Advertisment

ମଟନ ପାଇଁ ଭାଙ୍ଗିଗଲା ବାହାଘର, ଏକଥାକୁ ମିଛ କହିଲେ ବରପକ୍ଷ

ବାହାଘର ଭୋଜିରେ ଅଳ୍ପ କେଇଜଣଙ୍କ ପାଇଁ ମଟନ ଅଭାବ ପଡ଼ିବାରୁ ଭାଙ୍ଗିଗଲା ବାହାଘର

bride rejects marriage after demand for mutton curry

bride rejects marriage after demand for mutton curry

Advertisment

ସାମାନ୍ୟ ମଟନ୍ ପାଇଁ ଭାଙ୍ଗିଗଲା ବାହାଘର। ମାଛ, ମାଂସ, କ୍ଷୀରି ତରକାରି ଠାରୁ ଆରମ୍ଭ କରି ପର୍ଯ୍ୟାପ୍ତ ପରିମାଣର ଭୋଜିଭାତ ହୋଇଥିଲେ ବି ବରଯାତ୍ରୀଙ୍କୁ ମଟନ୍ ପାଇଲାନି ବୋଲି ବର ସାଙ୍ଗ କଲେ ହଙ୍ଗାମା। ଗତକାଲି ସମ୍ବଲପୁରରେ ଏମିତି ଅଭାବନୀୟ ଘଟଣା ଘଟିଥିବା ବେଳେ କନ୍ୟାପକ୍ଷର ଏ ଅଭିଯୋଗକୁ ମିଛ ବୋଲି କହିଛନ୍ତି ବରପକ୍ଷ।

Advertisment

ମଟନ ପାଇଁ ଭାଙ୍ଗିଗଲା ବାହାଘର। ମଟନ ସରିଯିବାରୁ ଗଣ୍ଡଗୋଳ କଲେ ବରଯାତ୍ରୀ। କନ୍ୟାପକ୍ଷ ଭୁଲ୍ ମାଗିଲେ ବି ମାନିଲେନି ବରର ସାଙ୍ଗ। ଶେଷରେ ମଙ୍ଗୁଳା କନ୍ୟା କହିଲା ମୋର ଦରକାର ନାହିଁ ଏମିତି ଶାଶୂଘର। ସମ୍ବଲପୁର ଜିଲ୍ଲାରେ ଗତକାଲି ଘଟିଛି ଏମିତି ଅଭାବନୀୟ ଘଟଣା। ବାହାଘର ଭୋଜିରେ ଅଳ୍ପ କେଇଜଣଙ୍କ ପାଇଁ ମଟନ ଅଭାବ ପଡ଼ିବାରୁ ଭାଙ୍ଗିଗଲା ବାହାଘର।

ଆଉ ସେପଟେ ମଙ୍ଗୁଳା କନ୍ୟା ହାତରେ ଦାଉ ଦାଉ ହୋଇ ଜଳୁଛି ମେହେନ୍ଦି। ବାହାଘର ପାଇଁ ଆସିଥିବା ଜିନିଷପତ୍ର ଏଣେତେଣେ ଅସଜଡା ହୋଇ ପଡ଼ିଛି। ସମସ୍ତେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ଖବର ଅନୁସାରେ ଗତକାଲି ରାତିରେ ସମ୍ବଲପୁର ଅଇଁଠାପାଲିର ଏକ ମଣ୍ଡପରେ ବାହାଘର ଆୟୋଜନ ହୋଇଥିଲା। ସୁନ୍ଦରଗଡ଼ରୁ ଆସିଥିଲା ବର। ଭୋଜିରେ ମାଛ, କୁକୁଡା ମାଂସ, ମଟନ୍ ସାଙ୍ଗକୁ ସବୁ ପ୍ରକାର ସାଦା ଆଇଟମ ବି ହୋଇଥିଲା। ସମସ୍ତେ ଖାଇ ପି ସାରିଥିଲେ।

Advertisment

ହେଲେ ବରର ଅଳ୍ପ କେଇଜଣ ସାଙ୍ଗ ମଟନ୍ ମାଗିଲା ବେଳକୁ ଶେଷ ମୁହୂର୍ତ୍ତରେ ମଟନ ସରଯାଇଥିଲା ବୋଲି କନ୍ୟାପକ୍ଷରୁ କୁହାଯାଇଛି। ଏମିତିକି ଏଥିପାଇଁ କନ୍ୟାର ବାପା, ମାମୁ, ମଉସା ସମସ୍ତେ କ୍ଷମା ମାଗିଥିଲେ ବି ବରଯାତ୍ରୀ କିନ୍ତୁ ମଟନ ପାଇଁ ଅଡ଼ିବସିଥିଲେ। ଘଟଣାସ୍ଥଳରେ ପାଟିତୁଣ୍ଡ ହୋହଲ୍ଲା ହେବାରୁ ଖବର ଝିଅ ପାଖରେ ପହଞ୍ଚିଥିଲା। ଶେଷରେ ଝିଅ କହିଥିଲା, ଯେଉଁଠି ସାମାନ୍ୟ ମଟନ ପାଇଁ ମୋ ଘରର ମୁରବୀଙ୍କୁ ମୁଣ୍ଡନୁଆଁଇବାକୁ ପଡ଼ୁଛି ସେଠି ମୋର ବାହା ହେବାର ଦରକାର ନାହିଁ।

ଏପଟେ କିନ୍ତୁ ବରଘର ପକ୍ଷ କହିଛନ୍ତି, ଆମ ବିପକ୍ଷରେ ଆସିଥିବା ଆରୋପ ସମ୍ପୂର୍ଣ୍ଣ ମିଥ୍ୟା। ମଟନ ସରିଯିବାରୁ ବାହାଘର ଭାଙ୍ଗିନାହିଁ, ବରଂ କନ୍ୟାପକ୍ଷ ଆମକୁ ଅପମାନିତ କରିଛନ୍ତି। ବରଯାତ୍ରୀଙ୍କ ପାଇଁ କୌଣସି ପ୍ରକାରର ଆୟୋଜନ ଭଲ ଭାବରେ ହୋଇ ନଥିଲା। ଆମେ ବାହାଘର କରିବା ପାଇଁ ଶେଷ ପର୍ଯ୍ୟନ୍ତ ଅନୁରୋଧ କରିଥିଲେ ବି ସେମାନେ ତାଙ୍କଆଡ଼ୁ ବାହାଘରକୁ ଭାଙ୍ଗିଦେଇଛନ୍ତି ବୋଲି କହିଛନ୍ତି ଖୋଦ ବର।

Advertisment

ଏଣେ ଗତକାଲି କନ୍ଧମାଳ ବାଲିଗୁଡ଼ାରୁ ଆସିଥିବା ବାଇକ୍ ପାଇଁ ବାହାଘର ବନ୍ଦ ଘଟଣାରେ ଆଜି କନ୍ୟାଘରେ ପହଞ୍ଚିଛି ବର।  ଯୌତୁକ ପ୍ରଥାକୁ ବିରୋଧ କରି ବାହାଘର ଗୋଟିଏ ଦିନ ପରେ ବାପଘରକୁ ଚାଲି ଆସିଥିବା କନ୍ୟା ଦେବକୀ ଦିଗାଲଙ୍କ ପାଖରେ ପହଞ୍ଚିଛନ୍ତି ବର ଅର୍ଜୁନ ଦିଗାଲ। ଅର୍ଜୁନ ନିଜ ଭୁଲ୍ ସ୍ବୀକାର କରି କନ୍ୟା ପକ୍ଷକୁ କ୍ଷମା ମାଗିଥିବା ଜଣାପଡ଼ିଛି। 

Marriage Party
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ