Advertisment

ଚିଟଫଣ୍ଡ୍ ପରେ ଲୋକଙ୍କୁ ଲୁଟୁଛନ୍ତି କି ସୁନା ବନ୍ଧକ ଋଣ ସଂସ୍ଥା?

ରାଜ୍ୟରେ ଚିଟଫଣ୍ଡ୍ କାରବାର ଉପରେ କଟକଣା ପରେ ଗାଁଠୁ ସହର ଯାଏଁ ସୁନା ବନ୍ଧକ ଋଣ ସଂସ୍ଥା ଖୋଲି ନିର୍ଦ୍ୱନ୍ଦ୍ୱରେ କାରବାର ଚଳାଉଛନ୍ତି। ବହୁ ଘରୋଇ କମ୍ପାନୀ ଇଏ ରାଜଧାନୀରେ କାରବାର କରୁଥିବା ସେମିତି ଏକ କମ୍ପାନୀ ICL ଫିନ କର୍ପ।

ଅଦ୍ୟତନ ହୋଇଛି
 Pledging Fake Gold

Pledging Fake Gold

Advertisment

ଗୋଟିଏ ସ୍ଥାନରେ ସୁନା ବନ୍ଧକ ଋଣ ନାଁରେ ଗରିବ ଲୋକଙ୍କୁ ଶୋଷଣ ଅଭିଯୋଗ ଅନ୍ୟଠି ସୁନା ବନ୍ଧକ ରଖିଥିବା ଗ୍ରାହକଙ୍କ ଅଜାଣତରେ ତାଙ୍କ ନାଁରେ ନକଲି ସୁନା ଜମା କରି ଟଙ୍କା ଚଳୁ ରାଜ୍ୟର କେଉଁ ଉପାନ୍ତ ନୁହେଁ, ଖୋଦ ରାଜଧାନୀ ଭୁବନେଶ୍ୱର ଓ ଖୋର୍ଦ୍ଧା ସହରରେ ଏଭଳି ଠକାମୀର ଶିକାର ହୋଇଛନ୍ତି ଲୋକେ ଏଭଳି ଏକାଧିକ ଘଟଣା ସାମ୍ନାକୁ ଅାସିବା ପରେ ପ୍ରଶ୍ନ ଉଠିଛି କଣ ଚିଟଫଣ୍ଡ ପରେ ସୁନା ବନ୍ଧକ ଋଣ ସଂସ୍ଥା ନାଁରେ ସାଧାରଣ ଲୋକଙ୍କୁ ଭୁଅାଁ ବୁଲାଉଛନ୍ତି କି ଘରୋଇ କମ୍ପାନୀ?...

Advertisment

ସୁନା ବନ୍ଧକ ଋଣ ନାଁରେ ସାଧାରଣ ଲୋକଙ୍କ ତଣ୍ଟିଚିପି ଶୋଷଣ! ଗରିବ ଓ ନିରକ୍ଷର ଲୋକଙ୍କୁ ଅଧିକ ଟଙ୍କାର ଲୋଭ ଦେଖାଇ ସେମାନଙ୍କ ସହ ଚଞ୍ଚକତା!  ଏ ଦୃଶ୍ୟ ଖୋର୍ଦ୍ଧା ସହରରେ ଥିବା ଜନ ସ୍ମଲ ଫାଇନାନ୍ସ ନାମକ ଘରୋଇ ସଂସ୍ଥା କାର୍ଯ୍ୟାଳୟର। ଏ ସଂସ୍ଥା କଥା ଗୋଟେ ଆଉ କାମ ଅନ୍ୟ ପ୍ରକାର କରିଥିବାରୁ ଏହାର ବିରୋଧ କରି ଏକଜୁଟ ହୋଇଛନ୍ତି ଗ୍ରାହକ। ସ୍ଥାନୀୟ ଜଙ୍କିଆ ଗଡ଼ସାହିର ସୀତା ବେହେରା ଘର ତିଆରି ପାଇଁ ଟଙ୍କା ଆବଶ୍ୟକ ହେବାରୁ ପୂର୍ବରୁ ଚୁପୁରିଙ୍ଗି ଗ୍ରାମ୍ୟ ବ୍ୟାଙ୍କରେ ସୁନା ବନ୍ଧକ ରଖି ୬୮ ହଜାର ଟଙ୍କା ଆଣିଥିଲେ।

ଏ ଖବର ପାଇ ତାଙ୍କ ଘରେ ପହଞ୍ଚିଥିଲେ ଜନ୍ମ ସ୍ମଲ ଫାଇନାନ୍ସ କମ୍ପାନୀର ଏଜେଣ୍ଟ। ବିନା ଝିନଝଟରେ ଅଧିକ ଟଙ୍କା ଦେବାର ପ୍ରତିଶ୍ରୁତି ସହ ଗ୍ରାମ୍ୟ ବ୍ୟାଙ୍କରୁ ସୁନା ଆଣି ତାଙ୍କ ସଂସ୍ଥାରେ ଜମା କରିବାକୁ ପ୍ରବର୍ତ୍ତାଇଥିଲେ। ଅଭିଯୋଗ ହୋଇଛି ଯେ, ଘରୋଇ ବ୍ୟାଙ୍କର କର୍ମଚାରୀ ଆଗୁଆ ୬୮ ହଜାର ଟଙ୍କା ଦେବାରୁ ସୀତା ଗ୍ରାମ୍ୟ ବାଙ୍କରୁ ସୁନା ମୁକୁଳାଇ ଜନ ସ୍ମଲ ଫାଇନାନ୍ସ କମ୍ପାନୀରେ ଜମା କରିବା ପରେ ତାଙ୍କୁ ମିଳିଥିଲା ୧ ଲକ୍ଷ ୧୧ ହଜାର ୨୦୦ ଟଙ୍କା। ସେତେବେଳେ ସୀତାଙ୍କୁ ଅଧିକ ସୁଧ ଓ ଚକ୍ରବୃଦ୍ଧି ସୁଧର ଚେତାବନୀ ଦିଆଯାଇଥିଲେ ବି ଏଥିରେ ଖିଲାପ ହେଲେ ସୁନାକୁ ଆଦୌ ନିଲାମ କରାଯିବ ନାହିଁ ବୋଲି ନିର୍ଭର ପ୍ରତିଶ୍ରୁତି ମିଳିଥିଲା କିନ୍ତୁ ଏବେ ତାଙ୍କ ସୁନା ନିଲାମ ହୋଇଯାଇଥିବା କହି ବ୍ୟାଙ୍କକୁ ଗଲେ ତାଙ୍କୁ ଦୂର ଦୂୂର ମାର କରୁଛନ୍ତି ବ୍ୟାଙ୍କ୍ କର୍ମଚାରୀ।

Advertisment

ରାଜ୍ୟରେ ଚିଟଫଣ୍ଡ୍ କାରବାର ଉପରେ କଟକଣା ପରେ ଗାଁଠୁ ସହର ଯାଏଁ ସୁନା ବନ୍ଧକ ଋଣ ସଂସ୍ଥା ଖୋଲି ନିର୍ଦ୍ୱନ୍ଦ୍ୱରେ କାରବାର ଚଳାଉଛନ୍ତି। ବହୁ ଘରୋଇ କମ୍ପାନୀ ଇଏ ରାଜଧାନୀରେ କାରବାର କରୁଥିବା ସେମିତି ଏକ କମ୍ପାନୀ ICL ଫିନ କର୍ପ। ଲୋକଙ୍କୁ ସହଜରେ ସୁନା ବନ୍ଧକ ଋଣ ଦେବା ନାଁରେ ଏଠି ଗ୍ରାହକଙ୍କ ଅଜାଣତରେ ସେମାନଙ୍କୁ ଚୂନ ଲଗାଇ ଟଙ୍କା ଲୁଟିଛନ୍ତି ନିଜେ ସଂସ୍ଥାର ମ୍ୟାନେଜର ସଚିଦାନନ୍ଦ ସାମନ୍ତରାୟ। ଅଭିଯୋଗ ହୋଇଛି, ଲୋନ୍ ଦେବା ସମୟରେ ଗ୍ରାହକଙ୍କଠୁ ଅତିରିକ୍ତ ଫର୍ମରେ ଦସ୍ତଖତ ରଖି ପରେ ନକଲି ସୁନା ଜମା କରି ସେମାନଙ୍କ ନାଁରେ ଉଠାଇଛନ୍ତି ୮ ଲକ୍ଷ ୩୦ ହଜାର ଟଙ୍କା।

ପରେ ଅଡିଟ୍‌ରେ ଏ ଜାଲିଆତି ଧରାପଡ଼ିବାରୁ ଫେରାର ମାରିଥିଲେ ସଂପୃକ୍ତ ମ୍ୟାନେଜର। କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ତାଙ୍କୁ ବ୍ରହ୍ଣପୁରରୁ ଗିରଫ କରି ମାମଲାରେ ଅଧିକ ଖୋଳତାଡ଼ କରୁଛି। ସେପଟେ ଏ ମାମଲାରେ ସଂସ୍ଥାର ଆଉ କିଛି ଲୋକ ସଂପୃକ୍ତି ଥିବା ପୋଲିସ ଅନୁମାନ କରୁଥିବା ବେଳେ ତଳଠୁ ଉପର ଯାଏଁ ଅଧିକାରୀଙ୍କ ଜାଣତରେ ଏଭଳି ହୋଇଥିବା କହିଛନ୍ତି ଅଭିଯୁକ୍ତ ମ୍ୟାନେଜର।

Advertisment
Bhubaneswar Gold Loan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ