Advertisment

ଘରୁ ମଶା ବାହାରିଲେ ଗଣିବେ ଫାଇନ୍, ଘର ଘର ବୁଲି ମଶା ଯାଞ୍ଚ କରାଯିବ...

ଘରୁ ମଶା ବାହାରିଲେ ଫାଇନ୍ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସହରରେ ଘର ଘର ବୁଲି ମଶା ଯାଞ୍ଚ କରାଯିବ ।

ଅଦ୍ୟତନ ହୋଇଛି
BMC To Impose Fine If Mosquitoes Found In House

BMC To Impose Fine If Mosquitoes Found In House

Advertisment

ଘରୁ ମଶା ବାହାରିଲେ ଫାଇନ୍ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସହରରେ ଘର ଘର ବୁଲି ମଶା ଯାଞ୍ଚ କରାଯିବ । ଯଦି ଘରେ ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ତେବେ ୧୦୦୦ ଟଙ୍କା ଫାଇନ୍‌ କରିବ ବିଏମ୍‌ସି । ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଆଦି କୋଠାରେ ଏଭଳି ପରିବେଶ ଥିଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ କରିବ ବିଏମ୍‌ସି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ।

Advertisment

ଆସନ୍ତା ୧୫ ତାରିଖ ପରେ ବିଏମ୍‌ସି ଟିମ୍‌ ଘର ଘର ଯାଞ୍ଚ କରିବ ବୋଲି ସୂଚନା ଦିଆଯାଇଛି । ବର୍ତ୍ତମାନ ସହରରେ ଘାସ ଓ ଅନାବନା ଗଛ କାଟିବା (ବୁଶ୍ କଟିଂ)କୁ କଡ଼ାକଡ଼ି କରିବା ପାଇଁ ସଂପୃକ୍ତ ସଫେଇ ସଂସ୍ଥାଙ୍କୁ ନିର୍ଦେଶ ଦିଆଯାଇଛି । ଯେଉଁଠାରେ ସଫେଇ ସଂସ୍ଥା ବୁଶ୍ କଟିଂ କରିନଥିବେ, ତାହା ବିଏମ୍‌ସି କରିବ ଏବଂ ଆବଶ୍ୟକୀୟ ଖର୍ଚ୍ଚ ସଂପୃକ୍ତ ସଂସ୍ଥାକୁ ବହନ କରିବାକୁ ପଡ଼ିବ। ଏହାସହ ପ୍ରତି ୱାର୍ଡରେ ଏକ ନିରୀକ୍ଷଣ ବା ସର୍ଭେଲାନ୍ସ ଟିମ୍ ଡେଙ୍ଗୁ ସ୍ଥିତି ଯାଞ୍ଚ କରିବା ସହିତ ସଚେତନତା କରାଇବେ ଏବଂ ମଶା ଉତ୍ପତ୍ତିସ୍ଥଳ ନଷ୍ଟ କରିବେ।

ସୂଚନାଥାଉ କି, ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୨ ଜଣ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି । ରାଜଧାନୀରେ ୯୨୪ ସାମ୍ପଲ ଟେଷ୍ଟ ହେଇଥିବା ବେଳେ ୪୨୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

Advertisment
BMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ