• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜଧାନୀରେ ହତ୍ୟାକାଣ୍ଡ । ନୂଆ ବର୍ଷ ବିଳମ୍ବିତ ରାତିରେ ସୁନ୍ଦରପଦା ନୂଆସାହିର ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ହେଲେ ସେହି ଅଂଚଳର ଦିପୁ ରାଉତ । ନୂଆବର୍ଷ ଆଗମନ ଲାଗି ଶୁକ୍ରବାର ରାତିରେ ଦିପୁ ନିଜ ସାଙ୍ଗଙ୍କ ସହ ଭୋଜି କରୁଥିଲେ । ଆଉ ସେହି ସମୟରେ ପାଖ ଗାଁର ଲୋକଙ୍କ ସହ ତାଙ୍କର ପାଟି ତୁଣ୍ଡ ହୋଇଥିଲା ।

ହଠାତ୍ ପାଖ ଗାଁର କିଛି ଯୁବକ ଆସି ଦିପୁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ଗୁରୁତର ଅବସ୍ଥାରେ ଦିପୁଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଖବର ପାଇବାପରେ ଏୟାରଫିଲ୍ଡ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହିପରି ରାଜଧାନୀର ମଞ୍ଚେଶ୍ୱର ଥାନା କେନାଲ ରୋଡର ନାଳ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କ ମୃତଦେହ ପାଖରେ ତାଙ୍କ ଗାଡ଼ି ପଡ଼ି ରହିଛି । ମୃତ ଯୁବକ ଜଣକ ମଞ୍ଚେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।