Advertisment

ଢିଙ୍କିଆରେ ଗାଁଲୋକଙ୍କୁ ପୋଲିସର ନିର୍ଘାତ ଲାଠିଚାର୍ଜ

ଗାଁ ଲୋକେ ନିଜ ପାନବରଜକୁ ସୁରକ୍ଷା ଦେବା ଲାଗି ବାହାରିଥିଲେ। ସେମାନଙ୍କୁ ଗାଁ ମୁଣ୍ଡରେ ପୋଲିସ ଅଟକାଇଥିଲା।

ଅଦ୍ୟତନ ହୋଇଛି
Dhinkia Dispute

Dhinkia Dispute

Advertisment

ପାରାଦୀପ: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ଢିଙ୍କିଆରେ ପୋଲିସ ଓ ଗାଁ ଲୋକେ ପୁଣି ମୁହାଁମୁହିଁ ହୋଇଛନ୍ତି। ପାନ ବରଜକୁ ଯିବାବେଳେ ଗାଁ ମୁଣ୍ଡରେ ଲୋକଙ୍କୁ ପୋଲିସ ଅଟକାଇବାରୁ ଉତ୍ତେଜନା ଦେଖାଦେଇଛି। ଏହାକୁ ନେଇ ପୋଲିସ ଓ ଗାଁ ଲୋକେ ଆଜି ମୁହାଁମୁହିଁ ହୋଇଛନ୍ତି। ଗ୍ରାମବାସୀଙ୍କୁ ପୋଲିସ ଲାଠିମାଡ଼ କରିଛି।

Advertisment
Police LathiChargePolice LathiCharge

ପାନବରଜକୁ ଯିବା ବେଳେ ଗାଁ ମୁଣ୍ଡରେ ଲୋକଙ୍କୁ ପୋଲିସ ଲାଠିମାଡ଼ କରିଛି। ଆନ୍ଦୋଳନକାରୀଙ୍କ ଅସ୍ଥାୟୀ କ୍ୟାମ୍ପ ପୋଲିସ ଭାଙ୍ଗିଛି। ପୋଲିସ ଲାଠି ମାଡ଼ରେ କିଛି ଆନ୍ଦୋଳନକାରୀ ଆହତ ସୂଚନା ମିଳିଛି। ମହିଳାମାନଙ୍କୁ ମଧ୍ୟ ପୋଲିସ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି।

Advertisment

ପ୍ରସ୍ତାବିତ JSW ପ୍ରକଳ୍ପ ପାଇଁ ପ୍ରଶାସନ ପକ୍ଷରୁ ଆଜି ପାନ ବରଜ ଭଙ୍ଗା ଯାଉଥିଲା। ହେଲେ ଗାଁ ଲୋକେ ନିଜ ପାନବରଜକୁ ସୁରକ୍ଷା ଦେବା ଲାଗି ବାହାରିଥିଲେ। ସେମାନଙ୍କୁ ଗାଁ ମୁଣ୍ଡରେ ପୋଲିସ ଅଟକାଇଥିଲା। ଏହାକୁ ନେଇ ସେଠାରେ ଅସନ୍ତୋଷ ଲାଗି ରହିଛି। ଏହା ପୂର୍ବରୁ ଡିସେମ୍ବର ୨୦ ଓ ୨୧ରେ ମଧ୍ୟ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ମାହଳକୁ ନୂଆ ରାଜସ୍ୱ ଗ୍ରାମ ମାନ୍ୟତା ଦେବା ସହ ସୀମା ନିର୍ଦ୍ଧାରଣ ଲାଗି ମାପଚୁପ ହେଉଥିବାବେଲେ ଗାଁ ଲୋକେ ଏହାକୁ ବିରୋଧ କରିଥିଲେ।  

Jagatsinghpur JSW Dhinkia Villagers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ