Bride Trashed on Marriage Mandap
ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ବିବାହ ବେଦୀରେ ବାହାଘରକୁ ପ୍ରତ୍ୟାଖାନ କଲେ ଯୁବତୀ। ବାହା ବେଦୀରେ ବର ବସିଥିବା ବେଳେ କନ୍ୟା ଉଠିପଡ଼ି ହାତରୁ ଶଙ୍ଖା ଖୋଲି ପଳାଉଥିଲେ। ତେବେ ଘର ଲୋକ ଆସି ବୁଝାସୁଝା କରିଥିଲେ ବି ଝିଅ ରାଜି ହୋଇନଥିଲା। ଏଣୁ କେହି ଜଣେ ଆସି କନିଆକୁ ଚାପୁଡା ମାରିବା ସହ ଜବରଦସ୍ତ ବେଦୀରେ ବସାଇ ଦେଇଥିଲେ।
ଏତିକି ବେଳେ ବେଦୀରେ ବସିଥିବା ବର ବେହୋସ ହୋଇ ପଡ଼ିଯିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ଭୋଗରାଇ ବ୍ଲକ କମର୍ଦ୍ଦା ଅଞ୍ଚଳର ଜଣେ ଯୁବକ ବାଲିଆପାଳ ରେମୁ ଗାଁକୁ ବାହା ହେବାକୁ ଯାଇଥିଲେ।
ବାହାଘର ବେଦୀ ସଜଡ଼ା ସରିଥିଲେ ବି ଇଛା ବିରୋଧରେ ବାହାଘର ହେଉଥିବାରୁ ଯୁବତୀ ଜଣକ ଏପରି କରିଥିଲେ ବୋଲି କୁହାଯାଇଛି। ଝିଅକୁ ଜବରଦସ୍ତି ବିବାହ କରାଯାଉଥିବା ଓ ମାଡ଼ ମରାଯାଉଥିବା ବେଳେ ସ୍ଥାନୀୟ ପୋଲିସ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652854317.jpg)