Advertisment

'୩ଟି ଗୁରୁଦାୟିତ୍ୱରେ ଜଣେ ବ୍ୟକ୍ତି, ସଂଯୋଗ ନା ଯୋଜନା ?'

ଏହି ପ୍ରକ୍ରିୟା କେତେ ସ୍ୱଚ୍ଛ ଏବଂ ଏଥିରେ ପାରଦର୍ଶିତା କେଉଁଠି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି

ଅଦ୍ୟତନ ହୋଇଛି
undefined

MP aparajita Sarangi

Advertisment

ଶ୍ରୀମନ୍ଦିର ସହ ସଂପୃକ୍ତ ଜଣେ ବ୍ୟକ୍ତି ୩ଟି ଗୁରୁଦାୟିତ୍ୱରେ ରହିବାକୁ ନେଇ ପ୍ରଶ୍ନ ଉଠାଇଲେ ଭୁବନନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଶ୍ରୀମନ୍ଦିର ପ୍ରଶାସକ ଦାୟିତ୍ୱ ସହ ପୂର୍ତ୍ତ ବିଭାଗ ସଚିବ ଓ ଓବିସିସି ଅଧ୍ୟକ୍ଷ ଭଳି ତିନି ତିନିଟି ଦାୟିତ୍ୱରେ ରହିବା ନେଇ ପ୍ରଶ୍ନ କରିଛନ୍ତି ଅପରାଜିତା। ଯେଉଁ ସଂସ୍ଥା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରୁଅଛି, ତାହାର ମୁଖ୍ୟ ରହିବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିବା କନଫ୍ଲି ଅଫ୍ ଇଣ୍ଟରେଷ୍ଟକୁ ବୁଝାଉଥିବା ସେ କହିଛନ୍ତି।

Advertisment

ଏହା ଏକ ସାମାନ୍ୟ ସଂଯୋଗ ନା କୌଣସି ବିଶେଷ ଉଦ୍ଦେଶ୍ୟ ସାଧନ ପାଇଁ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ ହୋଇଥିବା ବ୍ୟବସ୍ଥା ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତି-SJTA ନାଁରେ ସେହି ଅଧିକାରୀ ଟେଣ୍ଡର ଘୋଷଣା କରୁଛନ୍ତି। ଆଉ ସେହି ସମାନ ବ୍ୟକ୍ତି ଓବିସିସି ନାଁରେ ଟେଣ୍ଡର ପାଉଛନ୍ତି।

Advertisment

ଏହି ପ୍ରକ୍ରିୟା କେତେ ସ୍ୱଚ୍ଛ ଏବଂ ଏଥିରେ ପାରଦର୍ଶିତା କେଉଁଠି ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ପଇସା ଦେଉଥିବା ବ୍ୟକ୍ତି ହିଁ ଭିନ୍ନ ଅନୁଷ୍ଠାନ ନାଁରେ ପଇସା ଗ୍ରହଣ କରୁଛନ୍ତି I ଅର୍ଥ କାରବାର ପ୍ରକ୍ରିୟାରେ ରହିଥିବା ସର୍ବନିମ୍ନ ଶୃଙ୍ଖଳା ଉଲଂଘନ କରାଯାଇଛି କି? କେବଳ ଏଥିକି ନୁହେଁ, ଏହା ପୂର୍ବରୁ ଥିବା ପୂର୍ତ୍ତ ସଚିବ ମଧ୍ୟ ଶ୍ରୀମନ୍ଦିର ପରିଚାଳନା ସମିତି SJTAର ମୁଖ୍ୟ ପ୍ରଶାସକ ଥିଲେ।

ଏହା ସାମାନ୍ୟ ସଂଯୋଗ ନା ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅପରାଜିତା କହିଛନ୍ତି। ଆର୍ଥିକ ଚେକ୍ ଆଣ୍ଡ ବାଲାନ୍ସ ପ୍ରକ୍ରିୟା ସ୍ୱଚ୍ଛତା ସହ ଚାଲିବା ପାଇଁ ଥିବା ସାଧରଣ ନିୟମକୁ ଏହା ବିରୋଧଭାସ କରୁଛି ବୋଲି ଅପରାଜିତା କହିଛନ୍ତି। 

Advertisment
MP Aparajita Sarangi Shree Mandir Heritage Corrider
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ