Advertisment

ଖେଳ ପଡ଼ିଆରୁ ମଶାଣି ଭୂଇଁ ! ବୋଲିଂ କରି ମ୍ୟାଚ୍ ଜିତାଇବା ପରେ ଟଳି ପଡ଼ିଲେ କାହ୍ନା

ଶେଷ ଓଭରର ଶେଷ ବଲ୍। ବ୍ୟାଟ୍ସମ୍ୟାନକୁ ବିଟ୍ କରି ମ୍ୟାଚ୍ ଜିତିଲା। କିନ୍ତୁ ଖୁସିର ପରିମାଣ ଏତେ ଥିଲା ଯେ, ହଠାତ୍ ସେଇ ଖେଳ ପଡ଼ିଆରେ ଚାଲିଗଲା କାହ୍ନୁର ଜୀବନ। ଏବେ ସାରା ଗାଁ ଝୁରୁଛି କାହ୍ନୁକୁ।

author-image
Prangyan Parimita
ଅଦ୍ୟତନ ହୋଇଛି
Special Story

Special Story

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ) : ‘ଏବେ ବି ମୁଁ ବଞ୍ଚିଛି, କଥା ହେବାର ଅଛି ହେଲେ କଥା ହୋଇଯାଅ । ମରିଗଲା ପରେ ଖୋଜିଲେ ବି ପାଇବନି । ’ ସତ ହୋଇଗଲା କାହ୍ନୁର ଭିଡିଓରେ କୁହାଯାଇଥିବା ଗୋଟି ଗୋଟି କଥା । ବାପାମା’ , ସାଙ୍ଗସାଥୀକୁ ବହୁ ଦୂରକୁ ଚାଲିଗଲା । ଖେଳ ପଡ଼ିଆରେ ଛକି ବସିଥିଲା ମୃତ୍ୟୁ । କିଏ ଜାଣିଥିଲା ଯେଉଁ ଖେଳ ପଡ଼ିଆକୁ ସେ ଏତେ ଭଲ ପାଉଥିଲା, ସେଇଠି ତା’ର ଜୀବନ ଚାଲିଯିବ ? ବୋଲିଂ କରିଥିବାରୁ ସାଙ୍ଗ ପାଖକୁ ଯାଇ ଖୁସି ଜାହିର କରିବା ସମୟରେ ଅଧାରେ ଟଳିପଡ଼ିଲା । ଆଉ ତା’ର ଏହି ଶେଷ ଭିଡିଓ ଦେଖି କାନ୍ଦୁଛନ୍ତି ପରିବାର ଲୋକ ଆଉ କାନ୍ଦୁଛନ୍ତି ସାଙ୍ଗସାଥୀ । ପୁଅକୁ ହରାଇ ମା’ବାପାଙ୍କ ଚେତା ଫେରୁନି ।

Advertisment

ଯାଜପୁର ବରି ବ୍ଲକର କାହ୍ନୁ ଚରଣ ପରିଡା । ବୟସ ୧୮ ବର୍ଷ । ଛୋଟ ବେଳରୁ କ୍ରିକେଟ ପ୍ରତି ବେଶ ଆଗ୍ରହ । ଯିଏ ଯେତେ ବାରଣ କଲେ କାହ୍ନୁଙ୍କୁ କ୍ରିକେଟରୁ କେହି ବି ଦୂରେଇ ପାରୁନଥିଲେ । ଭଲ ବ୍ୟାଟିଂ ସାଙ୍ଗକୁ ବୋଲିଂରେ ମଧ୍ୟ କିଛି ପାରଙ୍ଗମ ଥିଲେ କାହ୍ନୁ । କିଏ ଜାଣିଥିଲା ଦିନେ ଏହି ଖେଳ ହିଁ ତାଙ୍କ ପାଇଁ କାଳ ହେବ ଆଉ କ୍ରିକେଟ ମୈଦାନରେ ଚାଲିଯିବ ତାଙ୍କ ଜୀବନ । ବୋଲିଂ କରୁ କରୁ ଟଳି ପଡ଼ିଥିଲେ କାହ୍ନୁ ।

ଭଲ ଖେଳାଳି ହୋଇଥିବାରୁ କାହ୍ନୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ତରଡିପାଳ ଗାଁକୁ ଟି ୨୦ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଆସିଥିଲେ । ମ୍ୟାଚ ଟାଇ ହୋଇଯିବାରୁ ସୁପର ଓଭର ଖେଳାଯାଉଥିଲା । ଚାରି ଓଭର ବିଶିଷ୍ଟ ଶେଷ ଓଭର ପକାଉଥିଲେ କାହ୍ନୁ । ୫ ଟି ବଲ ପକାଇ ଶେଷ ବଲରେ ବ୍ୟାଟ୍ସ ମ୍ୟା କୁ ବିଟ କରାଇ ଖୁସିରେ ଆତ୍ମବିଭୋର ହୋଇ ଅଚାନକ ପଡିଆ ମଝିରେ ଟଳି ପଡ଼ିଥିଲେ । ଖେଳୁ ଖେଳୁ ଖେଳ ପଡ଼ିଆରେ ଜୀବନ ଚାଲିଗଲା ।

Advertisment

ଏପରି ଦୁଃଖଦ ଘଟଣା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଏକ ମାତ୍ର ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ବାପାମା । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର । କିଛି କହିପାରୁ ନାହାନ୍ତି ସାଥି ଖେଳାଳି । କିଛି କଥା କହିବା ଅବସ୍ଥାରେ ନାହାନ୍ତି । ଏବେ ତାଙ୍କର ପୁର୍ବରୁ ସୋସିଆଲ ମିଡ଼ିଆରେ ଥିବା ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି ।

Special Story
Advertisment
Advertisment