Advertisment

ଶବ ଜଗିଛି କନେଷ୍ଟବଳ: କେବେ ହେବ ମୃତଦେହର ବ୍ୟବଚ୍ଛେଦ?

କନେଷ୍ଟବଳ ଜଣଙ୍କ କହୁଛନ୍ତି, ମୁଁ ଶବ ଜଗିଛି। ପୋଷ୍ଟମର୍ଟମ କେତେବେଳେ ହେବ ମୁଁ ଜାଣିନି। ଅନ୍ୟପଟେ ଚାନ୍ଦବାଲି ମେଡିକାଲ ଇନଚାର୍ଜ କହିଛନ୍ତି, ଶବ ନେଇ ପୋଷ୍ଟମର୍ଟମ କରିବା ପୋଲିସର ଦାୟିତ୍ୱ।

ହସ୍ପିଟାଲରେ ପଡ଼ିରହିଥିବା କୁନି ଝିଅର ମୃତଦେହ

ହସ୍ପିଟାଲରେ ପଡ଼ିରହିଥିବା କୁନି ଝିଅର ମୃତଦେହ

Advertisment

ଭଦ୍ରକ: ବ୍ୟବଚ୍ଛେଦ ନହୋଇ ମେଡିକାଲ ବେଡ୍‌ରେ ଦୀର୍ଘ ୨୮ ଘଣ୍ଟା ଧରି ପଡି ରହିଛି ୨ ବର୍ଷର କୁନି ଝିଅର ମୃତଦେହ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ମୃତଦେହ ପାଖରେ ରାତି ସାରା ଜଗି ରହିଛନ୍ତି ବାପା ମାଆ ଝିଅକୁ ହରାଇଥିବା ଦୁଃଖଠୁ ବଳିଯାଇଛି ଏଭଳି ଅବ୍ୟବସ୍ଥା। ବ୍ୟବଚ୍ଛେଦ ହେବ ହେବ ବୋଲି କହୁଥିଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ କି ପୋଲିସ କେହି ଶୁଣୁନଥିବା ଅଭିଯୋଗ ହୋଇଛି।

Advertisment

ବାଁଶଡା ଥାନା ଯୁଣୁନ୍ଦା ଗାଁର ଦୁଇବର୍ଷର କୁନି ଝିଅ ଜୋସ୍ନାରାଣୀ ଜେନା ଘର ପାଖରେ ଖେଳୁ ଖେଳୁ ପାଖ ପୋଖରୀରେ ବୁଡିଯାଇଥିଲେ। ତାଙ୍କୁ ପ୍ରଥମେ ମତୋ ଓ ପରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମେଡିକାଲ୍‌ରେ ଭର୍ତ୍ତି ହେବାର କିଛି ସମୟ ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ବାଁଶଡା ଥାନା ପୁଲିସ ପହଁଞ୍ଚି ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ କହିଥିଲା।

କାଲି ଦିନ ଗୋଟାଏରୁ କୁନି ଝିଅଟିର ମୃତ୍ୟୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କେହି ଆସୁନାହାନ୍ତି। ପୋଖରୀରେ ବୁଡ଼ି ଶିଶୁର ଜୀବନ ଯିବା ପରେ ବାଂଶଡ଼ା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କହିଥିଲା। ଜଣେ ପୋଲିସ କନେଷ୍ଟବଳଙ୍କୁ ଜଗାଇ ଦେଇ କିଏ କୁଆଡେ ଚାଲି ଯାଇଥିଲେ।

Advertisment

ଏବେ କନେଷ୍ଟବଳ ଜଣଙ୍କ କହୁଛନ୍ତି, ମୁଁ ଶବ ଜଗିଛି। ପୋଷ୍ଟମର୍ଟମ କେତେବେଳେ ହେବ ମୁଁ ଜାଣିନି। ଅନ୍ୟପଟେ ଚାନ୍ଦବାଲି ମେଡିକାଲ ଇନଚାର୍ଜ କହିଛନ୍ତି, ଶବ ନେଇ ପୋଷ୍ଟମର୍ଟମ କରିବା ପୋଲିସର ଦାୟିତ୍ୱ। ତେବେ ଏହି ସରକାରୀ ଅବ୍ୟବସ୍ଥା ଭିତରେ ବାପା ମାଆଙ୍କ ମୁଣ୍ଡ ପିଟି କାନ୍ଦିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ।   

Odisha Police Dead Body Post Motern
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ