୍ଟିବା ନେଇ ସୋସିଆଲ୍ ମିଡିଆରେ ବିବାହର ଫଟୋ ଓ ଭିଡିଓ ଛାଡୁଛନ୍ତି। ଏସବୁ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି।

Advertisment

ତେବେ ଏହା ନୁହେଁ ଯେ ଏପରି ମଜାଳିଆ ଭିଡିଓ କେବଳ ଭାରତରୁ ଆସୁଛି। ସାରା ଦୁନିଆରେ ହେଉଥିବା ବାହାଘରରେ ଏମିତି କିଛି ମୁହୂର୍ତ୍ତ ଥାଏ ଯାହା ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଆଜିକାଲି ସୋସିଆଲ୍‌ ମିଡିଆ ସାଇଟ୍‌ ଟ୍ୱିଟର୍‌ରେ ବିବାହର ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଭାରତର ନୁହେଁ। ଆପଣ ଯଦି ଏହି ଭିଡିଓ ଦେଖିବେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଯେହେତୁ ଏଭଳି ପରମ୍ପରା ଭାରତୀୟ ସମାଜରେ ଦେଖାଯାଏ ନାହିଁ।

ଭାଇରାଲ ହେଉଥିବା ଏହି ଭିଡିଓରେ କନ୍ୟାଟି ବର ଆଗରେ ଠିଆ ହୋଇ ନାଚୁଥିବାର ନଜର ଆସୁଛି। କନ୍ୟା ଯେତେବେଳେ ବର ସାମ୍ନାରେ ନାଚୁଥିଲେ ସେତେବେଳେ ଅତିଥିମାନେ ଉଭୟଙ୍କୁ ଦେଖୁଥିଲେ। ଏହି ସମୟରେ କନ୍ୟା ଗାଉନ୍ ବଦଳରେ ଏକ ବ୍ୟାକ୍‌ଲେସ୍ ପୋଷାକ ପିନ୍ଧିଥିଲେ। ଏହି କନ୍ୟା ଏବେ ଇଣ୍ଟରନେଟ୍‌କୁ ଦୋହଲେଇ ଦେଇଛନ୍ତି। ନିଜ ବିବାହରେ କନ୍ୟାର ଅର୍ଦ୍ଧେକ ଶରୀର ଦୃଶ୍ୟମାନ ହେଉଥିଲା। ଅନେକ ଲୋକଙ୍କୁ କନ୍ୟାର ପୋଷାକ ଅତ୍ୟନ୍ତ ଉତ୍ତେଜକ ମନେ ହେଉଥିଲା।

Advertisment

ଏହି ଭିଡିଓଟି ପ୍ରଥମେ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରାଯାଇଥିଲା। ଏହା ପରେ ଏହାକୁ ଟ୍ୱିଟର୍‌ରେ ପୋଷ୍ଟ କରାଯାଇଥିଲା। ଖବର ଲେଖାହେବା ବେଳକୁ ଭିଡିଓକୁ ୩୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଏହି ଭିଡିଓରେ ବର ଏକ ଧଳା ଜ୍ୟାକେଟ୍‌ ପିନ୍ଧି ଚେୟାରରେ ବସିଥିବା ବେଳେ କନ୍ୟା ନିଜ ସ୍ୱାମୀଙ୍କ ସାମ୍ନାରେ ଠିଆ ହୋଇଛନ୍ତି। ଏହା ପରେ କନ୍ୟା ବର ଚାରିପାଖରେ ଘେରି ଯାଇ ନାଚିବାକୁ ଆରମ୍ଭ କରେ। ନାଚି ନାଚି ସେ ବରର କୋଳରେ ବସି ଯାଉଛି। ଭିଡିଓରେ କନ୍ୟାର ସାଙ୍ଗମାନେ ମଧ୍ୟ କଡରେ ନାଚୁଥିବାର ନଜର ଆସନ୍ତି।

ଭିଡିଓଟି ପ୍ରଥମେ @ _1karin ନାମକ ଆକାଉଣ୍ଟରେ ସେୟାର କରାଯାଇଥିଲା। ଏହା ପରେ ଏହା ଭାଇରାଲ୍ ହେଲା ଏବଂ ତା’ପରେ ଏହି ଭିଡିଓ ଉପରେ ଜମେଇକି କମେଣ୍ଟିଂ ଆରମ୍ଭ ହେଲା। କନ୍ୟାର ଅଶ୍ଳୀଳ ନାଚ ଦେଖି ଲୋକେ ଛିଛାକର କରିଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଏ କ’ଣ ପ୍ରକୃତରେ କନ୍ୟା ଅଟେ ? ସେହିପରି ଅନ୍ୟଜଣେ ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି ଯେ ଏହି କନ୍ୟାର ଏଭଳି ଅଶ୍ଳୀଳ ଡ୍ୟାନ୍ସ ଦେଖି ସେ ଲଜ୍ଜିତ। ଠିକ୍ ଏମିତି ବେଳେ କିଛି ଲୋକ କନ୍ୟା ପକ୍ଷ ନେଇ ଲେଖିଛନ୍ତି ଯେ କେହି କ’ଣ ନିଜ ବିବାହକୁ ଉପଭୋଗ କରିପାରିବ ନାହିଁ? ଆଉ ଜଣେ ଲେଖିଛନ୍ତି ଯେ ଯେତେବେଳେ ତାଙ୍କ ସ୍ୱାମୀଙ୍କର କୌଣସି ଅସୁବିଧା ନାହିଁ, ତେବେ ଅନ୍ୟମାନଙ୍କର ଅସୁବିଧା କାହିଁକି?

Viral Video
Advertisment
Advertisment