Advertisment

ମୃତ୍ୟୁ ପରେ ବି କମିନି ଦୁର୍ଦ୍ଦଶା...ହସ୍ପିଟାଲରେ ପଡିଛି ୩ମୃତଦେହ...ମୁକୁଳାଇବା ପାଇଁ ମାଗୁଛନ୍ତି ଭିକ

ରାଉରକେଲାରୁ ମୃତଦେହ ଆଣିବାକୁ ପରିବାର ପକ୍ଷରେ ସମ୍ବଳ ନାହିଁ। ତେଣୁ ଗାଁର ଯୁବକମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ବୁଲି ବୁଲି ସମସ୍ତଙ୍କୁ ଭିକ୍ଷା ମାଗୁଛନ୍ତି।

Begging Door to Door

Begging Door to Door

Advertisment

ଡାକ୍ତରଖାନାରୁ ମୃତଦେହ ଆଣିବାକୁ ଗାଁ ସାରା ବୁଲି ବୁଲି ଭିକ ମାଗୁଛନ୍ତି କିଛି ଯୁବକ। ସେମାନେ କହୁଛନ୍ତି, ଯିଏ ଯାହା ପାରୁଛ, କିଛି ଭିକ୍ଷା ଦିଅ। ସେଥିରେ ରାଉରକେଲାର ହସପିଟାଲରୁ ଗାଁକୁ ମୃତଦେହ ଆସିପାରିବ, ଶେଷକୃତ୍ୟ କରାଯିବ, ତା ସହିତ ହସପିଟାଲରେ ଯେଉଁମାନେ ଅଛନ୍ତି, ସେମାନଙ୍କ ଚିକିତ୍ସା କରାଯାଇପାରିବ।

Advertisment

ବଲାଙ୍ଗିର ବେଲପଡ଼ା ଥାନା କାନୁଟ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି।ଗତ ୧୦ ତାରିଖରେ ଗାଁର ଅଦା ବରିହାଙ୍କ ଘରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏଥିରେ ୪ ଜଣ ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୧୨ ତାରିଖରେ ରାଉରକେଲାର ଏକ ଘରୋଇ ହସପିଟାଲରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଗୋଟିଏ ପରିବାରର ମାଆ, ପୁଅ ଓ ଖୁଡି ଅଛନ୍ତି।

କିନ୍ତୁ ରାଉରକେଲାରୁ ମୃତଦେହ ଆଣିବାକୁ ପରିବାର ପକ୍ଷରେ ସମ୍ବଳ ନାହିଁ। ତେଣୁ ଗାଁର ଯୁବକମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ବୁଲି ବୁଲି ସମସ୍ତଙ୍କୁ ଭିକ୍ଷା ମାଗୁଛନ୍ତି। ପରିବାରକୁ କ୍ଷତିପୂରଣ ଦାବି କରି ଗାଁ ଲୋକେ ବଲାଙ୍ଗିର-କଣ୍ଟାବାଂଜି ରାସ୍ତା ଅବରୋଧ କରିଥିଲେ। ବେଲପଡ଼ା ବିଡିଓ ଓ ତହସିଲଦାର ସରକାରୀ ସହାୟତା ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

Advertisment
Beg Deadbodies Gas Cylinder Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ