/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639036429.jpg)
blind Couple
ରାଉରକେଲା: ନିଜେ ଦୁନିଆ ଦେଖିନାହାନ୍ତି କିନ୍ତୁ ଅନ୍ୟମାନଙ୍କୁ ଦେଖାଉଛନ୍ତି ଜ୍ଞାନର ଆଲୋକ । ଦୃଷ୍ଟିଶକ୍ତି ନଥାଇ ବି କୌଣସି ଗୁଣରେ କମ ନୁହଁନ୍ତି । ଦିବ୍ୟାଙ୍ଗ ହୋଇ ବି ଦକ୍ଷ ଶିକ୍ଷକ ଭାବେ ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ଆସନ୍ତୁ ଜାଣିବା ରାଉରକେଲାର ସହରର ଏହି ଦିବ୍ୟାଙ୍ଗ ଦମ୍ପତିଙ୍କୁ ।
ଭଗବାନ ଦୃଷ୍ଟି ଶକ୍ତି ଦେଇନାହାନ୍ତି ସତ ହେଲେ ଅନ୍ୟଙ୍କ ତୁଳନାରେ କୌଣସି ଗୁଣରେ କମ୍ ରଖିନାହାନ୍ତି । ଖାଲି ସୁମଧୁର କଣ୍ଠସ୍ବର ନୁହେଁ ବରଂ ଜଣେ ଦକ୍ଷ ଶିକ୍ଷକ ଦିବ୍ୟ ସୁନ୍ଦର ପରିଡା । ରାଉରକେଲା ସେର ୧୬ ଏନଏସଟିଏସଟି ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଥିବା ଦିବ୍ୟ ସିନା ଆଲୋକ କଣ ଜାଣିନାହାନ୍ତି ହେଲେ ସାରା ଦୁନିଆକୁ ଜ୍ଞାନ ରୂପକ ଆଲୋକରେ ଆଲୋକିତ କରୁଛନ୍ତି । ବିନା ସାହାଯ୍ୟରେ ବିନା ଦ୍ୱନ୍ଦ୍ୱରେ ଘରୁ ସ୍କୁଲକୁ ଆସିବା ହେଉ ଅବା କ୍ଲାସ ରୁମ୍ ଯିବା, ପିଲାଙ୍କୁ ପଢାଇବା, ଅନାୟାସରେ କରିପାରନ୍ତି ଦିବ୍ୟ । ଏଥିପାଇଁ ତ ପିଲା ହୁଅନ୍ତୁ ଅବା ସହଯୋଗୀ ସମସ୍ତଙ୍କ ମୁହଁରେ ଦିବ୍ୟ ସାରଙ୍କ ପ୍ରଶଂସା ରହିଥାଏ ।
କେବଳ ଦିବ୍ୟ ନୁହଁନ୍ତି ଦିବ୍ୟଙ୍କ ପତ୍ନୀ ଅପରାଜିତା ସାମଲ ମଧ୍ୟ ଦେଖିପାରନ୍ତି ନାହିଁ । କିନ୍ତୁ ଦିବ୍ୟଙ୍କ ଭଳି ସେ ବି ଜଣେ ଶିକ୍ଷକ । ରାଉରକେଲା ସେକ୍ଟର ୩ ଅଞ୍ଚଳରେ ଥିବା ସୁଶୀଳାବତୀ ମହିଳା ମହାବିଦ୍ୟାଳୟରେ ଅଧ୍ୟାପନା କରନ୍ତି ଅପରାଜିତା । ଆଉ ପୁଅଟିଏ ହେବା ପରେ ବେଶ ହସଖୁସିରେ ଚଳୁଛନ୍ତି ଦିବ୍ୟଙ୍କ ପରିବାର । ଦେଖିନପାରିଲେ ବି ଘରର ସବୁ କାମ କରନ୍ତି ଅପରାଜିତା । କଲେଜରେ ଅଧ୍ୟାପିକା ଆଉ ଘରକୁ ଆସିଲେ ଖାଣ୍ଟି ଗୃହିଣୀ ପାଲଟିଯାଆନ୍ତି ଅପରାଜିତା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)