• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ମାସକୁ ଗୋଟିଏ ପିଜା । ଆଉ ସବୁ ବେଳେ ଘର ଖାଇବା । ସବୁଦିନେ ଶାଢ଼ୀ ପିନ୍ଧିବା । ଲେଟ୍ ନାଇଟ ପାର୍ଟିକୁ ହଁ, କିନ୍ତୁ କେବଳ ମୋ ସହ । ପ୍ରତିଦିନ ଜିମ୍ ଯିବା, ରବିବାର ଜଳିଖିଆ ପ୍ରସ୍ତୁତ କରିବା, ସବୁ ପାର୍ଟିରେ ଭଲ ଭଲ ଫଟୋ କ୍ଲିକ କରିବା । ପ୍ରତି ୧୫ ଦିନକୁ ଥରେ ସପିଂ କରିବା’ ।

କ’ଣ ଭାବୁଛନ୍ତି ? କୌଣସି ଲିଭ୍ ଇନ୍ ରିଲେସନସିପ୍ ବିଷୟ ବସ୍ତୁକୁ ନେଇ ପ୍ରସ୍ତୁତ ହେଉଥିବା ୱେବ୍‌ ସିରିଜର କାହାଣୀ ବୋଲି ଭାବୁଛନ୍ତି କି ? ଯଦି ହଁ.. ତେବେ ଭୁଲ ଭାବୁଛନ୍ତି । ଏହା କୌଣସି ଫିଲ୍ମ କିମ୍ବା ୱେବ୍‌ ସିରିଜ୍‌ର କାହାଣୀ ନୁହେଁ କି କୌଣସି କପୁଲଙ୍କ ଲଭ୍ ଲାଇଫ୍‌ର ଓ୍ୱିସ୍ ଲିଷ୍ଟ ନୁହେଁ । ଏହା ହେଉଛି ଏକ ଚୁକ୍ତାନାମା ବା ଏଗ୍ରିମେଣ୍ଟରେ ଲେଖାଥିବା ସର୍ତ୍ତ ।

କଣ ତାଜୁବ ହୋଇଗଲେ କିଁ, ହେବା ବି ସ୍ୱାଭାବିକ । ଉତ୍ତର ପୂର୍ବ ରାଜ୍ୟ ଆସାମରୁ ଆସିଛି ଏମିତି ଏକ ଖବର । ଏଠାରେ ଏକ ନବଦମ୍ପତ୍ତିଙ୍କ ବିବାହ ନୀତି ସରୁ ସରୁ ଏମିତି ଏକ ଏଗ୍ରିମେଣ୍ଟ ବା ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଯାହା ସେମାନଙ୍କ ପାଇଁ ବି ଅଜଣା ଥିଲା । ବିବାହ ସରୁ ସରୁ ଏମିତି ଏକ ଚୁକ୍ତିନାମାରେ ଦସ୍ତଖତ କରିବାକୁ ଉଭୟଙ୍କୁ କୁହାଯାଇଥିଲା ଏବଂ ସେମାନେ ମଧ୍ୟ ଏଥିରେ ହଁ ଭରି ଦସ୍ତଖତ କରିଛନ୍ତି । ଦୁହେଁ ଦୁହିଁଙ୍କ ପ୍ରତି ପ୍ରେମ, ସ୍ନେହ, ଆସ୍ଥା ଓ ବିଶ୍ୱାସ ରଖିବା ସହ ଏହି ସବୁ ନୀତି ନିୟମ ମଧ୍ୟରେ ସଂସାର ରଥକୁ ଆଗକୁ ଆଗେଇ ନେବାକୁ ରାଜି ହୋଇଛନ୍ତି ।

ପ୍ରକୃତରେ ଘଟଣା ହେଉଛି, ଏହି ନବ ଦମ୍ପତ୍ତିଙ୍କ ବନ୍ଧୁମାନେ ବିବାହ ଗିଫ୍ଟ ଭାବେ ଏହି ଚୁକ୍ତିନାମା ସ୍ୱାକ୍ଷର କରାଇଛନ୍ତି । ଗତ ଜୁନ ୨୧ ତାରିଖରେ ଆସାମର ରାଜଧାନୀ ଗୌହାଟି ପଲଟନ ବଜାରର ୨୪ ବର୍ଷୀୟା କନ୍ୟା ଶାନ୍ତି ପ୍ରସାଦ ଏବଂ ମିଣ୍ଟୁ ରୟଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଏହି ଅବସରରେ ଏହି ଚୁକ୍ତିନାମା ହୋଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଏବେ ଏତେ ମାତ୍ରାରେ ଭାଇରାଲ ହୋଇଛି ଯେ, ଏହାକୁ ଯିଏ ଦେଖୁଛନ୍ତି ଭାରି ଆଶ୍ଚର୍ଯ୍ୟ ହେଉଛନ୍ତି ।ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ଏହାକୁ ଖୁବ୍ ଭାଇରାଲ କରାଉଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ୪୦ ମିଲିୟନରୁ ଅଧିକ ଥର ଦେଖା ହୋଇସାରିଲାଣି । ଅନେକ ଏହାକୁ ନେଇ ଟ୍ରୋଲ ବି କରିଛନ୍ତି ।