Advertisment

୩୦୦ ମୋ ସାଇକେଲ୍ ଗାଏବ୍, ହେକ୍ସି କମ୍ପାନୀ ନାଁରେ FIR କଲା BMC

ବିଏମ୍‌ସିରୁ ଗାଏବ୍ ମୋ ସାଇକେଲ୍ । ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୩୦୦ ମୋ ସାଇକେଲ୍‌ର ମିଳୁନି ପତ୍ତା । ଯାହାକୁ ସ୍ୱୀକାର କରିଛନ୍ତି ଖୋଦ୍ ବିଏମ୍‌ସି କମିଶନର ସଞ୍ଜୟ ସିଂ ।

୩୦୦ ମୋ ସାଇକେଲ୍  ଗାଏବ୍, ହେକ୍ସି କମ୍ପାନୀ ନାଁରେ FIR କଲା BMC

MO Cycle

Advertisment

ଭୁବନେଶ୍ୱର: ବିଏମ୍‌ସିରୁ ଗାଏବ୍ ମୋ ସାଇକେଲ୍ । ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୩୦୦ ମୋ ସାଇକେଲ୍‌ର ମିଳୁନି ପତ୍ତା । ଯାହାକୁ ସ୍ୱୀକାର କରିଛନ୍ତି ଖୋଦ୍ ବିଏମ୍‌ସି କମିଶନର ସଞ୍ଜୟ ସିଂ । ସ୍ମାର୍ଟସିଟିରେ ସାଇକେଲିଂକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୮ ହକି ବିଶ୍ୱକପ ସମୟରେ ଆରମ୍ଭ ହୋଇଥିଲା ମୋ ସାଇକେଲ୍ ଯୋଜନା ।

Advertisment

ପ୍ରତି ସାଇକେଲ ପିଛା ୨୫ ହଜାର ଟଙ୍କାରେ ହେକ୍ସି, ୟୋନୋ ଏବଂ ୟୁଲୁ କମ୍ପାନୀଠାରୁ କିଣାଯାଥିଲା । ୨ ହଜାର ସାଇକଲ୍ ଯେଉଁଥିରେ ବ୍ୟୟ ହୋଇଥିଲା ପ୍ରାୟ ୬ କୋଟି ଟଙ୍କା । ୟୁଲୁ ଏବଂ ୟୋନୋ କମ୍ପାନୀଠାରୁ ୫୦୦ ଲେଖାଏଁ ସାଇକଲ୍ କିଣାଯାଥିବା ବେଳେ ହେକ୍ସି କଂପାନୀ ଯୋଗାଇଥିଲା ଏକ ହଜାର ସାଇକଲ୍ । ଏବେ ହେକ୍ସି କମ୍ପାନୀର ୩୦୦ ସାଇକେଲ୍ ଗାୟବ ଥିବା ଜଣାପଡ଼ିବା ପରେ ହେକ୍ସି କମ୍ପାନୀ ବିରୁଦ୍ଧରେ ଏଫ୍‌ଆଇଇଆର୍ ଦିଆଯାଇଥିବା କହିଛନ୍ତି ବିଏମ୍‌ସି କମିଶନର୍ ।

ଭୁବନେଶ୍ୱର ପାତ୍ରପଡ଼ା ନିକଟ ଏକ କବାଡ଼ି ଦୋକାନର, ଯେଉଁଠି ହେକ୍ସି କଂପାନୀର ସାଇକେଲ୍‌ଗୁଡ଼ିକୁ ଖଣ୍ଡ ଖଣ୍ଡ କଟାଯାଉଥିବା ସଂପର୍କରେ ଗତ ୧୩ ତାରିଖରେ ଓଟିଭିରେ ଏକ ରିପୋର୍ଟ ପ୍ରସାରିତ ହୋଇଥିଲା । କବାଡ଼ିଖାନା ମାଲିକଙ୍କ ସୂଚନା ଅନୁସାରେ ସେ କୁଆଡ଼େ ଗୋଟାକୁ ୫୦୦ ଟଙ୍କା ହିସାବରେ ୨୫୦ଟି ସାଇକେଲ୍ ହେକ୍ସି କଂପାନୀଠାରୁ କିଣିଥିଲେ ।

Advertisment

ଗୋଟିଏ ପଟେ ବିଏମ୍‌ସି କମିଶନର୍ ସାଇକେଲ୍ ଗାଏବ୍ କଥା କହୁଥିବା ବେଳେ ଅପରପକ୍ଷରେ ଏହି ପ୍ରସଙ୍ଗକୁ ନେଇ ଜୋର୍ ଧରିଲାଣି ରାଜନୀତି ।ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୋ ସାଇକେଲ୍‌କୁ କୋକେଇ ଉପରେ ରଖି ଏକ ରାଲି କରାଯାଇଥିଲା । ରାଜ୍ୟ ସରକାର ମୋ ସାଇକେଲ୍ ଯୋଜନା ନାଁରେ ରାଜଧାନୀ ବାସିନ୍ଦାଙ୍କୁ ଠକିବା ସହ ଲକ୍ଷଲକ୍ଷ ଟଙ୍କା ହରଣଚାଳ କରିଥିବା ଦଳ ଅଭିଯୋଗ କରିଛି । ଏଥିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଜିଲ୍ଲା ବିଜେପି ।

ତେବେ ସ୍ମାର୍ଟ ସିଟିରେ ସ୍ମାର୍ଟ ସାଇକେଲ୍ ଯୋଜନା ରାଜଧାନୀବାସୀଙ୍କୁ ସ୍ୱାସ୍ଥ୍ୟବାନ୍ କରିଛି ତାହା ତ ଜଣାପଡ଼ିନି, କିନ୍ତୁ ଏଥିରେ ବ୍ୟାପକ ଅର୍ଥ ବାଟମାରଣା ବିଏମ୍‌ସିର ସ୍ୱାସ୍ଥ୍ୟକୁ ବିଗାଡ଼ି ଦେଇଛି ବୋଲି ବିରୋଧୀ ଅଭିଯୋଗ କଲେଣି ।

Advertisment
Bhubaneswar BMC Hexi Mo Cycle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ