Advertisment

ଅନ୍ଧବିଶ୍ୱାସ ପାଇଁ ୩ ଦିନ ନିର୍ଯାତନା ସହିଲା କଳାନାଗ

ଗ୍ରାମରେ ଜଣେ ମହିଳାଙ୍କ ଦେହରେ କାଳିସି ଲାଗିବା ନେଇ ଚର୍ଚ୍ଚା ହୋଇଥିଲା। ସେ ନିଜକୁ ସେହି ସାପବୋଲି କହିବାରୁ ଛୁଆ ମେଡ଼ିକାଲରୁ ଭଲହୋଇ ନଫେରିବା ପର୍ଯ୍ୟନ୍ତ ସାପକୁ ଦିଆଯିବ ନାହିଁ ବୋଲି ଗ୍ରାମର ମନ୍ଦିର ପୂଜକ କହିଥିଲେ। ଫଳରେ ତିନିଦିନ ଧରି ସାପଟି ଆହୁରି ଭୟଙ୍କର ଅବସ୍ଥାରେ ଉକ୍ତ ଡ୍ରମ ଭିତରେ ରହିଥିଲା।

ଅଦ୍ୟତନ ହୋଇଛି
 ଡ୍ରମ ଭିତରେ ଥିବା ସାପ

ଡ୍ରମ ଭିତରେ ଥିବା ସାପ

Advertisment

ଯାଜପୁରର (ଅଭୟ ପତି): ମଣିଷ ମହାକାଶରେ ପାଦ ଦେଇଥିଲେ ବି ଏବେବି ଅନ୍ଧବିଶ୍ୱାସର ଜାଲ ଭିତରେ ବୁଡ଼ିରହିଛି ମଣିଷ। ଯାହାର ଜ୍ୱଳନ୍ତ ଉଦାହରଣ ଯାଜପୁର ଜିଲ୍ଲା ମାନଗୋବିନ୍ଦପୁର ଠାରେ ଦେଖିବାକୁ ମିଳିଛି। ତିନିବର୍ଷର ଛୁଆକୁ ଏକ କଳା ନାଗସାପ କାମୁଡିଥିବାରୁ ସାପକୁ ବନ୍ଦୀ କରି ରଖିଲେ ଗାଁଲୋକ। ପିଲାକୁ ବଞ୍ଚାଇବା ପାଇଁ କାମୁଡ଼ିଥିବା ସାପକୁ ଏକ ବଡ଼ ଡ୍ରମ ଭିତରେ ୩ଦିନ ଧରି ଆବଦ୍ଧ କରି ରଖିଲେ ଗ୍ରାମବାସୀ। 

Advertisment

ଘଟଣାରୁ ଜଣାପଡିଛି ଯେ, ଗତ ତିନିଦିନ ତଳେ ଯାଜପୁର ଜିଲ୍ଲା ମାନଗୋବିନ୍ଦପୁରରେ ତିନିବର୍ଷର ଛୋଟ ପିଲାଟି ଖେଳୁଥିବା ବେଳେ ଏହି କଳା ନାଗସାପଟି ତାକୁ ଚୋଟ ମାରିଥିଲା। ଫଳରେ ଗୁରୁତର ଅବସ୍ଥାରେ ପ୍ରଥମେ ଦାନଗଦି, ଯାଜପୁର ଟାଉନ ମେଡିକାଲ ଓ ପରେ ଡାକ୍ତର କଟକ ବଡ଼ମେଡ଼ିକାଲକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ।

କଟକରେ ଶିଶୁଟି ଚିକିତ୍ସିତ ହେଉଥିବାରୁ ଉକ୍ତ ସାପଟିକୁ ଶିଶୁର ଦାଦା ଧରି ଏକ ଡ୍ରମ ଭିତରେ ରଖିଥିଲେ। ଗତକାଲି ଅପରାହ୍ନରେ ବନବିଭାଗ ସାପକୁ ଆଣିବାକୁ ଯାଇଥିଲେ ମଧ୍ୟ ଶିଶୁ ନଫେରିବା ପର୍ଯ୍ୟନ୍ତ ସାପକୁ ଦିଆଯିବ ନାହିଁ ବୋଲି ଗ୍ରାମବାସୀ ଜିଦ ଧରିଥିଲେ। ଇତିମଧ୍ୟରେ ଗ୍ରାମରେ ଜଣେ ମହିଳାଙ୍କ ଦେହରେ କାଳିସି ଲାଗିବା ନେଇ ଚର୍ଚ୍ଚା ହୋଇଥିଲା। ସେ ନିଜକୁ ସେହି ସାପବୋଲି କହିବାରୁ ଛୁଆ ମେଡ଼ିକାଲରୁ ଭଲହୋଇ ନଫେରିବା ପର୍ଯ୍ୟନ୍ତ ସାପକୁ ଦିଆଯିବ ନାହିଁ ବୋଲି ଗ୍ରାମର ମନ୍ଦିର ପୂଜକ କହିଥିଲେ। ଫଳରେ ତିନିଦିନ ଧରି ସାପଟି ଆହୁରି ଭୟଙ୍କର ଅବସ୍ଥାରେ ଉକ୍ତ ଡ୍ରମ ଭିତରେ ରହିଥିଲା।

Advertisment

ଆଜି ଖବର ପାଇ ଯାଜପୁର ରୋଡ ବନବିଭାଗ କର୍ମଚାରୀ ପହଞ୍ଚି ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିଲେ। ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଥିବା ଜଣାପଡିଛି। ଏକବିଂଶ ଶତାବ୍ଦୀରେ ମଣିଷ ପହଞ୍ଚିଥିଲେ ମଧ୍ୟ ଆଜିବି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏଭଳି ଭୁଲ କରିବସୁଛି। କେବେ ଏପରି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ସେ ବାହାରିବ ତାହା କେବଳ ସମୟ ହିଁ କହିପାରିବ।

ଅପରପକ୍ଷରେ ସାପ କାମୁଡିଥିବା ତିନିବର୍ଷ ନାବାଳକ କଟକ ବଡ଼ମେଡ଼ିକାଲରେ ସୁସ୍ଥ ଥିବା ଜଣାପଡିଛି। ଆଜି ଖବର ପାଇ ଯାଜପୁର ରୋଡ ବନବିଭାଗ କର୍ମଚାରୀ ଘଟଣାସ୍ଥଳରୁ ଚାରିଫୁଟ ଲମ୍ବର ଏକ କଳା ନାଗସାପକୁ ଉଦ୍ଧାର କରିଛନ୍ତି।  

Advertisment
Odisha Superstition Snake Bite
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ