• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜନ୍ମରୁ ଦୃଷ୍ଟିହୀନ, ସଂସାରର ଭଲ-ମନ୍ଦ ଦେଖିପାରୁନଥିଲେ ମଧ୍ୟ ସେମାନେ ସ୍ୱାବଲମ୍ବୀ । ନିଜ ଗୋଡରେ ନିଜେ ଠିଆ ହୋଇଛନ୍ତି । ନିଜ ହାତରେ ଧୂପକାଠି ମଧ୍ୟ ତିଆରି କରୁଛନ୍ତି । ଘରେ ଘରେ ବ୍ୟବହାର ହେଉଥିବା ଉତ୍ପାଦ ମଧ୍ୟ ତିଆରି କରୁଛନ୍ତି । ଆଉ ତାକୁ ନେଇ ବଜାରରେ ନିଜେ ବିକ୍ରି ମଧ୍ୟ କରୁଛନ୍ତି । ତେବେ ଆସନ୍ତୁ ଭେଟିବା ସେଭଳି କିଛି ଦିବ୍ୟାଙ୍ଗ ମାନଙ୍କୁ ଯିଏକି ନିଜ ଦୃଢ ଆଶା ବଳରେ ଆଜି ସମାଜରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।

ଦିବ୍ୟାଙ୍ଗ ହେଲେ ମଧ୍ୟ ସ୍ୱାବଲମ୍ବୀ । କିଏ ଧୂପକାଠି ତିଆରି କରୁଛି ତ ଆଉ କିଏ ଫିନାଇଲ୍ ମଜବୁତ୍ ପାପୋଛ ମଧ୍ୟ ତିଆରି କରୁଛନ୍ତି । ଘରେ ଘରେ ବ୍ୟବହାର ହେଉଥିବା ଏସବୁ ଜିନିଷ ପ୍ରସ୍ତୁତ କରୁଛନ୍ତି ଜଣେ ଜଣେ ଦୃଷ୍ଟିହୀନ । ରାଜ୍ୟର ବିଭିନ୍ନ ଜିଲ୍ଳାରୁ ଆସି କଟକର ସୁଭଦ୍ରାପୁରରେ ଏକାଠି ହୋଇଛନ୍ତି । ଦିବ୍ୟାଙ୍ଗ ହେଲେ ବି ସେମାନେ ସ୍ୱାବଲମ୍ବୀ । ୩୦ ଜଣ ଦୃଷ୍ଟିହୀନ ପୁରୁଷ ଓ ମହିଳା ମିଳିମିଶି ଆରମ୍ଭ ବ୍ୟବସାୟ କରୁଛନ୍ତି । ବଜାରରୁ କଂଚାମାଲ ଆଣନ୍ତି, ପରେ ମିଳିମିଶି ଏସବୁ ଜିନିଷ ପ୍ରସ୍ତୁତ କରିବା ସହ ନିଜେ ହିଁ ବଜାରକୁ ନେଇ ବିକ୍ରି କରୁଛନ୍ତି ।

ସମସ୍ତେ ଦୃଷ୍ଟିହୀନ ହେଲେ ମଧ୍ୟ ଉଚ୍ଚଶିକ୍ଷିତ । ଚାକିରି ନ ମିଳିବାରୁ ବ୍ୟବସାୟ କରିବାକୁ ଅଂଟା ଭିଡିଛନ୍ତି । ପରେ କଟକ ସୁଭଦ୍ରାପୁରରେ ମାସିକ ୬ ହଜାର ଟଙ୍କାର ଘର ଭଡା ନେଇ କୁଟୀର ଶିଳ୍ପ ଆରମ୍ଭ କରିଛନ୍ତି । ଆରମ୍ଭରୁ କିଛି ସ୍ୱେଚ୍ଛାସେବୀଙ୍କ ସାହାଯ୍ୟ ମିଳିଥିଲା ଏବଂ ଏବେ ନିଜେ ଏହି ସବୁ କାର୍ଯ୍ୟ କରୁଛନ୍ତି । ସରକାରୀ ପ୍ରୋତ୍ସାହନ ମିଳିଲେ ଏହି ବ୍ୟବସାୟକୁ ଆହୁରି ଆଗକୁ ବଢିପାରନ୍ତା ବୋଲି ସେମାନେ କହିଛନ୍ତି ।

ରିପୋର୍ଟର –ବିଶ୍ୱଜିତ ଆଚାର୍ଯ୍ୟ