Advertisment

ବାହାଘରର ଗୋଟିଏ ଦିନ ଆଗରୁ ବିଷ ଖାଇଦେଲେ ମଙ୍ଗୁଳା କନ୍ୟା

ଆଉ ଗୋଟିଏ ଦିନ ପରେ ବାହାଘର ସରିଥାନ୍ତା। ଆଉ ବଧୂବେଶରେ ଝିଅ ଯାଇଥାନ୍ତା ଶାଶୁଘର। କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର, ବଡ଼ ଦାରୁଣ। ବାହାଘରର ଠିକ୍ ଗୋଟିଏ ଦିନ ଆଗରୁ ବିଷ ଖାଇଦେଲେ ମଙ୍ଗୁଳା କନ୍ୟା।

ଅଦ୍ୟତନ ହୋଇଛି
bride eat poison before marriage

bride eat poison before marriage

Advertisment

ଆଉ ଗୋଟିଏ ଦିନ ପରେ ବାହାଘର ସରିଥାନ୍ତା। ଆଉ ବଧୂବେଶରେ ଝିଅ ଯାଇଥାନ୍ତା ଶାଶୁଘର। କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର, ବଡ଼ ଦାରୁଣ । ବାହାଘରର ଠିକ୍ ଗୋଟିଏ ଦିନ ଆଗରୁ ବିଷ ଖାଇଦେଲେ ମଙ୍ଗୁଳା କନ୍ୟା । ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଚିକଲବାହାଲ ଗାଁରେ।

Advertisment

ଗୁରୁତର ଅବସ୍ଥାରେ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆସନ୍ତାକାଲି ଥିଲା ବାହାଘର । ଘରେ ଜମା ହୋଇ ସାରିଥିଲେ ବନ୍ଧୁ ବାନ୍ଧବ । ମାଟିପକା ସହିତ ସରି ଯାଇଥିଲା ହଳଦୀ କାର୍ଯ୍ୟକ୍ରମ । ହାତରେ ମେହେନ୍ଦି ଲଗେଇବା ଆଗରୁ ଆଜି ସକାଳୁ ବିଷ ଖାଇ ଦେଲା ମଙ୍ଗୁଳା କନ୍ୟା ।

ଗୁରୁତର ଅବସ୍ଥାରେ ବନ୍ଧୁ ବାନ୍ଧବ ଓ ପରିବାର ଲୋକେ ଝିଅକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। କନ୍ୟା ବିଷ ଖାଇବାର କାରଣ ଜଣାପଡ଼ିନାହିଁ । ପରିବାର ଲୋକେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରୁଛନ୍ତି ।

Advertisment

କିଛି ଲୋକ ପାରିବାରିକ କଳହରୁ ଝିଅ ବିଷ ଖାଇ ଥିବା କହୁଥିବା ବେଳେ, ଆଉ କିଛି ଲୋକ ପ୍ରେମ ପାଇଁ ବିଷ ଖାଇ ଥିବା ଚର୍ଚ୍ଚା କରୁଛନ୍ତି । ଦେଓଗାଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

ତେବେ ହଠାତ୍ ମଙ୍ଗୁଳା କନ୍ୟା କାହିଁକି ବିଷପାନ କଲା, ତଦନ୍ତ ପରେ ଜଣାପଡିବ। ସେପଟେ ଏହି ଘଟଣା ପ୍ରଚାର ହେବା ପରେ ଭିରକାପଡା ଗାଁର ବର ଏବେ ସଂପୃକ୍ତ କନ୍ୟାକୁ ବାହା ହେବ ନା ନାହିଁ ତାକୁ ନେଇ ମଧ୍ୟ ସନ୍ଦେହ ଲାଗି ରହିଛି ।

Advertisment

(ରିପୋର୍ଟ- ଘଟେଶ୍ୱର ମିଶ୍ର, ବଲାଙ୍ଗିର)

Suicide Attempt Poison
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ