ଗୋ-ସେବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୫ ଘଣ୍ଟିଆ ଯଶୀପୁର ବନ୍ଦ

ଗୋ ମାଫିଆଙ୍କ ଦ୍ୱାରା ଗୋ ସୁରକ୍ଷା କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଓ ଗୁଳିମାଡ ଘଟଣାରେ ୫ ଘଣ୍ଟିଆ ବନ୍ଦ ଡାକରା ।

ଗୋ-ସେବକ ମରଣାନ୍ତକ ଆକ୍ରମଣ ଘଟଣାରେ ୫ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା

ଆଜି ୫ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା । ଗୋ ମାଫିଆଙ୍କ ଦ୍ୱାରା ଗୋ ସୁରକ୍ଷା କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଓ ଗୁଳିମାଡ ଘଟଣାରେ ଏହି ବନ୍ଦ ଡାକରା ଦିଆଯାଇଛି । ଯାହାକୁ ନେଇ ବିଜେପି ଓ ଗୋରକ୍ଷକଙ୍କ ତରଫରୁ ଜାତୀୟ ରାଜପଥ ୪୯କୁ ଅବରୋଧ କରାଯାଇଛି ।

ରାସ୍ତା ଅବରୋଧ କାରଣରୁ ମୟୂରଭଞ୍ଜ ଜିଯଶୀପୁର ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ଓ ୨୨୦ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି । ତେବେ ଏହି ୫ ଘଣ୍ଟିଆ ବନ୍ଦରେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିବା ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

ସୂଚନା ଅନୁସାରେ, ଗତ ଶନିବାର ସକାଳୁ କିଛି ଗୋ ଚାଲାଣକାରୀ ଏକ ଟ୍ରକ୍‌ରେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ୪୯ ନମ୍ବର ଜାତୀୟ ରାଜପଥରେ କୋଲକାତା ଅଭିମୁଖେ ଯାଉଥିଲେ । ଗୋ ଚାଲାଣ କରୁଥିବା ଖବର ପାଇ କିଛି ଦେବସେନାର ଗୋ-ସୁରକ୍ଷା କର୍ମୀ ଟୋଲଗେଟ୍ ନିକଟକୁ ଯାଇ ସେଠାର ଗୋ ଚାଲାଣ ହେଉଥିବା ଗାଡିକୁ ଅଟକାଇବା ବେଳେ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହା ପରେ ଗୋ ଚାଲାଣକାରୀ ଗୋ ସୁରକ୍ଷା କର୍ମୀଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ । ଗୁଳିମାଡରେ ଦୁଇ ଜଣ ଆହତ ହୋଇଥିବାବେଳେ ଅନ୍ୟଜଣଙ୍କ ହାତରେ ଗୁଳି ବାଜିଥିବା କାରଣରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।