/odishatv-khabar/media/post_attachments/uploadimage/library/16_9/16_9_0/ouat_1644546612.jpg)
ouat
ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତ୍ମହତ୍ୟା ! ଭୁବନେଶ୍ୱର ସ୍ଥିତ ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସର ବାସନ୍ତୀ ଜେନାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହକୁ ଖଣ୍ଡଗିରି ପୋଲିସ ଉଦ୍ଧାର କରିଛି । କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାକୁ ନେଇ ଖୋଳତାଡ ଚାଲିଛି ।
Advertisment
ବାସନ୍ତୀ ବିବାହିତ । ତାଙ୍କ ସ୍ୱାମୀ ବି ଓୟୁଏଟିର ଆସିଷ୍ଟାଣ୍ଟ ପ୍ରଫେସର୍ ଅଛନ୍ତି । ୨୦୧୨ରେ ଉଭୟଙ୍କର ବିବାହ ହୋଇଥିଲା । ତେବେ ପୁଅର ସ୍ୱାସ୍ଥ୍ୟବସ୍ଥାକୁ ନେଇ ସବୁବେଳେ ଚିନ୍ତିତ ରହୁଥିଲେ ବାସନ୍ତୀ । ତାସହ ସ୍ୱାମୀ ମଦ୍ୟପାନ କରୁଥିବାରୁ ଉଭୟଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଥିବା ବାସନ୍ତୀଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି । ତେଣୁ ଏସବୁ ଦିଗକୁ ନେଇ ପଡ଼ୋଶୀ ଓ ଅନ୍ୟ ବ୍ୟକ୍ତିଙ୍କଠାରୁ ତଥ୍ୟ ସଂଗ୍ରହ କରୁଛି ପୋଲିସ୍ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)