ମଝି ଚିଲିକାରେ ଫସିଲେ ୧୦୦ ଯାତ୍ରୀ। ମଝି ଚିଲିକାରେ ଅଟକିଛି ଯାତ୍ରୀବାହୀ ଭସାପୋଲ। ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ବେଳେ ଅଟକିଲା ଭସାପୋଲ। ୨ଟି ବସ୍ ସମେତ ୧୦ଟି ବାଇକ ଓ ଶହେରୁ ଅଧିକ ଲୋକ ଫସିଛନ୍ତି। ସାତପଡ଼ାରୁ ୧ କିମି ଆସିବା ପରେ ମଝି ଚିଲିକାରେ ଫସିଲା ଏହି ଯାତ୍ରୀବାହୀ ଭସାପୋଲ।
ସ୍ଥାନୀୟ ଡଙ୍ଗା ଦ୍ବାରା ମଝି ଚିଲିକାରୁ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି । ଯେହେତୁ ୧୦୦ରୁ ଅଧିକ ଯାତ୍ରୀ ଅଛନ୍ତି, ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେବ। ହେଲେ ପ୍ରଶାସନ ପକ୍ଷରୁ କୌଣସି ଉଦ୍ଧାର କାମ ଆରମ୍ଭ ହୋଇନି। କେବଳ ସ୍ଥାନୀୟ ଲୋକ ଡଙ୍ଗା ସହାୟତାରେ ଉଦ୍ଧାର କରୁଛନ୍ତି।