BMC sealed
ଭୁବନେଶ୍ୱର ଗୋପବନ୍ଧୁ ଛକରେ ଥିବା ରିଲାଏନ୍ସ ଫ୍ରେସ ଷ୍ଟୋର ସିଲ୍। ଷ୍ଟୋରରେ ଡଷ୍ଟବିନ୍ ବ୍ୟବହାର ଏବଂ ସ୍ୱଚ୍ଛତା ପାଳନ ହେଉନଥିବା ଅଭିଯୋଗ, ଅଭିଯୋଗ ପରେ ଚଢ଼ାଉ କରି ୩ ଦିନ ପାଇଁ ଷ୍ଟୋରକୁ ବିଏମସି ସିଲ୍ କରିଛି। ଆଜି ବିଏମ୍ସି ଅଧିକାରୀ ଷ୍ଟୋର୍ର ସ୍ଥିତି ପରଖିଥିଲେ। ଦୋକାନରୁ ବାହାରୁଥିବା ଆବର୍ଜନାକୁ ଅଲଗା ଅଲଗା କରିବା ସହ ଡଷ୍ଟବିନ୍ ବ୍ୟବହାର କରିବାକୁ ବିଏମସି ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା।
ସେହିପରି ଗତ ୧୩ରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଥିବା ଗ୍ରୀନ୍ ଚିଲିଜ୍ ଦୋକାନକୁ BMC(ଭୁବନେଶ୍ୱର ମହାନଗର ନିଗମ) ସିଲ୍ କରିଥିଲା। ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପରିବେଷଣ କରାଯାଉଥିବାରୁ ବିଏମ୍ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ୭ ଦିନ ପାଇଁ ଗ୍ରୀନ୍ ଚିଲିଜ୍ ଦୋକାନ ବନ୍ଦ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658060480.jpeg)