Advertisment

ସୀତାରାମଙ୍କୁ ଝୁରୁଛି 'ଡକେଇପାଳ'

ତାଙ୍କର ମୃତ୍ୟୁ ଖବର ଆସିବା ପରଠୁ ଗ୍ରାମରେ ଚୂଲି ବି ଜଳୁନି। ସମସ୍ତେ ସୀତାରାମଙ୍କୁ ଝୁରୁଛନ୍ତି । ସେ ଅତ୍ୟନ୍ତ ଦୁଃସାହସୀ ଥିବାବେଳେ ପାଣି ଭିତରେ ମୃତ୍ୟୁ କଥାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି l ଡକେଇପାଳ ଗାଁ ଝୁରୁଛି।

Odraf Jawan Sitaram Murmmu

Odraf Jawan Sitaram Murmmu

Advertisment

କରଞ୍ଜିଆ (ଦୀପକ କୁମାର ମହାନ୍ତ): ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଠଗଡ଼ କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ନଦୀରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ମୃୃତଦେହକୁ ଉଦ୍ଧାର କରିଥିଲେ। ଗତକାଲି ମୁଣ୍ଡଳି ବ୍ରିଜ୍ ତଳେ ଫସିରହିଥିବା ହାତୀକୁ ଉଦ୍ଧାର ପାଇଁ ନିୟୋଜିତ ଥିଲେ ସୀତାରାମ। ମହାନଦୀ ଭିତରକୁ ବୋଟରେ ଯାଇ ହାତୀକୁ ଘଉଡ଼ାଇ କୂଳକୁ ଆଣିବାକୁ ଉଦ୍ୟମ କରୁଥିବା ବେଳେ ମହାନଦୀରେ ବୋଟ ଓଲଟି ପଡ଼ିଥିଲା। ଏହାପରଠୁ ସୀତାରାମ ନିଖୋଜ ଥିଲେ। ମୃତଦେହ ମିଳିବା ପରେ ସୀତାରାମଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment

ଡକେଇପାଳ ଗ୍ରାମର ସୀତାରାମଙ୍କ ଜନ୍ମମାଟିରେ ଶୋକାକୁଳ ପରିବେଶ l ବାପା, ଭାଇ ସମେତ ଗ୍ରାମବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି l ତାଙ୍କର ମୃତ୍ୟୁ ଖବର ଆସିବା ପରଠୁ ଗ୍ରାମରେ ଚୂଲି ବି ଜଳୁନି। ସମସ୍ତେ ସୀତାରାମଙ୍କୁ ଝୁରୁଛନ୍ତି । ସେ ଅତ୍ୟନ୍ତ ଦୁଃସାହସୀ ଥିବାବେଳେ ପାଣି ଭିତରେ ମୃତ୍ୟୁ କଥାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି l ଡକେଇପାଳ ଗାଁ ଝୁରୁଛି। ଡକେଇପାଳ ଗାଁ( ମୁକ୍ତାଝରି )ସାହିର ଆହ୍ଲାନ ମୁର୍ମୁଙ୍କ ମଝିଆଁ ପୁଅ ସୀତାରମ ମୂର୍ମୁ l ସେ ନିକଟସ୍ଥ ହାଣ୍ଡିଫୁଟା ଗ୍ରାମ ମହାଦେବ ଚନ୍ଦ୍ରଶେଖର ହାଇସ୍କୁଲ(MCS)ରୁ ମ୍ୟାଟ୍ରିକ ପାସ କରିବା ପରେ ୨୦୦୧ ମସିହାରେ ପୋଲିସ ଚାକିରି ଆରମ୍ଭ କରିଥିଲେ l ତାଙ୍କର ୧୨ ବର୍ଷର ଗୋଟିଏ ପୁଅ ଏବଂ ୪ ବର୍ଷର ଝିଅଟିଏ ଅଛି l ପରିବାର ସହ ସେ କଟକରେ ରହୁଥିଲେ l

ସେ ଷଷ୍ଠ ବାଟାଲିୟନରେ ଥିବାବେଳେ ଓଡ୍ରାଫ ଟିମରେ ସାମିଲ ହୋଇଥିଲେ l ପିଲାବେଳୁ ନଦୀପାର ହୋଇ ସ୍କୁଲ ଯାଉଥିଲେ ଏବଂ ଚାକିରି କରିବା ପରେ ପାଣି ଭିତରୁ ଅନେକ ଲୋକଙ୍କୁ ଉଦ୍ଧାର କରିବାର ନଜିର ରହିଛି l ମାତ୍ର ସେ ନିଜେ ଦିନେ ପାଣିରେ ନିଖୋଜ ହୋଇଯିବେ ଏହା ଏବେବି ଲୋକେ ଗ୍ରହଣ କରିପାରୁନାହାନ୍ତି l ତାଙ୍କର ଅକାଳ ବିୟୋଗରେ ବାପା, ଭାଇ, ଆତ୍ମୀୟସ୍ୱଜନ ଭାଙ୍ଗି ପଡିଛନ୍ତି।

Advertisment
Cuttack ODRAF Mahanadi Boat Tragedy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ